ରାୟପୁର:ରାଜସ୍ଥାନ କରୌଲିରେ ଚଳିତ ମାସ ୨ ଅପ୍ରେଲରେ ହିନ୍ଦୁ ନବବର୍ଷ ପାଳନ ବେଳେ ହୋଇଥିବା ଦଙ୍ଗାକୁ ନେଇ ଆକ୍ସନ ମୋଡରେ ପୋଲିସ । ତେବେ ୨ ଅପ୍ରେଲରେ ଆୟୋଜିତ ହୋଇଥିବା ବାଇକ ରାଲିରେ ପଥର ଫିଙ୍ଗିବା, ଛୁରାମାଡ, ପୋଡାଜଳା, ଜବରଦଖଲକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ ଗଠନ କରି ଆରମ୍ଭ କରିଛି ଜୋରଦାର ଉଦ୍ୟମ । ଏପଟେ ଫେରାର ଥିବା ୪ ଜଣ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିବାକୁ ଯୋଜନା କରୁଛି ।
ସେପଟେ ସମ୍ପତ୍ତି ଜବତ ନେଇ କୋର୍ଟରୁ ଖାଲି ୱାରେଣ୍ଟ ଜାରି ହେବା ପରେ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରାଯିବ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଏହି ଘଟଣାକୁ ନେଇ କରୌଲି ପୋଲିସ ଏସପି ଶୈଳନ୍ଦ୍ର ସିଂ ଇନ୍ଦୌଲିଆ ଏହି ସୂଚନା ପ୍ରଦାନ କରିଛନ୍ତି । ଏସପି ଶୈଳନ୍ଦ୍ର ସିଂଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ଅପ୍ରେଲ ୨ ତାରିଖରେ ହିନ୍ଦୁ ନବ ବର୍ଷକୁ ଉପଲକ୍ଷେ କରୌଲିରେ ଏକ ବାଇକ ରାଲି ହୋଇଥିଲା । ତେବେ ଫୁଟାକୋଟ ଛକ ନିକଟ ହାଟବାରା ମାର୍କେଟରେ ନିକଟରେ କିଛି ଅସାମାଜିକ ଲୋକେ ପଥର ଫିଙ୍ଗିଥିଲେ । ପଥର ଫିଙ୍ଗିବା କାରଣରୁ ୪୨ରୁ ଅଧିକ ଲୋକ ଆହତ ହୋଇଥିଲେ । ଖାଲି ଏତିକରେ ଉତ୍ତେଜନା କମି ନଥିଲା ଅଭିଯୁକ୍ତମାନେ ଛୁରାମାଡ଼ ସହ ପୋଡାଜଳା ମଧ୍ୟ କରିଥିଲେ ।