ଓଡିଶା

odisha

ETV Bharat / bharat

ଇସ୍ତଫା ଦେଲେ ୟେଦିରୁପ୍ପା; କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚାଲିଛି ଅଙ୍କକଷା - ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିରୁପ୍ପା

ଗତକାଲି (ରବିବାର) ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା କହିଥିଲେ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇଯିବ। ତେବେ ମୁଖ୍ୟମନ୍ତ୍ରୀ ରୁହନ୍ତୁ ବା ନରୁହନ୍ତୁ ଆଗାମୀ ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ସେ ଦଳ ପାଇଁ କାମ କରିବେ ବୋଲି କହିଥିଲେ।

Karnataka CM BS Yediyurappa
Karnataka CM BS Yediyurappa

By

Published : Jul 26, 2021, 1:48 PM IST

Updated : Jul 26, 2021, 2:04 PM IST

ବେଙ୍ଗାଲୁର:ଦକ୍ଷିଣ ଭାରତ ରାଜନୀତିରେ ପୁଣି ଥରେ ହଲଚଲ । କର୍ଣ୍ଣାଟକ ରାଜନୀତିରେ ପୁଣି ହୋଇଛି କ୍ଷମତା ପରିବର୍ତ୍ତନ । ୩ ବର୍ଷ ମଧ୍ୟରେ ରାଜ୍ୟବାସୀ ଦେଖିବେ ୩ ଜଣ ମୁଖ୍ୟମନ୍ତ୍ରୀ । ୨୦୧୮ ବିଧାନସଭା ନିର୍ବାଚନରେ ରାଜ୍ୟରେ ସରକାର ଗଠନ କରିଥିବା ଜେଡିଏସ-କଂଗ୍ରେସକୁ କ୍ଷମତାଚ୍ୟୁତ କରି ଗାଦିରେ ବସିଥିଲେ ବିଏସ ୟେଦିରୁପ୍ପା । ଆଉ ୨ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏହି ଅନୁଭବୀ ରାଜନେତା । ତେବେ କଣ ପାଇଁ ଦେଲେ ଇସ୍ତଫା ? କଣ ରହିଛି ବିଜେପିର ଯୋଜନା? କିଏ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଏବେ ଦିଲ୍ଲୀରୁ ବେଙ୍ଗାଲୁର ପର୍ଯ୍ୟନ୍ତ ଚାଲିଛି ଚର୍ଚ୍ଚା ।

ଇସ୍ତଫା ଦେଲେ ୟେଦିରୁପ୍ପା

ଆଜି ସରକାରକୁ ପୂରଣ ହେଲା ୨ ବର୍ଷ...

ଆଜି ହିଁ କର୍ଣ୍ଣାଟକ ବିଜେପି ସରକାରକୁ ୨ବର୍ଷ ପୂରଣ ହୋଇଛି । ଆଉ ସରକାରର ୨ବର୍ଷ ପୂର୍ତ୍ତୀ ଅବସରରେ ରାଜ୍ୟ ସରକାର ଆୟୋଜନ କରିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ହେଲେ ଅଚାନକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ ୟେଦିରୁପ୍ପା । ଏହାପରେ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା କହିଥିଲେ କର୍ଣ୍ଣାଟକ ଲୋକଙ୍କ ସେବା କରିବା ପାଇଁ ରାଜ୍ୟବାସୀ ସୁଯୋଗ ଦେଇଥିବାରୁ ମୁଁ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ । ୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ମୋ ପାଇଁ ସମ୍ମାନର ବିଷୟ । ସେହିପରି ମୁଖ୍ୟମନ୍ତ୍ରୀ ଭାବେ କର୍ଣ୍ଣାଟକ ଜନତାଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାବାଦ ଗୃହମନ୍ତ୍ରୀ ଅମିତ ଶାହା, ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

ରବିବାର କହିଥିଲେ ଗୁରୁତୂପୂର୍ଣ୍ଣ କଥା...

ଗତକାଲି (ରବିବାର) ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପା କହିଥିଲେ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇଯିବ । ତେବେ ମୁଖ୍ୟମନ୍ତ୍ରୀ ରୁହନ୍ତୁ ବା ନରୁହନ୍ତୁ ଆଗାମୀ ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ସେ ଦଳ ପାଇଁ କାମ କରିବେ ବୋଲି କହିଥିଲେ । ୭୮ ବର୍ଷିୟ ୟେଦିରୁପ୍ପା କର୍ଣ୍ଣାଟକ ରାଜନୀତିରେ ଜଣେ ପୁରୁଖା ଖେଳାଳି । ମୋଟ ୮ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ୟେଦିରୁପ୍ପା ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ବିଜେପିରେ ରହିବି ...

ଇସ୍ତଫା ଦେବା ପୂର୍ବରୁ ୟେଦିରୁପ୍ପା କହିଥିଲେ ଦଳରେ ସମସ୍ତେ ଜଣେ ଜଣେ କର୍ମୀ । ଦଳ ଯାହା ନିର୍ଦ୍ଦେଶ ଦେବ ତାହା ସେ ପାଳନ କରିବେ । ମୁଖ୍ୟମନ୍ତ୍ରୀ ରୁହନ୍ତୁ କି ନରୁହନ୍ତୁ ବିଜେପିରେ ରହି ଦଳ ପାଇଁ କାମ କରିବେ । ଆଗାମୀ ୨ ବର୍ଷ ପରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳକୁ ପୁନର୍ବାର କ୍ଷମତାସୀନ କରାଇବାକୁ ସବୁ ଶକ୍ତି ଲଗାଇ ଦେବେ ବୋଲି କହିଛନ୍ତି ୟେଦରୁପ୍ପା ।

ଦିଲ୍ଲୀରେ ବଢିଲା ହଲଚଲ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ରାଜ୍ୟ ପ୍ରଭାରୀ ଅରୁଣ ସିଂ ଦଳୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ସେପଟେ କର୍ଣ୍ଣାଟକର କିଛି ନେତାଙ୍କୁ ଦିଲ୍ଲୀ ଡକାଯାଇଛି । ବିଜେପି ଅଧ୍ୟକ୍ଷ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ସ୍ଥିତି ଉପରେ ଅବଗତ ହୋଇ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି । କୁହାଯାଉଛି ଆସନ୍ତାକାଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କର୍ଣ୍ଣାଟକ ଯିବେ । ବିଧାୟକ ଦଳର ବୈଠକରେ ନିଷ୍ପତି ହେବ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2021, 2:04 PM IST

ABOUT THE AUTHOR

...view details