ଓଡିଶା

odisha

ETV Bharat / bharat

Karnataka Election 2023 : ବୁଥ୍‌ ଜିତିବାକୁ କର୍ମୀଙ୍କୁ ନରେନ୍ଦ୍ର ମୋଦିଙ୍କ ଗୁରୁ ମନ୍ତ୍ର, ବିରୋଧୀଙ୍କ ଉପରେ ବର୍ଷିଲେ - କର୍ଣ୍ଣାଟକ ନିର୍ବାଚନ 2023

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ କର୍ଣ୍ଣାଟକ ବିଜେପି କର୍ମୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ
pm modi interacts with karnataka bjp workers

By

Published : Apr 27, 2023, 3:09 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । ବଡ ବଡିଆଙ୍କ ପ୍ରଚାରରେ କମ୍ପୁଛି ମଇଦାନ । ଏହାରି ଭିତରେ ଆଜି କର୍ଣ୍ଣାଟକ ବିଜେପି କର୍ମକର୍ତ୍ତାଙ୍କୁ ସମ୍ବାଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଜରିଆରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ଲୋକଙ୍କୁ ବୁଥ୍‌ ନିକଟକୁ ଆଣିବା ସହ ସରକାରଙ୍କ କାର୍ଯ୍ୟ ବିଷୟରେ ସେମାନଙ୍କୁ ଜଣାଇବାକୁ ହେବ । କର୍ଣ୍ଣାଟକରେ ଲୋକତନ୍ତ୍ର ଉତ୍ସବ ଚାଲିଛି । ବିଜେପି ସର୍ବଦା ନିର୍ବାଚନକୁ ଲୋକତନ୍ତ୍ରର ଉତ୍ସବ ଭାବେ ପାଳନ କରିଛି । ତୁମ ଉପରେ ଡବଲ ଦାୟିତ୍ବ ରହିଛି ମୋତେ ବିଶ୍ବାସ ଅଛି ପ୍ରତି ବୁଥ ପ୍ରତି ତୁମର ପ୍ରୟାସ କର୍ଣ୍ଣାଟକରେ ବିଜେପିକୁ ରେକର୍ଡ ସଂଖ୍ୟାକ ଭୋଟରେ ବିଜୟୀ କରାଇବ । ଯେବେ ବୁଥ୍‌ ବିଜୟୀ ହୋଇଥାଏ ନିର୍ବାଚନରେ ବିଜୟ ନିଶ୍ଚିନ୍ତ ହୋଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।"

ଜଣେ ବୁଥ କର୍ମୀଙ୍କ ପ୍ରଶ୍ନର ଉତ୍ତରରେ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ବୁଥ୍‌କୁ ଜିତିବାକୁ ହେଲେ 10ଜଣ ପୁରୁଷ ଓ 10 ଜଣ କର୍ମଠ ମହିଳାଙ୍କୁ ନେଇ ମଜଭୁତ ଟିମ୍‌ ଗଠନ କର । କର୍ଣ୍ଣାଟକର ଉଜ୍ବଳ ଭବିଷ୍ୟତ ପାଇଁ ଭାଜପାର ରାଜ୍ୟ ସରକାର ଓ କେନ୍ଦ୍ର ସରକାର କିପରି କାର୍ଯ୍ୟ କରୁଛନ୍ତି ତାର ଏକ ଡାଏରୀ ସାଥିରେ ରଖ । ଗରିବ, ଦଳିତ, ମହିଳା, କିଷାନ ଓ ଯୁବଗୋଷ୍ଠୀଙ୍କ ପାଇଁ ସରକାର କି କାର୍ଯ୍ୟ କରୁଛନ୍ତି ତାର ସମସ୍ତ ସୂଚନା ତୁମ ପାଖରେ ରହିବା ଆବଶ୍ୟକ । ମହିଳା ଓ ପୁରୁଷଙ୍କୁ ଦଳ ଗଠନ କରି ସେମାନଙ୍କୁ ପ୍ରତି ପରିବାରଙ୍କ ପାଖକୁ ପଠାଅ ଗୁରୁଜନଙ୍କ ଆର୍ଶୀବାଦ ନିଅ । ଗୋଟିଏ ପରିବାର ସହ ଘଣ୍ଟାଏ ସମୟ ବିତାଅ ବହୁତ ଫାଇଦା ହେବ । ବୁଥ ସହ ଜଡିତ ପରିବାକକୁ ଜିତିଲେ ହିଁ ବୁଥ ଜିତିବା ସମ୍ଭବ ହେବ । କର୍ଣ୍ଣାଟକବାସୀ ବିଜେପି ଉପରେ ବିଶ୍ବାସ ରଖିଛନ୍ତି । ଭଲ ପାଇବା ବର୍ଷା କରୁଛନ୍ତି । ଲୋକ ଜାଣିଛନ୍ତି ଆମେ କିପରି ଦ୍ରୁତ ଗତିରେ ଦେଶର ଅର୍ଥନୀତି ବ୍ୟବସ୍ଥାକୁ ସୁଧାର ଆଣିଛୁ ।"

