ଓଡିଶା

odisha

ETV Bharat / bharat

Karnataka Assembly Elections: ଭୋଟ ଦେବ କର୍ଣ୍ଣାଟକ, ମୈଦାନରେ 2615 ପ୍ରାର୍ଥୀ

ରାତି ପାହିଲେ ଭୋଟ ଦେବ କର୍ଣ୍ଣାଟକ । ମୈଦାନରେ ଥିବା 2,615 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ କରିବେ 5,10,55172 ଜନତା ଜନାର୍ଦ୍ଦନ । ବିଜେପି କ୍ଷମତା ବଞ୍ଚାଇବ ନା କଂଗ୍ରେସ କ୍ଷମତା ଛଡାଇ ନେବ, ତାକୁ ଅପେକ୍ଷ । ଅଧିକ ପଢନ୍ତୁ

Karnataka Assembly Elections: ଭୋଟ ଦେବ କର୍ଣ୍ଣାଟକ, ମୈଦାନରେ 2,615 ପ୍ରାର୍ଥୀ
Karnataka Assembly Elections: ଭୋଟ ଦେବ କର୍ଣ୍ଣାଟକ, ମୈଦାନରେ 2,615 ପ୍ରାର୍ଥୀ

By

Published : May 9, 2023, 10:27 PM IST

ବେଙ୍ଗାଲୁରୁ:ରାତି ପାହିଲେ ବହୁପ୍ରତୀକ୍ଷିତ କର୍ଣ୍ଣାଟକ ମତଦାନ । 224 ବିଧାନସଭା ଆସନ ପାଇଁ ବିଭିନ୍ନ ଦଳ ଓ ସ୍ବାଧୀନ ଭାବେ ମୋଟ 2,615 ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା ଦେବେ । ସମଗ୍ର ରାଜ୍ୟରେ ମୋଟ 58,545 ମତଦାନ କେନ୍ଦ୍ରରେ 5,10,55,172 ଭୋଟର ମତାଧିକାର ସାବ୍ୟସ୍ତ କରିବେ । ସକାଳ 7 ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା 6 ଟା ରେ ଶେଷ ହେବ। ଏଥିପାଇଁ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ପୁରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ଆଜି ନିର୍ବାଚନ ପ୍ରକ୍ରିୟାରେ ଦାୟିତ୍ବ ନିର୍ବାହ କରିବାକୁ ଥିବା ଅଧିକାରୀମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ପୋଷ୍ଟାଲ ବାଲାଟ ମାଧ୍ୟମରେ ସେମାନେ ଭୋଟ ଦେଇଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରଜ୍ୟରେ ମୋଟ 5,10,55172 ପଞ୍ଜିକୃତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ 2,58,01408 ପୁରୁଷ, 2,52,48,925 ମହିଳା ଅଛନ୍ତି ।

ସେହିପରି ରାଜ୍ୟରେ ଚଳିତଥର ନବାଗତ ଭୋଟରଙ୍କ ସଂଖ୍ୟା ମଧ୍ୟ ବେଶ ଅଧିକ ରହିଛି । ମୋଟ 11,71,558 ଯୁବକ ଭୋଟର ଥିବା ବେଳେ 5,71,281 ଜଣ ଭିନ୍ନକ୍ଷମ (PWDs) ଏବଂ 12,15,920 ଜଣ ଭୋଟର 80 ବର୍ଷରୁ ଅଧିକ ବୟସ ବର୍ଗର ରହିଛନ୍ତି । ବୟସାଧିକ ଓ ଭିନ୍ନକ୍ଷମ ଭୋଟରଙ୍କ ମତଦାନ ପାଇଁ ଆବଶ୍ୟତ ସ୍ଥଳେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ରାଜ୍ୟରେ ମୋଟ ବିଭିନ୍ନ ଦଳ ଓ ସ୍ବାଧୀନ ଭାବେ ମୋଟ 2,615 ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ରହିଛନ୍ତି । ସେମାନଙ୍କ ମଧ୍ୟରେ 2,430 ପୁରୁଷ, 184 ମହିଳା ଏବଂ ଜଣେ ମାତ୍ର ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ରହିଛିଛନ୍ତି । ଲିଙ୍ଗଗତ ଆନୁପାତିକ ଦୃଷ୍ଟିରୁ ମହିଳାଙ୍କ ପ୍ରତିଦ୍ବନ୍ଦ୍ବିତା ହାର ତୁଳନାତ୍ମକ ଭାବେ ବେଶ କମ ରହିଛି ।

ମତଦାନ ସୁରୁଖୁରୁରେ ଶେଷ କରିବା ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ପଡୋଶୀ ରାଜ୍ୟରୁ ପ୍ରାୟ 8,500 ପୋଲିସ ଅଧିକାରୀ ଏବଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । 1.5 ଲକ୍ଷରୁ ଅଧିକ ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ବଳ (CRPF) ନିୟୋଜିତ ହୋଇଛନ୍ତି । ସମ୍ବେଦନଶୀଳ ଚିହ୍ନଟ ଏରିଆରେ ଅପେକ୍ଷାକୃତ ଅଧିକ ଫୋର୍ସ ମୁତୟନ ରହିବା ସହ ମୋବାଇଲ ପାଟ୍ରୋଲିଂକୁ ମଧ୍ୟ ତ୍ବରାନ୍ବିତ କରାଯିବ । ନିର୍ବାଚନ ଦାୟିତ୍ବରେ ମୋଟ 304 ପୋଲିସ ଡେପୁଟି ଏସପି, 991 ଇନ୍ସପେକ୍ଟର, 2,610 ପିଏସଆଇ, 5,803 ଏଏସଆଇ ନିୟୋଜିତ ହୋଇଛନ୍ତି । ରାଜ୍ୟରେ ମୋଟ 75,603 ବାଲାଟ୍ ୟୁନିଟ୍ (BU), 70,300 କଣ୍ଟ୍ରୋଲ୍ ୟୁନିଟ୍ (CU) ଏବଂ 76,202 VVPAT ବ୍ୟବହାର କରାଯିବ । କିଛି ସ୍ଥାନରେ ମାଇକ୍ରୋ ଅବଜରବେସନ ମୋଡରେ ୱେବକାଷ୍ଟିଂ ଏବଂ ସିସିଟିଭି ବ୍ୟବସ୍ଥା କରାଯାଇଛି ।

ପ୍ରଥମଥର କୌଣସି ବିଧାନସଭା ନିର୍ବାଚନରେ 80 ବର୍ଷରୁ ଅଧିକ ବୟସ୍କ ଏବଂ 40 ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ଘରୁ ଭୋଟ୍ ଦେବାକୁ ଅନୁମତି ଦେଇଛନ୍ତି ନିର୍ବାଚନ ଆୟୋଗ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ଆଜି (ମଙ୍ଗଳବାର) ରାଜ୍ୟବାସୀଙ୍କୁ ବିକାଶ, ପ୍ରଗତି ଏବଂ ସୁଶାସନ ପାଇଁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ମୋଟ 224 ଟି ଆସନରେ ମତଗ୍ରହଣ ଶେଷ ହେବ । 13 ରେ ଭୋଟ ଗଣତି ଓ ଜନାଦେଶ ଉପରେ ରହିଛି ସମଗ୍ର ଦେଶର ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details