ବେଙ୍ଗାଲୁରୁ: ETV Bharat ଡିଜିଟାଲ ମିଡିଆ ପ୍ଲାଟଫର୍ମକୁ ପ୍ରଶଂସା କରିବା ସହ ଭାରତରେ ଗଣମାଧ୍ୟମ କ୍ଷେତ୍ରରେ ଏହା ଏକ ବଡ ପରିବର୍ତ୍ତନ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମାଇ । ଆଜି (ଗୁରୁବାର) ବେଙ୍ଗାଲୁରୁରେ ଥିବା ‘ETV Bharat karnataka’ର ବ୍ୟୁରୋ କାର୍ଯ୍ୟାଳୟ ପରିଦର୍ଶନ କରିବା ଅବସରରେ ଏପରି ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ବୋମାଇ ।
ମୁଖ୍ୟମନ୍ତ୍ରୀ ବୋମାଇ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟାଳୟ ପରିସର ବୁଲି ଦେଖିଥିଲେ । ପରେ ଇଟିଭି ଭାରତ କର୍ଣ୍ଣାଟକର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି, ଇଟିଭି ଭାରତର ପ୍ରତିଷ୍ଠାତା ରାମୋଜୀ ରାଓ ଦେଶର ଗଣମାଧ୍ୟମ ବ୍ୟବସ୍ଥାରେ ଏକ ପରିବର୍ତ୍ତନ ଆଣିବା ସହ ନୂଆ ଧାରା ସୃଷ୍ଟି କରିଛନ୍ତି । ରାମୋଜୀ ରାଓଙ୍କ ନେତୃତ୍ୱରେ 'ଇଟିଭି ଭାରତ' ଡିଜିଟାଲ୍ ମିଡିଆ ଦେଶର ଗଣମାଧ୍ୟମରେ ଏକ ଭିନ୍ନ ସ୍ଥାନ ଅଧିକାର କରିଛି ।