ଏହା ବି ପଢନ୍ତୁ...Operation Kaveri: ଚତୁର୍ଥ ଦିନରେ ସୁଦାନରୁ ଫେରିଲେ ୧୨୮ ଭାରତୀୟ

ବିଜେପି ବିକଶିତ ଭାରତ ରୋଡ୍‌ ମ୍ୟାପ ଉପରେ କାର୍ଯ୍ୟ କରୁଛି । ଆଗାମୀ 25 ବର୍ଷରେ କର୍ଣ୍ଣାଟକ ଉଜ୍ବଳ ଭବିଷ୍ୟତ ନେଇ ବିଜେପି ଏକ ଯୁବ ଟିମ୍‌ ଗଠନ କରୁଛି । ଲମ୍ବା ସମୟ ଧରି କର୍ଣ୍ଣାଟକରେ ବିଜେପି ଜନାଦେଶ ରହିଛି । ଡବଲ ଇଞ୍ଜିନ ସରକାର ଅର୍ଥ ହେଉଛି ବିକାଶର ଡବଲ ଗତି । ଯେଉଁଠି ଡବଲ ଇଞ୍ଜିନ ସରକାର ଅଛି ସେଠାରେ ଗରିବ କଲ୍ୟାଣ ଯୋଜନା ଦ୍ରୁତ ଗତିରେ ହୋଇଛି । ଯେଉଁ ରାଜ୍ୟରେ ଭଜପା ସରକାର ନାହିଁ ସେଠାରେ ମୋଦିଙ୍କ ଜୟ ଜୟକାର ନେଇ ଭୟଭୀତ ଅଛନ୍ତି । ଗତ 9 ବର୍ଷ ନିବେଶର କେନ୍ଦ୍ରସ୍ଥଳ ହୋଇଛି ଭାରତ । ଆମ ସରକାର ସର୍ବଦା ଆଗାମୀ ଭବିଷ୍ୟତ ପିଢି କଥା ଚିନ୍ତା କରିଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିରୋଧୀଙ୍କ ଉପରେ ବର୍ଷିଲେ: କଂଗ୍ରେସ ଦୁର୍ନୀତିମୁକ୍ତ ପାଇଁ କୌଣସି ପଦକ୍ଷେପ ନେଇ ନାହିଁ କାରଣ ସେ ହିଁ ଦୁର୍ନୀତିର ମୂଳ । ପ୍ରଧାନମନ୍ତ୍ରୀ କହିଛନ୍ତି, "2014 ପରେ ଦେଶ ଦେଖିଛି କେତେ ଦ୍ରୁତ ଗତିରେ ଦୁର୍ନୀତି ମୂଳପୋଛ ହୋଇଛି । ବିରୋଧୀଙ୍କ ଏଜେଣ୍ଡା ହେଉଛି ପଦ ହାତେଇବା ମାତ୍ର ଆମ ଏଜେଣ୍ଡା ଆଗାମୀ 25 ବର୍ଷରେ ଦେଶକୁ ବିକଶିତ କରିବା । ଦେଶକୁ ଗରିବୀମୁକ୍ତ କରିବା । କଂଗ୍ରେସ ମାନେ ମିଥ୍ୟା ଗ୍ୟାରେଣ୍ଟି । କଂଗ୍ରେସର ଅର୍ଥ ଦେଉଛି ଦୁର୍ନୀତି ଓ ମିଥ୍ୟା । କଂଗ୍ରେସ ଏପିରି ସ୍ଥିତିରେ ଅଛି ସେ ଆଉ ଗ୍ୟାରେଣ୍ଟି ଦେଇ ପାରିବ ନାହିଁ । ତାର ୱାରେଣ୍ଟି ଶେଷ ହୋଇଛି । ଯାହାର ୱାରେଣ୍ଟି ନାହିଁ ସେ ଆଉ କି ଗ୍ୟାରେଣ୍ଟି ଦେବ ? ହିମାଚଳବାସୀ ଆଜି ଯାଏଁ କଂଗ୍ରେସ ଗ୍ୟାରେଣ୍ଟି ପୁରଣ ହେବାକୁ ଅପକ୍ଷା କରିଛନ୍ତି । ରାଜସ୍ଥାନ କଂଗ୍ରେସ ଗ୍ୟାରେଣ୍ଟି ଉପରେ ଆନ୍ଦୋଳନ କରୁଛି ।

ଏହା ବି ପଢନ୍ତୁ...Traffic Violations: ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗ

ପ୍ରକାଶଥାଉ କି, 224 ବିଧାନସଭା ଆସନରେ କର୍ଣ୍ଣାଟକରେ ନିର୍ବାଚନ ଅନୁଷ୍ଠିତ ହେବ । ମଇ 10 ତାରିଖରେ ଭୋଟ ଗ୍ରହଣ ଓ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଆସନ୍ତା 29 ତାରିଖରେ କର୍ଣ୍ଣାଟକ ଗସ୍ତ କରି ବିଶାଳ ରାଲି କରିବେ ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details