ଓଡିଶା

odisha

ETV Bharat / bharat

ନୂଆ ଶିକ୍ଷାନୀତି ଲାଗୁ କଲା ଦେଶର ପ୍ରଥମ ରାଜ୍ୟ କର୍ଣ୍ଣାଟକ, ଧର୍ମେନ୍ଦ୍ର କଲେ ଶୁଭାରମ୍ଭ - ନୂଆ ଶିକ୍ଷାନୀତି

ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରିବାରେ କର୍ଣ୍ଣାଟକ ହୋଇଛି ଦେଶର ପ୍ରଥମ ରାଜ୍ୟ । ଶିକ୍ଷାନୀତି କ୍ରିୟାନ୍ବୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ନୂଆ ଶିକ୍ଷାନୀତି ଲାଗୁକଲା ଦେଶର ପ୍ରଥମ ରାଜ୍ୟ କର୍ଣ୍ଣାଟକ, ଧର୍ମେନ୍ଦ୍ର କଲେ ଶୁଭାରମ୍ଭ
ନୂଆ ଶିକ୍ଷାନୀତି ଲାଗୁକଲା ଦେଶର ପ୍ରଥମ ରାଜ୍ୟ କର୍ଣ୍ଣାଟକ, ଧର୍ମେନ୍ଦ୍ର କଲେ ଶୁଭାରମ୍ଭ

By

Published : Aug 23, 2021, 9:29 PM IST

ବେଙ୍ଗାଲରୁ: କର୍ଣ୍ଣାଟକରେ ଜାତୀୟ ଶିକ୍ଷାନୀତି କ୍ରିୟାନ୍ବୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ କରିବାରେ କର୍ଣ୍ଣାଟକ ହୋଇଛି ଦେଶର ପ୍ରଥମ ରାଜ୍ୟ ।

ଜାତୀୟ ଶିକ୍ଷାନୀତି ଲାଗୁ କରି ଅନ୍ୟ ରାଜ୍ୟ ପାଇଁ କର୍ଣ୍ଣାଟକ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ଶିକ୍ଷା ନୀତିର କାର୍ଯ୍ୟକାରିତା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଜାତୀୟ ଶିକ୍ଷାନୀତି ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବ । ୩ ରୁ ୨୩ ବର୍ଷ ବୟସର ଛାତ୍ରଛାତ୍ରୀ ଅଧିକ ଲାଭବାନ ହେବେ ବୋଲି କହିଛନ୍ତି ପ୍ରଧାନ ।

2020 ଜୁଲାଇ 29ରେ ଦେଶରେ ନୂତନ ଜାତୀୟ ଶିକ୍ଷା ନୀତି ଉପସ୍ଥାପନ କରିଥିଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ। ବର୍ତ୍ତମାନ ଏହି ନୂତନ ଜାତୀୟ ଶିକ୍ଷା ନୀତିକୁ ଲାଗୁ ତଥା କାର୍ଯ୍ୟକାରୀ କରିବାରେ କର୍ଣ୍ଣାଟକ ଦେଶର ପ୍ରଥମ ରାଜ୍ୟ ହୋଇଛି ।

ନିକଟରେ ଜାତୀୟ ଶିକ୍ଷାନୀତିର ବର୍ଷ ପୂର୍ତ୍ତି ଅବସରରେ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶିକ୍ଷାନୀତିକୁ ଚାପମୁକ୍ତ ରଖାଯାଇଛି । ଏହା ଲାଗୁ କରିବା ସ୍ବାଧୀନତାର ଅମୃତ ମହୋତ୍ସବର ଏକ ଅଂଶ । ଏହି ମହାପର୍ବ ମଧ୍ୟରେ ଶିକ୍ଷା ନୀତି ଆଧାରରେ ଆରମ୍ଭ ଯୋଜନାଗୁଡିକ ନୂଆ ଭାରତ ନିର୍ମାଣରେ ବଡ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details