ମୁମ୍ବାଇ: ସାଧାରଣତଃ ଶ୍ମଶାନ ଘାଟରେ ମୃତଦେହ ଦାହ କରାଯାଏ । କେହି ବି ଏହି ସ୍ଥାନକୁ ଯିବାକୁ ଭୟ କରିଥାନ୍ତି । କାହିଁକି ନା ସମସ୍ତଙ୍କ ମନରେ ଭୂତ ଭୟ ରହିଥାଏ । କିନ୍ତୁ ଏହା ଏକ ଅନ୍ଧବିଶ୍ବାସ ବୋଲି ବାର୍ତ୍ତା ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ମହାରାଷ୍ଟ୍ରର ଗୌତମ ରତନ । ଲୋକଙ୍କ ମନରୁ ଅନ୍ଧବିଶ୍ବାସ ଦୂରେଇବାକୁ ଶ୍ମଶାନ ଘାଟରେ କେକ କାଟି ଜନ୍ମଦିନ ପାର୍ଟି ଦେଇଛନ୍ତି ଗୌତମ ରତନ । କେକ କାଟି ଲୋକଙ୍କୁ ବିରିୟାନୀ ଖାଇବାକୁ ମଧ୍ୟ ଦେଇଥିଲେ ମହାରାଷ୍ଟ୍ରର ଏହି ବ୍ୟକ୍ତି ଜଣଙ୍କ ।
ମହାରାଷ୍ଟ୍ରର ଥାନେ ଜିଲ୍ଲାର କଲ୍ୟାଣ ସହରର ବାସିନ୍ଦା ଗୌତମ ରତନ, ବୟସ ୫୪ ବର୍ଷ । ଗତ ନଭେମ୍ବର ୧୯ ତାରିଖରେ ତାଙ୍କର ଜନ୍ମଦିନ ଥିଲା । ଏଥି ପାଇଁ ସେ ଶନିବାର ରାତିରେ ମୋହାନେ ଶ୍ମଶାନ ଘାଟରେ ଜନ୍ମଦିନ ଭୋଜିର ଆୟୋଜନ କରିଥିଲେ । ଯେଉଁଠାରେ ଅତିଥିମାନଙ୍କୁ କେକ୍ ବ୍ୟତୀତ ବିରିୟାନି ଖାଇବାକୁ ଦିଆଯାଇଥିଲା । ଜନ୍ମଦିନ ଉତ୍ସବରେ 40 ଜଣ ମହିଳା ଏବଂ ଶିଶୁଙ୍କ ସମେତ ମୋଟ 100ରୁ ଉର୍ଦ୍ଧ୍ବ ଅତିଥି ଯୋଗ ଦେଇଥିଲେ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ଗୌତମ ରତନ ।