ଓଡିଶା

odisha

By

Published : Jul 26, 2021, 7:22 AM IST

ETV Bharat / bharat

Kargil Vijay Diwas; ଦ୍ରାସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ସୁପ୍ରିମ କମାଣ୍ଡର

କାର୍ଗିଲ ବିଜୟ ଦିବସକୁ ପୁରିଛି ୨୨ ବର୍ଷ । ଏହି ଅବସରରେ ବୀର ସହିଦ ସୁପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି କୃତଜ୍ଞ ରାଷ୍ଟ୍ର । ଦେଶବ୍ୟାପୀ ଆୟୋଜିତ ହେଉଛି ଏକାଧିକ କାର୍ଯ୍ୟକ୍ରମ । ଏହି ଅବସରେ କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଲଦାଖ ଦ୍ରାସରେ ପହଞ୍ଚିଛନ୍ତି ସେନାର ସୁପ୍ରିମ କମାଣ୍ଡର ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Kargil vijay diwas
Kargil vijay diwas

ନୂଆଦିଲ୍ଲୀ:କାର୍ଗିଲ ବିଜୟ ଦିବସକୁ ପୂରିଛି ୨୨ ବର୍ଷ । ଏହି ଅବସରରେ ବୀର ସହିଦ ସୁପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି କୃତଜ୍ଞ ରାଷ୍ଟ୍ର । ଦେଶବ୍ୟାପୀ ଆୟୋଜିତ ହେଉଛି ଏକାଧିକ କାର୍ଯ୍ୟକ୍ରମ । ଏହି ଅବସରେ କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଲଦାଖ ଦ୍ରାସରେ ପହଞ୍ଚିଛନ୍ତି ସେନାର ସୁପ୍ରିମ କମାଣ୍ଡର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଯେଉଁଠି ରାଷ୍ଟ୍ରପତି, CDS ଜେନେରାଲ ଓ ସେନାର ବରିଷ୍ଠ ଅଧିକାରୀ ଦେବେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ।

ନୂଆଦିଲ୍ଲୀ ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ୩ ସେନା ପ୍ରମୁଖ ଦେବେ ଶ୍ରଦ୍ଧାଞ୍ଜଳି । ବର୍ଷ ୧୯୯୯ ମସିହା ଆଜିର ଦିନରେ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ପରାସ୍ତ କରି ଭାରତୀୟ ବୀର ଯବାନ ଅଖଣ୍ଡ ଭାରତର ରଖିଥିଲେ ଟେକ । ଦୀର୍ଘ ୨ ମାସ ପର୍ଯ୍ୟନ୍ତ ଚାଲିଥିବା ଏହି ସାମରିକ ଯୁଦ୍ଧ ଆଜିର ଦିନରେ ହୋଇଥିଲା ଶେଷ ।

ଭାରତୀୟ ସେନାର ବୀରତ୍ବ ସୌର୍ଯ୍ୟ ଆଗରେ ଆତ୍ମ ସମର୍ପଣ କରିଥିଲା ପାକିସ୍ତାନ । ଅର୍ଥାତ ଆଜିର ଦିନରେ ହୋଇଥିଲା କାର୍ଗିଲ ବିଜୟ । ଏହି ବିଜୟକୁ ସ୍ମରଣୀୟ ଓ ବୀର ଯବାନଙ୍କ ବଳିଦାନକୁ ସମ୍ମାନ ଓ ସ୍ମୃତି ଚାରଣ ପାଇଁ ଆଜିର ଦିନକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରୁଛି ରାଷ୍ଟ୍ର । ଏହି ଯୁଦ୍ଧରେ ଭାରତ ମାତାର ୫୨୭ ଜଣ ବୀର ଯବାନ ମାତୃଭୂମି ପାଇଁ ଦେଇଥିଲେ ସର୍ବୋଚ୍ଚ ବଳିଦାନ । ସେହି ବୀରଙ୍କ ସ୍ମୃତି ଉଦ୍ଦେଶ୍ୟରେ କାର୍ଗିଲରେ ନିର୍ମାଣ ହୋଇଛି ସ୍ମୃତିସମ୍ଭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details