ଜୟପୁର:ପୁଣି ଥରେ ସୋସିଆଲ ମଡିଆରେ ଚର୍ଚ୍ଚାକୁ ଆସିଛି ରାଜସ୍ଥାନର ବହୁଚର୍ଚ୍ଚିତ କହ୍ନେୟାଲାଲ ହତ୍ୟାକାଣ୍ଡ ଘଟଣା (KanhaiyaLal Murder Case) । ଦେଶ ସମେତ ବିଦେଶରେ ମଧ୍ୟ ଚର୍ଚ୍ଚାକୁ ଆସିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡକୁ କିଛି ମାସ ବିତିଥିବା ବେଳେ ଏବେ ଏହା ପୁଣି ଚର୍ଚ୍ଚାର ପରିସରକୁ ଆସିଛି । ଏବେ ଏହି ହତ୍ୟାକାଣ୍ଡକୁ ନେଇ ଏକ ରାପ୍ ସଙ୍ଗ୍ ଗାଇଛନ୍ତି ଜଣେ ଗାୟକ । ଏହି ରାପ୍ ସଙ୍ଗ୍ରେ ଗାୟକ ଜଣଙ୍କ ଏହି ଧର୍ମୀୟ କଠୋରତା ଓ ନିର୍ମମ ହତ୍ୟାକାଣ୍ଡକୁ ଚିତ୍ରଣ କରିଛନ୍ତି । ଜଣେ ରାପ୍ ସଙ୍ଗ୍ର ଏକ ଟିଭି ରିଆଲିଟି ସୋ’ରେ ଏକ ଗୀତ ଗାଇଛନ୍ତି । ଏହି ଗୀତ ମାଧ୍ୟମରେ ସେ ହତ୍ୟା ସହ ଜଡିତ ସମସ୍ତ ଦିଗ ବିଷୟରେ ଉଲ୍ଲେଖ କରିଛନ୍ତି । ତେବେ ଗୀତ ଭାଇରାଲ ହେବା ପରେ ଟ୍ବିଟରରେ ମଧ୍ୟ ପୁଣି ଟ୍ରେଣ୍ଡକୁ ଫେରିଛି (Kanhaiyalal is trending on Twitter) କହ୍ନେୟା ହତ୍ୟାକାଣ୍ଡ ମାମଲା ।
ଗୀତ ଭାଇରାଲ ପରେ ପୁଅ ରଖିଲେ ପ୍ରତିକ୍ରିୟା:-
ଗୀତ ଭାଇରାଲ ହେବା ପରେ କହ୍ନେୟାଙ୍କ ବଡ ପୁଅଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ପୁଅ ୟଶ କହିଛନ୍ତି,‘‘ ଗୀତରେ ମୋ ବାପାଙ୍କ ନିର୍ମମ ହତ୍ୟାକୁ ଉଲ୍ଲେଖ କରାଯାଇଛି । ଆମେ ତାଙ୍କୁ ସମ୍ମାନ କରୁଛୁ, କିନ୍ତୁ ଆମ ବାପାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରାଯିବା ଘଟଣାର ପ୍ରଭାବ ଭିତରୁ ଆମ ପରିବାର ବର୍ତ୍ତମାନ ସୁଦ୍ଧା ମଧ୍ୟ ବାହାରି ପାରିନାହିଁ । ଆମେ ଏବେ ମଧ୍ୟ ମାନସିକ ଯନ୍ତ୍ରଣା ମଧ୍ୟରେ ରହିଛୁ । ଆମେ କେବଳ ସେହି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଅପେକ୍ଷା କରିଛୁ । ସରକାର କିଛି ବଡ ନିଷ୍ପତ୍ତି ଗ୍ରହଣ କରନ୍ତୁ, ସେହି ଦୋଷୀଙ୍କୁ ଯଥାଶୀଘ୍ର ଦଣ୍ଡ ମିଳୁ ।’’
କେମିତି ଥିଲା ପୁରା ହତ୍ୟାକାଣ୍ଡ:-