ଲକ୍ଷ୍ନୌ:ଉତ୍ତରପ୍ରଦେଶ କାନପୁର ସରକାରୀ ପଲିଟେକ୍ନିକରେ ଜଣେ ଛାତ୍ରୀଙ୍କୁ ବ୍ୟାକ୍ ପେପରରେ ପାସ କରାଇଦେବା ଲାଗି ଆସିଲା ଅଫର । ଯଦି ପରୀକ୍ଷାରେ ପାସ୍ ହେବାର ଅଛି ତେବେ ତାଙ୍କର ଗର୍ଲଫ୍ରେଣ୍ଡ ହେବା ଲାଗି ଅଫର ଦେଇଥିଲେ ଜଣେ ଅଜଣା ଯୁବକ । ଖାଲି ସେତିକି ନୁହେଁ ୫ ହଜାର ଟଙ୍କା ଦେବା ଲାଗି ମଧ୍ୟ ଛାତ୍ରୀଙ୍କୁ ଜଣେ ଅଜଣା ଯୁବକ ଜଣକ କଲ୍ କରି କହିଥିଲେ (Kanpur polytechnic student gets girlfriend offer)। ମାତ୍ର ଛାତ୍ରୀ ଜଣକ ଅଜଣା ଯୁବକଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିବା ପରେ ସେ ଅନ୍ୟ ନମ୍ବରରୁ କଲ୍ କରି ମେସେଜ କରି ଛାତ୍ରଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି ।
ତେବେ ଏନେଇ ଛାତ୍ରୀ ଜଣକ ପରିବାର ସଦସ୍ୟ ଏବଂ ପୋଲିସକୁ ସୂଚନା ଦେଇଥିଲେ । ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଛାତ୍ରୀ ଜଣକ ମହାରାଜପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଁର ବାସିନ୍ଦା, ଯିଏକି ଏକ ସରକାରୀ ବିଦ୍ୟାଳୟରେ ପଲିଟେକ୍ନିକ୍ ଛାତ୍ରୀ । ଯେତେବେଳେ ସେ ୫ଟି ବିଷୟରେ ଫେଲ ହେବା ପରେ ପୁନଃ ଯାଞ୍ଚ କରିବାକୁ ସେ ଆବେଦନ କରିଥିଲେ । ଛାତ୍ରଙ୍କ କହିବାନୁସାରେ, ନଭେମ୍ବର ମାସରେ ତାଙ୍କ ମୋବାଇଲରେ ଏକ ଅଜଣା ନମ୍ବରରୁ ଏକ ମେସେଜ୍ ଆସିଥିଲା, ଯେଉଁଥିରେ ଲେଖାଥିଲା କି ଯଦି ତୁମେ ପାସ୍ କରିବାକୁ ଚାହୁଁଛ, ତେବେ ପାଞ୍ଚ ହଜାର ଟଙ୍କା ଦିଅ ଏବଂ ମୋର ଗର୍ଲଫ୍ରେଣ୍ଡ ହୁଅ ।