ଓଡିଶା

odisha

ETV Bharat / bharat

50 ହଜାର ପୋଲିସଙ୍କୁ ସାଇବର କ୍ରାଇମ ଟ୍ରେନିଂ ଦେଇ ଚର୍ଚ୍ଚାରେ କାମାକ୍ଷୀ

ସାଇବର କ୍ରାଇମକୁ ରୋକିବା ଏବଂ ଏଥିପାଇଁ 50 ହଜାର ପୋଲିସଙ୍କୁ ତାଲିମ ଦେଇ 'ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ'ରେ ନାମ ପଞ୍ଜିକୃତ କରିଛନ୍ତି ଗାଜିଆବାଦର ଜଣେ ଝିଅ କାମାକ୍ଷୀ । ଅଧିକ ପଢନ୍ତୁ...

By

Published : Jun 29, 2021, 11:21 AM IST

Kamakshi50 ହଜାର ପୋଲିସଙ୍କୁ ସାଇବର କ୍ରାଇମ ଟ୍ରେନିଂ ଦେଇ ଚର୍ଚ୍ଚାରେ ଗାଜିଆବାଦ ଝିଅ
Kamakshi50 ହଜାର ପୋଲିସଙ୍କୁ ସାଇବର କ୍ରାଇମ ଟ୍ରେନିଂ ଦେଇ ଚର୍ଚ୍ଚାରେ ଗାଜିଆବାଦ ଝିଅ

ନୂଆଦିଲ୍ଲୀ: ସାବଧାନ ! ଯଦି ଆପଣ ସାଇବର ଠକେଇ କିମ୍ବା ଝିଅମାନଙ୍କୁ ହଇରାଣ କରିବାକୁ ଯୋଜନା କରୁଛନ୍ତି ସାବଧାନ ହୋଇଯାଆନ୍ତୁ । କାରଣ ଏବେ ଏପରି ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ଆଗେଇ ଆସିଛନ୍ତି ଗାଜିଆବାଦର ଝିଅ କାମାକ୍ଷୀ ଶର୍ମା । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳରେ ରହିଲେବି ଅପରାଧୀକୁ ଖୋଜି ଜେଲର 4 କାନ୍ଥକୁ ପଠାଇ ପାରନ୍ତି କାମାକ୍ଷୀ ।

ଏଥିପାଇଁ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ସାଇବର କ୍ରାଇମକୁ ରୋକିବା ଏବଂ 50 ହଜାର ପୋଲିସଙ୍କୁ ତାଲିମ ଦେବା କ୍ଷେତ୍ରରେ ତାଙ୍କ ନାମ 'ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ'ରେ ପଞ୍ଜିକୃତ ହୋଇଛି । କାମାକ୍ଷୀ ତାଙ୍କ କଲେଜ ସମୟରେ ବନ୍ଧୁମାନଙ୍କ ID ହ୍ୟାକିଂ କରୁଥିଲେ । ଏବେ ଏହାକୁ ସେ ବୃତ୍ତିରେ ପରିଣତ କରିଛନ୍ତି । ବର୍ତ୍ତମାନ ସେ ସାଇବର କ୍ରାଇମକୁ ରୋକିବା ପାଇଁ ଲୋକଙ୍କୁ ତାଲିମ ଦେଉଛନ୍ତି |

କୋରୋନା ମହାମାରୀ ସମୟରେ ଅଧିକାଂଶ ଲୋକ ନିଜ ଘରୁ କାମ କରୁଛନ୍ତି ଅଥବା ୱାର୍କ ଫ୍ରମ୍ ହୋମରେ ଅଛନ୍ତି । ଏଭଳି ପରିସ୍ଥିତିରେ ସାଇବର ଠକେଇ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଝିଅମାନଙ୍କ ପ୍ରତି ଦୁର୍ବ୍ୟବହାର ମଧ୍ୟ ବଢିବା ସହ ସାଇବର ଠକେଇ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ହେଉଛି । ଏନେଇ କାମାକ୍ଷୀ 2019 ରେ ଜାମ୍ମୁ ରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ 35 ଦିନିଆ ମିଶନ ଆରମ୍ଭ କରିଥିଲେ, ଯେଉଁଥିରେ ସାଇବର ଅପରାଧର ମୁକାବିଲା ପାଇଁ ପୋଲିସ କର୍ମଚାରୀଙ୍କୁ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷଣରେ ଆଇପିଏସ୍ ଅଧିକାରୀମାନେ ମଧ୍ୟ ଭାଗ ନେଇଥିଲେ । ବର୍ତ୍ତମାନ କାମାକ୍ଷୀଙ୍କ ନାମ 'ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ'ରେ ସ୍ଥାନ ପାଇବା ପରେ ତାଙ୍କୁ ନେଇ ବିଶ୍ୱବ୍ୟାପୀ ବେଶ୍ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details