ଲକ୍ଷ୍ନୌ : ଅଯୋଧ୍ୟାରେ ଧୁମଧାମରେ ପାଳନ ହେବାକୁ ଯାଉଛି ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ପ୍ରତ୍ୟେକ ରାମଭକ୍ତ ଏହାକୁ ଅତି ଉତ୍କଣ୍ଠା ସହିତ ଅପେକ୍ଷା କରିଛନ୍ତି । ସମସ୍ତେ ନିଜ ନିଜ ଢଙ୍ଗରେ ପ୍ରଭୁଙ୍କ ଭକ୍ତି ଓ ସେବାରେ ନିଜକୁ ସମର୍ପିତ କରିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ୧୦୩ ବର୍ଷୀୟ ବୟସ୍କ ମହିଳା ରାମକୁମାରୀ । ଭଗବାନ ଶ୍ରୀରାମଙ୍କ ଭକ୍ତିରେ ସମର୍ପିତ ଏହି ମହିଳା ରାମଭକ୍ତ ଅସହ୍ୟ ଶୀତକୁ ଖାତିର ନ କରି ପେନସନରୁ ସଞ୍ଚିତ ଅର୍ଥ ଦାନ ପାଇଁ ଜିଲ୍ଲାପାଳଙ୍କ କାର୍ଯାଳୟରେ ପହଞ୍ଚିଛନ୍ତି ।
ପ୍ରାୟ ୨୦ କିଲୋମିଟରର ଯାତ୍ରା କରି ନିଜର ପୁଅ ଜୟ ପ୍ରକାଶ ଓ ବୋହୂ ସରଳା ଦେବୀଙ୍କ ସହିତ ସେ ଜିଲ୍ଲାପାଳଙ୍କ କାର୍ଯାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳ ଶୁଭ୍ରାନ୍ତ ଶୁକ୍ଳା ସେମାନଙ୍କୁ ସମ୍ମାନର ସହିତ ବସାଇ ବୃଦ୍ଧାଙ୍କ କଥାକୁ ଶୁଣିଥିଲେ । ଅଯୋଧ୍ୟାର ରାମ ମନ୍ଦିର ପାଇଁ ନିଜର ମିଳିଥିବା ପେନସନରୁ ସଞ୍ଚିତ ଅର୍ଥକୁ ଦାନ ଦେବା ପାଇଁ ଆସିଥିବା କଥା ବୃଦ୍ଧା ଜଣକ କହିଥିଲେ । ବୃଦ୍ଧା ଜଣକ ଗୁପ୍ତ ଆକାରରେ ଅର୍ଥ ଦାନ କରିବା ଲାଗି ଇଚ୍ଛୁକ ଥିବା କହିଥିଲେ । ବୃଦ୍ଧାଙ୍କ ଏହି ଅନୁରୋଧ ଶୁଣି ପ୍ରଥମେ ଚମକି ପଡିଥିଲେ ଜିଲ୍ଲାପାଳ । ଏହାପରେ ଜିଲ୍ଲାପାଳ ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟର ପଦାଧିକାରୀମାନଙ୍କ ସହ କଥା ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ ...ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ସାମିଲ ହେବେ 55 ଦେଶର ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