ଓଡିଶା

odisha

କଂଗ୍ରେସ ଛାଡିଲେ କପିଲ ଶିବଲ, ସମାଜବାଦୀ ପାର୍ଟି ସମର୍ଥନରେ ଭରିଲେ ରାଜ୍ୟସଭା ନାମାଙ୍କନ

By

Published : May 25, 2022, 4:16 PM IST

କଂଗ୍ରେସ ଛାଡି ସାରିଛନ୍ତି ବରିଷ୍ଠ ନେତା କପିଲ ଶିବଲ । ଆଜି ସମାଜବାଦୀ ପାର୍ଟି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ଭରିଲେ ନାମାଙ୍କନ । ଗତ 16 ତାରିଖରୁ ଇସ୍ତଫା ଦେଇ ସାରିଥିବା ନେଇ ରଖିଲେ ସ୍ପଷ୍ଟୀକରଣ । ଅଧିକ ପଢନ୍ତୁ

କଂଗ୍ରେସ ଛାଡିଲେ କପିଲ, ସମାଜବାଦୀ ପାର୍ଟି ସମର୍ଥନରେ ଭରିଲେ ରାଜ୍ୟସଭା ନାମାଙ୍କନ
କଂଗ୍ରେସ ଛାଡିଲେ କପିଲ, ସମାଜବାଦୀ ପାର୍ଟି ସମର୍ଥନରେ ଭରିଲେ ରାଜ୍ୟସଭା ନାମାଙ୍କନ

ଲକ୍ଷ୍ନୌ:ବରିଷ୍ଠ ନେତା କପିଲ ଶିବଲ ଆଉ କଂଗ୍ରେସରେ ନାହାଁନ୍ତି । ଆଜି (ବୁଧବାର) କପିଲ ଉତ୍ତର ପ୍ରଦେଶ ବିରୋଧୀ ଦଳ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଛନ୍ତି । ଏହି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ଶିବଲଙ୍କ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ନାମାଙ୍କନ ଦାଖଲ ପରେ ସେ ଚଳିତମାସ 16 ତାରିଖରୁ କଂଗ୍ରେସରୁ ଇସ୍ତଫା ଦେଇ ସାରିଥିବା ସ୍ପଷ୍ଟ କରିଛନ୍ତି କପିଲ ।

ସେହିପରି ସେ ସମାଜବାଦୀ ପାର୍ଟି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦଳରୁ ଇସ୍ତଫା ସମ୍ପର୍କରେ ସ୍ପଷ୍ଟୀକରଣ ରଖି କପିଲ କହିଛନ୍ତି, ସେ 16 ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇସାରିଛନ୍ତି । ସେ ତାଙ୍କ ଇସ୍ତାଫାପତ୍ର ହାଇକମାଣ୍ଡ ତଥା ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇ ସାରିଛନ୍ତି ।

ତେବେ ଆଜି ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମର୍ଥନ ପାଇଁ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶ ବିରୋଧୀ ଦଳ ନେତା ଅଖିଳେଶ ଯାଦବଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ସେହିପରି ସମାଜବାଦୀ ପାର୍ଟିର ବିବାଦୀୟ ନେତା ଆଜମ ଖାନଙ୍କୁ ମଧ୍ୟ ସହଯୋଗ ପାଇଁ ଶିବଲ ଧନ୍ୟବାଦ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details