ଓଡିଶା

odisha

ETV Bharat / bharat

ଉଦୟପୁର ହତ୍ୟାକାଣ୍ଡର ନିନ୍ଦା କରିବାରୁ କର୍ଣ୍ଣାଟକ ବିଜେପି ଯୁବନେତାଙ୍କୁ ହତ୍ୟା !

କର୍ଣ୍ଣାଟକ ବିଜେପି ଯୁବନେତାଙ୍କୁ ହତ୍ୟାକାଣ୍ଡ ଘଟଣା । ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ସମ୍ପର୍କରେ ଟିପ୍ପଣୀ ଦେବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ଅଧିକ ପଢନ୍ତୁ

ଉଦୟପୁର ହତ୍ୟାକାଣ୍ଡର ନିନ୍ଦା କରିବାରୁ କର୍ଣ୍ଣାଟକ ବିଜେପି ଯୁବନେତାଙ୍କୁ ହତ୍ୟା
ଉଦୟପୁର ହତ୍ୟାକାଣ୍ଡର ନିନ୍ଦା କରିବାରୁ କର୍ଣ୍ଣାଟକ ବିଜେପି ଯୁବନେତାଙ୍କୁ ହତ୍ୟା

By

Published : Jul 28, 2022, 10:38 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ଦକ୍ଷିଣ କନ୍ନଡ ଜିଲ୍ଲାରେ ବିଜେପି ଯୁବନେତା ପ୍ରବୀଣ କୁମାରଙ୍କ ହତ୍ୟାକାଣ୍ଡକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସାମ୍ପ୍ରଦାୟିକ କାରଣକୁ ନେଇ ପ୍ରବୀଣଙ୍କୁ ଟାର୍ଗେଟ କରାଯାଇଥିଲା । ନୂପୁର ଶର୍ମା ମାମଲାରେ ରାଜସ୍ଥାନ ଉଦୟପୁର ଦରଜୀ କହ୍ନେୟାଲାଲଙ୍କୁ ହତ୍ୟା କରାଯିବା ଘଟଣାରେ ପ୍ରବୀଣ ସୋସିଆଲ ମିଡିଆରେ ଟିପ୍ପଣୀ ଦେଇଥିଲେ । ଏହାକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ପ୍ରବୀଣ ୨୯ ଜୁନରେ ଫେସବୁକରେ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟରେ ସେ ନୂପୁର ଶର୍ମାଙ୍କ ବୟାନକୁ ସମର୍ଥନ କରିବାକୁ ଯାଇ ରାଜସ୍ଥାନ କହ୍ନେୟାଲାଲଙ୍କ ଗଳା କାଟିବା ଘଟଣାକୁ ନିନ୍ଦା କରିଥିଲେ । ବିଜେପି ଯୁବନେତାଙ୍କ ଏହି ପୋଷ୍ଟ ବିରୁଦ୍ଧରେ ଅନେକ କଟୁ ଶବ୍ଦ ବ୍ୟବହାର କରାଯାଇଥିଲା । ତେଣୁ ଏହାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । କିନ୍ତୁ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଅନ୍ୟପଟେ ଆଜି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ସରକାରକୁ ବର୍ଷେ ପୁରିଛି । ଏହି ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଯୁବନେତା ପ୍ରବୀଣ ହତ୍ୟାକାଣ୍ଡ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ୍ କରିଦେଇଛନ୍ତି ।

ପ୍ରକାଶଥାଉ କି, ମଙ୍ଗଳବାର ବିଳମ୍ବିତ ରାତିରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରବୀଣଙ୍କୁ (32) ବିଭତ୍ସ ଭାବେ ଦୁଇଜଣ ହତ୍ୟା କରିଥିଲେ । ବୋଲାରୋ ଅଞ୍ଚଳରେ ଥିବା ନିଜ ଦୋକାନ ବନ୍ଦ କରି ଫେରୁଥିବା ବେଳେ ତାଙ୍କ ଉପରକୁ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯିବା ସମୟରେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:କର୍ଣ୍ଣାଟକରେ ବିଜେପି ଯୁବନେତାଙ୍କ ହତ୍ୟାକୁ ନେଇ ରାଜ୍ୟବ୍ୟାପୀ ଉତ୍ତେଜନା !

ଏହି ହତ୍ୟା ଘଟଣାକୁ ବିଭିନ୍ନ ସ୍ଥାନରେ ବିଜେପି ଓ ହିନ୍ଦୁ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ଏପରିକି ପ୍ରଦେଶ ବିଜେପି ମୁଖ୍ୟ ମଧ୍ୟ ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କ ଆକ୍ରୋଶରୁ ରକ୍ଷା ପାଇପାରି ନାହାନ୍ତି । ସ୍ଥାନୀୟ ସାଂସଦ ତଥା ପ୍ରଦେଶ ବିଜେପି ଅଧ୍ୟକ୍ଷ ନଳୀନ କୁମାର କୌଟିଲଙ୍କୁ ଉତ୍ତେଜିତ କାର୍ଯ୍ୟକର୍ତ୍ତା ଘେରିଛନ୍ତି । କୌଟିଲଙ୍କ ଗାଡିକୁ ଉତ୍ତେଜିତ ଆନ୍ଦୋଳନକାରୀ ଓଲଟାଇବା ପାଇଁ ଚେଷ୍ଟା କରିଥିଲେ । ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details