ଓଡିଶା

odisha

ETV Bharat / bharat

Anti-Conversion Bill: କର୍ଣ୍ଣାଟକ କ୍ୟାବିନେଟର ମଞ୍ଜୁରୀ, କାଲି ଗୃହରେ ହେବ ଆଗତ - କର୍ଣ୍ଣାଟକ କ୍ୟାବିନେଟ

ଧର୍ମାନ୍ତରୀକରଣ ନିରୋଧ ବିଲ୍ (anti-conversion bill) କୁ ଅନୁମୋଦନ ଦେଲା କର୍ଣ୍ଣାଟକ କ୍ୟାବିନେଟ । ଆସନ୍ତାକାଲି (ମଙ୍ଗଳବାର) ବିଧାନସଭାରେ ବିଲ୍‌ ଆଗତ କରିପାରନ୍ତି କର୍ଣ୍ଣାଟକ ସରକାର । ଅଧିକ ପଢନ୍ତୁ

anti-conversion billକୁ କର୍ଣ୍ଣାଟକ କ୍ୟାବିନେଟର ଅନୁମୋଦନ, ଆସନ୍ତାକାଲି ଗୃହରେ ହେବ ଆଗତ
anti-conversion billକୁ କର୍ଣ୍ଣାଟକ କ୍ୟାବିନେଟର ଅନୁମୋଦନ, ଆସନ୍ତାକାଲି ଗୃହରେ ହେବ ଆଗତ

By

Published : Dec 20, 2021, 9:01 PM IST

ବେଙ୍ଗାଲୁରୁ:କର୍ଣ୍ଣାଟକରେ କ୍ୟାବିନେଟରେ ଧର୍ମାନ୍ତରୀକରଣ ନିରୋଧ ( anti-conversion bill) କୁ ଅନୁମୋଦନ ମିଳିଛି । ତେବେ ଏହାକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ୨୧ ତାରିଖ (ଆସନ୍ତାକାଲି) ଏହାକୁ ଗୃହରେ ସରକାର ଆଗତ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଆଜି (ସୋମବାର) ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହାକୁ ଅନୁମୋଦନ ମିଳିଛି ।

କାର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବାରୁ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରଦାନ କରାଯାଇ ନାହିଁ । ତେବେ ଏହି ବିଲ୍କୁ‌ କ୍ୟାବିନେଟ ଅନୁମୋଦନ ମିଳିବା ପରେ ଏହାକୁ ବିରୋଧୀ ଦଳ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ନେତାଙ୍କ ଦ୍ବାରା ବିରୋଧ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି ।

ଏହି ବିଲରେ ଧର୍ମାନ୍ତରୀକରଣ ବିରୋଧରେ ଦଣ୍ଡ ବିଧାନ ବ୍ୟବସ୍ଥା ମଧ୍ୟ ରହିଛି । ସେହିପରି କୌଣସି ବ୍ୟକ୍ତି ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କଲେ ପୂର୍ବ ଧର୍ମ ଅନୁସାରେ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସଂରକ୍ଷଣ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ବନ୍ଦ କରିବାକୁ ଏହି ବିଲରେ ପ୍ରବାଧାନ ରହିଛି । ଏହି ବିଲକୁ କର୍ଣ୍ଣାଟକର ବିରୋଧୀ ଓ ଖ୍ରୀଷ୍ଟ ସମ୍ପ୍ରଦାୟର ନେତାମାନେ ବିରୋଧ କରୁଥିବା ବେଳେ ଆସନ୍ତାକାଲି ଏହି ବିଲକୁ ଗୃହରେ ଆଗତ କରିପାରନ୍ତି ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details