ଓଡିଶା

odisha

ETV Bharat / bharat

COVID ସଂକ୍ରମିତ ହେଲେ Kamal Haasan, ହସ୍ସିଟାଲରେ ଭର୍ତ୍ତି - କମଲ ହାସନ କୋଭିଡ ସଂକ୍ରମିତ

ଅଭିନେତା କମଲ ହାସନ (Kamal Haasan) କୋଭିଡ ସଂକ୍ରମିତ (Covid positive) । ଚେନ୍ନାଇର ଏକ ଡାକ୍ତରଖାନରେ ଭର୍ତ୍ତି । ସଂକ୍ରମିତ ହୋଇଥିବା ନେଇ ନିଜେ ସୂଚନା ଦେବା ସହ ସତର୍କ ରହିବାକୁ ପ୍ରଶଂସକଙ୍କୁ କଲେ ନିବେଦନ । ଅଧିକ ପଢନ୍ତୁ

ଅଭିନେତା Kamal Haasan COVID ସଂକ୍ରମିତ, ହସ୍ସିଟାଲରେ ଭର୍ତ୍ତି
ଅଭିନେତା Kamal Haasan COVID ସଂକ୍ରମିତ, ହସ୍ସିଟାଲରେ ଭର୍ତ୍ତି

By

Published : Nov 22, 2021, 5:23 PM IST

ଚେନ୍ନାଇ:ଅଭିନେତା ତଥା ରାଜନେତା କମଲ ହାସନ (Kamal Haasan) COVIDରେ ସଂକ୍ରମିତ ହୋଇଛନ୍ତି । ଆଜି ତାଙ୍କ ନମୂନା ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ସଙ୍ଗରୋଧରେ ରଖାଯାଇଛି । କୋଭିଡରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ବିଟରରେ ସୂଚନା ଦେବା ସହ ତାଙ୍କ ପ୍ରଶଂସକ ଓ ଅନୁଗାମୀଙ୍କୁ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

ମହାମାରୀ 'ଦୂର ହୋଇନାହିଁ' ତେଣୁ ଆମକୁ ସତ ରହିବାକୁ ପଡିବ ବୋଲି ନିଜ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି କମଲ ହାସନ ।

୬୭ ବର୍ଷୀୟ କମଲ ହାସନ ନିକଟରେ ‘Kamal's House of Khaddar’ ନାମକ ଏକ ପୋଷାକ ବ୍ରାଣ୍ଡର ଲଞ୍ଚିଂ ପାଇଁ ଆମେରିକା ଯାଇ ଫେରିଥିଲେ । ତେବେ ଫେରିବା ପରେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବାରୁ ସେ ଡାକ୍ତରୀ ପରାମର୍ଶ ନେଇଥିଲେ । ଆଜି ତାଙ୍କ ନମୂନା ପଜିଟିଭି ଆସିବା ପରେ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details