ଓଡିଶା

odisha

Kargil Vijay Diwas 2023: କାର୍ଗିଲ ବିଜୟଗାଥା, ଯେବେ ଦୁନିଆ ଦେଖିଥିଲା ହିନ୍ଦୁସ୍ଥାନର ପରାକ୍ରମ

By

Published : Jul 26, 2023, 8:51 AM IST

ଆଜିକୁ ଠିକ 23 ବର୍ଷ ତଳେ ଭାରତ-ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିବା ପାକ୍ ସେନାକୁ ମାତ୍ ଦେଇ ୧୯୯୯ ମସିଆ ଆଜିର ଦିନରେ କାର୍ଗିଲ ଉଚ୍ଚ ପାହାଡ ଶୀର୍ଷରେ ତ୍ରିରଙ୍ଗା ଉଡାଇ ଥିଲା ଭାରତ । ଅଧିକ ପଢନ୍ତୁ

Kargil Vijay Diwas 2023
Kargil Vijay Diwas

ନୂଆଦିଲ୍ଲୀ:1999 ମସିହା ଜୁଲାଇ 26 ତାରିଖ ଏ ଦିନଟି ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର । 1999 ମସିହା ଆଜିକୁ ଠିକ 23 ବର୍ଷ ତଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ଯାହା କାର୍ଗିଲ ଯୁଦ୍ଧ ଭାବେ ଜଣା । ପାକିସ୍ତାନ ଯେବେ କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିଲା ସେବେଠୁ ଏହି ଲଢେଇ ଆରମ୍ଭ ହୋଇଥିଲା । 1999 ମସିହା ଜୁଲାଇ 26 ତାରିଖ ଅର୍ଥାତ ଆଜିର ଦିନରେ ପାକିସ୍ତାନ ସେନାକୁ ମାତ ଦେଇ କାର୍ଗିଲ ଉଚ୍ଚ ପାହାଡ ଶିଖରରେ ତ୍ରିରଙ୍ଗା ଉଡାଇଥିଲା ଭାରତ । ସେହି ଦିନକୁ ଐତିହାସିକ କାର୍ଗିଲ ବିଜୟ ଦିବସ ଭାବେ ପାଳନ ହୋଇ ଆସୁଛି । ଏହି ଦିନ ହିନ୍ଦୁସ୍ଥାନର ପରାକ୍ରମ ଦେଖିଥିଲା ଦୁନିଆ ।

ପ୍ରତିବର୍ଷ ଜୁଲାଇ 26 ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଏ । ଏହି ଦିନ କାର୍ଗିଲ ଯୁଦ୍ଧରେ ଶହୀଦ ବୀର ସେନାଙ୍କ ବଳିଦାନ ଓ ସୌର୍ଯ୍ୟକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦିଆଯାଏ । ଏହି ଯୁଦ୍ଧ ଜାମ୍ମୁ କାଶ୍ମୀର କାର୍ଗିଲ ଜିଲ୍ଲାରେ 1999 ମେ ଏବଂ ଜୁଲାଇ ମଧ୍ୟରେ ହୋଇଥିଲା । ଏହି ଯୁଦ୍ଧରେ ଭାରତୀୟ ସେନା ଅଦମ୍ୟ ସାହାସ ଦେଖାଇ ଶତ୍ରୁକୁ ମାତ ଦେଇଥିଲେ । ମେ 3, 1999ରେ ଭାରତୀୟ ସେନାରୁ ଜୁଲାଇ 26,1999 ଏ ସେହି ଐତିହାସିକ ତାରିଖ ଯେବେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ କରିଥିଲା । ଏହି ଦିନଟି ପ୍ରତିଟି ଭାରତୀୟଙ୍କ ଭିତରେ ଅପୂର୍ବ ଶିହରଣ ଭରିଦିଏ ।

କାର୍ଗିଲ ବିଜୟ:ପ୍ରଥମେ କାର୍ଗିଲ ପାହାଡୀ ଅଞ୍ଚଳରେ ମେଷପାଳକ ପାକିସ୍ତାନୀ ସୈନିକ ଏବଂ ଆତଙ୍କୀଙ୍କୁ ଦେଖିଥିଲେ ଭାରତୀୟ ସେନା । ଏହା ପରେ ଭାରତୀୟ ଯବାନ ସେଠାକୁ ଯାଇଥିଲେ । ପାକିସ୍ତାନୀ ସେନା ସହ ଲଢେଇ ମଧ୍ୟରେ ୫ ଜଣ ଭାରତୀୟ ଯବାନ ଶହୀଦ ହୋଇଯାଇଥିଲେ । ପାକ୍ ସେନା ଭାରତୀୟ ସେନାର ଗୋଳାବାରୁଦ ଡିପୋକୁ ଟାର୍ଗେଟ କରି ଗୁଳିମାଡ କରିଥିଲେ । ଏହା ପରେ ପାକ୍ ସେନା ଏଲଓସି ପାର୍ କରି ଦ୍ରାସ ଏବଂ କାକସର ସେକ୍ଟର ସହ ଜମ୍ମୁ କାଶ୍ମୀର ଓ ଅନ୍ୟ ଅଞ୍ଚଳରେ ଅନୁପ୍ରବେଶ କରିଥିଲେ । ଏହା ପରେ ଭାରତୀୟ ସେନା ଅପରେସନ ବିଜୟ ଆରମ୍ଭ କରିଥିଲେ । ଭାରତୀୟ ବାୟୁସେନା ଅପରେସନ ବିଜୟର ଅଂଶ ହୋଇଥିଲା । ଆକାଶ ମାର୍ଗକୁ ଆକ୍ରମଣ କରି ପାକ୍ ଅନୁପ୍ରବେଶକାରୀଙ୍କୁ ସଫା କରିବା ଆରମ୍ଭ କରିଥିଲା । ପାକିସ୍ତାନୀ ସେନା ନ୍ୟାସନାଲ ହାଇୱେ ୧ କୁ ଟାର୍ଗେଟ କରିଥିଲେ । ପାକ୍ ସେନାଙ୍କୁ ମାତ୍ ଦେଇ ଭାରତୀୟ ସେନା ଟୋଲଲିଙ୍ଗ ଶିଖରରେ ପୁଣି କବ୍‌ଜା କରିଥିଲେ ।

