ଓଡିଶା

odisha

ETV Bharat / bharat

୧୨୦ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ ମୁଖ୍ୟମମନ୍ତ୍ରୀ ବାସବରାଜ ବୋମାଇ ବିଧାନସୌଧ ଠାରେ ୧୨୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

୧୨୦ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
୧୨୦ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

By

Published : Sep 12, 2021, 5:30 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବିଧାନସୌଧ ଠାରେ ୧୨୦ଟି ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର ଏବଂ ଅନ୍ୟାନ୍ୟ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନେ ସେଠାରେ ଉପସ୍ଥିତ ଥଲେ । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଆଞ୍ଚଳିକ ସ୍ତରରୁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ ଚେଷ୍ଟା କରୁଛୁ ।

ଚିକିତ୍ସା ବ୍ୟବସ୍ଥାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇବା ଏବଂ ଆଧିନିକୀକରଣ ନିମନ୍ତେ ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(PHCs), ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର(CHCs)ରେ ଅଧିକରୁ ଅଧିକ ଆମ୍ବୁଲାନ୍ସ ଯୋଗାଇବା ନିମନ୍ତେ ସ୍ଥିର କରାଯାଇଛି । ସ୍ୱାସ୍ଥ୍ୟ ପାରାମିଟର ଉପରେ ଆମର ତୀକ୍ଷ୍‌ଣ ନଜର ରହିଛି ବୋଲି ସିଏମ କହିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତିସ୍ୱାସ୍ଥ୍ୟ ଭିତ୍ତିଭୂମି ବଜାୟ ରଖିବା ଦିଗରେ ଆମେ ବୈଜ୍ଞାନିକ ଉପାୟ ଅବଲମ୍ବନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details