ଓଡିଶା

odisha

ETV Bharat / bharat

Karnataka Polls: ରାହୁଲଙ୍କଠୁ ଶିଖ, ସେ ଗାଳି କଣ ଗୁଳି ଖାଇବାକୁ ପ୍ରସ୍ତୁତ କହିଲେ ପ୍ରିୟଙ୍କା - କର୍ଣ୍ଣାଟକ ବିଧାନସଭା ନିର୍ବାଚନ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଅଧିକ ପଢନ୍ତୁ

Priyanka Gandhi to PM over his remarks on abuse
karnataka Election

By

Published : May 1, 2023, 11:32 AM IST

ବେଙ୍ଗାଲୁରୁ: ରାହୁଲଙ୍କଠୁ କିଛି ଶିଖ । ସେ ଦେଶ ପାଇଁ ଗୁଳି ଖାଇବାକୁ ପ୍ରସ୍ତୁତ । ଖାଲି ଗାଳି ନୁହେଁ ସେ ଗୁଳି ଖାଇବାକୁ ବି ସର୍ବଦା ପ୍ରସ୍ତୁତ ଅଛନ୍ତି । କିଛି ଏମିତି କହିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କର୍ଣ୍ଣାଟକର ଜାମଖଣ୍ଡିରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ପ୍ରିୟଙ୍କା ଗାନ୍ଧୀ । ଏହି ସଭାକୁ ସମ୍ବୋଧନ କରି ସେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ''ପ୍ରଧାନମନ୍ତ୍ରୀ ମୋ ଭାଇ ରାହୁଲଙ୍କ ଠାରୁ କିଛି ଶିଖନ୍ତୁ । ରାହୁଲ ଦେଶ ପାଇଁ ଗାଳି କଣ ଗୁଳି ଖାଇବାକୁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀଙ୍କୁ 91ଥର ଗାଳି କରାଯାଇଛି ବୋଲି ସେ ଏକ ସୂଚୀ ପ୍ରସ୍ତୁତ କରିଛନ୍ତି ମାତ୍ର କଂଗ୍ରେସକୁ ଯେତେ ଗାଳି ହୋଇଛି ତାର ଏକ ପୁସ୍ତକ ଛପା ହେବ ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ପ୍ରିୟଙ୍କା ଗାନ୍ଧୀ ଆହୁରି କହିଛନ୍ତି, ''ମୋଦିଙ୍କୁ ଦିଆଯାଇଥିବା ଗାଳି ମାତ୍ର ଗୋଟିଏ ପୃଷ୍ଠାର ହେବ ମାତ୍ର ଗାାନ୍ଧୀ ପରିବାକୁ ଦିଆଯାଇଥିବା ଗାଳିର ହିସାବ କଲେ ଗୋଟିଏ ବହି ଛାପିବାକୁ ପଡିବ । ପ୍ରଥମଥର ପାଇଁ ଏପରି ଜଣେ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛି ଯିଏକି ଜନତାଙ୍କ ଆଗରେ ଗାଳି ଖାଇଥିବା କଥା କହୁଛନ୍ତି । ଜନତାଙ୍କୁ ଦୁଃଖ ଶୁଣିବା ବଦଳରେ ସେ ନିଜ ଦୁଃଖ କହୁଛନ୍ତି । ମୋଦି ଜୀ ସହିବାକୁ ପଡିବ । ଏହା ସାର୍ବଜନିକ ଜୀବନ ସବୁ ଧୈର୍ଯ୍ୟର ସହ ସହିବାକୁ ପଡିବ । ମୋଦି ଜୀ ମୋ ଭାଇଠୁ ଶିଖ ଯିଏକି କହୁନ୍ତି ଗାଳି କଣ ଦେଶ ପାଇଁ ଗୁଳି ଖାଇବାକୁ ପ୍ରସ୍ତୁତ ।''

ଏହା ବି ପଢନ୍ତୁ...କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ, କଂଗ୍ରେସ ମତେ 91 ଥର ଗାଳି ଦେଇଛି

ଗତ ଏପ୍ରିଲ 29 ତାରିଖରେ କର୍ଣ୍ଣାଟକର ବିଦରରେ ଦଳ ପାଇଁ ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ନିଶାନା ମାରିଥିଲେ । ବିରୋଧୀ କଂଗ୍ରେସ ତାଙ୍କ ପ୍ରତି ବ୍ୟବହାର କରିଥିବା ଅପଶଦ୍ଦ କଥା କହିଥିଲେ । କଂଗ୍ରେସ ତାଙ୍କୁ ଥରେ କି ଦୁଇ ଥର ନୁହେଁ ବରଂ ଆଜି ପର୍ଯ୍ୟନ୍ତ 91 ଥର ଗାଳି ଦେଇ ସାରିଥିବା କହିଥିଲେ ପ୍ରଧାନମନ୍ତ୍ରୀ । ଦଳର ସାଧାରଣ ନେତା ନୁହନ୍ତି ଶୀର୍ଷ ନେତା ତାଙ୍କ ପ୍ରତି ଅପଶଦ୍ଦ ପ୍ରୟୋଗ କରିଥିବା କହିଥିଲେ ମୋଦି । ଏହି ମନ୍ତବ୍ୟକୁ ନେଇ ଜାମଖଣ୍ଡିରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦିନ ଯେତିକି ନିକଟତର ହେଉଛି ପ୍ରଚାର ମଇଦାନ ସେତିକି କମ୍ପୁଛି । ନିର୍ବାଚନକୁ ଆଉ ମାତ୍ର 9 ଦିନ ବାକି ରହିଛି । ମଇ 10 ତାରିଖରେ କର୍ଣ୍ଣାଟକରେ 224 ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ମଇ 13ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ABOUT THE AUTHOR

...view details