ଭାରତର ତତ୍କଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କାର୍ଗିଲ ଗସ୍ତ କରିଥିଲେ । ଟାଇଗର ହିଲ ନିକଟ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳକୁ ଭାରତୀୟ ସେନା ନିଜ ଅକ୍ତିଆରକୁ ନେଇଥିଲା । ଭାରତୀୟ ସେନା ଟାଇଗଲ ହିଲ୍ କବ୍‌ଜା କରିଥିଲେ । ଅନ୍ତରାଷ୍ଟ୍ରୀୟ ଚାପ ଯୋଗୁଁ ପାକ୍ ପ୍ରଧାନମନ୍ତ୍ରୀ କାର୍ଗିଲରୁ ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନୀ ସୈନିକଙ୍କ ପଛକୁ ହଟିବା ପାଇଁ ବାଧ୍ୟ କରାଯାଇଥିଲା । ୧୪ ଜୁଲାଇ ୧୯୯୯ରେ ଅପରେସନ ବିଜୟ ସଫଳ ହୋଇଥିବା ଭାରତର ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଜୁଲାଇ 26 199ରେ ପାକିସ୍ତାନୀ ସେନା କବ୍‌ଜାରେ ଥିବା ସମସ୍ତ ଅଞ୍ଚଳକୁ ପୁଣି ନିଜ କବ୍‌ଜା ନେଇ ଭାରତ ଯୁଦ୍ଧ ବିଜୟୀ ହୋଇଥିଲା । ଶେଷରେ ୨ ମାସ ପରେ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

ଏହା ବି ପଢନ୍ତୁ...Kargil Vijay Diwas 2023: କାର୍ଗିଲରେ ସେନାର ବ୍ୟାଟେଲ ଡ୍ରିଲ, ଯବାନଙ୍କ ଆକ୍ସନ ଦେଖିଲେ ଥରିବ ଶତ୍ରୁ

525 ବୀରପୁତ୍ରଙ୍କୁ ହରାଇଥିଲା ଦେଶ: କାର୍ଗିଲ ପାହାଡରେ ତ୍ରିରଙ୍ଗା ଉଡାଇ ଶତ୍ରୁକୁ ମାତ ଦେଇଥିଲା ଭାରତ ମାତ୍ର ଏହି ଲଢେଇରେ 527 ବୀରପୁତ୍ରଙ୍କୁ ହରାଇଥିଲା ଦେଶ । 1363 ଯବାନ ଆହତ ହୋଇଥିଲେ । ଏହି ଯୁଦ୍ଧରେ ଭାରତୀୟ ଯବାନ ଶେଷ ନିଶ୍ବାସ ଯାଏ ଲଢେଇ କରିଥିଲେ । ଏହି ବୀର ଯବାନଙ୍କ ସାହସ ଆଜି ବି ଗର୍ବିତ କରିଥାଏ । ଏହି ଯୁଦ୍ଧର ଜଣେ ହିରୋ କ୍ୟାପ୍ଚେନ ବିକ୍ରମ ବତ୍ରା । ହିମାଚଳ ପ୍ରଦେଶରେ ଜନ୍ମିତ ବିକ୍ରମ ବତ୍ରା ଶତ୍ରୁ ଉପରେ ଆକ୍ରମଣ କି କାର୍ଗିଲ ହାସଲ କରିଥିଲେ । ଶତ୍ରୁଙ୍କ ପାଇଁ ସେ ଶେରଶାହା ନାମରେ ଜଣାଶୁଣା ହୋଇଥିଲେ । ସାହସିକତା ପରିଚୟ ଦେଇ ଶତ୍ରୁ ଉପରକୁ ଗ୍ରେନେଡ ମାଡ କରି 5 ଶତ୍ରୁଙ୍କୁ ମାତ୍ ଦେଇଥିଲେ । ମାତ୍ର ଶତ୍ରୁର ଗୋଟିଏ ଗୁଳି ବିକ୍ରମ ବତ୍ରାଙ୍କ ଛାତିରେ ଲାଗିଥିଲା । ଫଳରେ ସେ ଶହୀଦ ହୋଇଥିଲେ ।

ABOUT THE AUTHOR

...view details