ଓଡିଶା

odisha

ETV Bharat / bharat

ସଂକ୍ରମଣ ଭୟ, ସ୍ଥଗିତ ହେଲା କୈଳାଶ ମାନସରୋବର ଯାତ୍ରା

ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମଧ୍ୟ ମାନସରୋବର ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଅଧିକ ପଢନ୍ତୁ...

କୈଳାଶ ମାନସୋରୋବର ଯାତ୍ରା ସ୍ଥଗିତ
କୈଳାଶ ମାନସୋରୋବର ଯାତ୍ରା ସ୍ଥଗିତ

By

Published : May 3, 2021, 9:16 AM IST

ନୈନିତାଲ: ସ୍ଥଗିତ ହେଲା ବିଶ୍ବ ପ୍ରସିଦ୍ଧ କୈଳାଶ ମାନସରୋବର ଯାତ୍ରା । ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମଧ୍ୟ ମାନସରୋବର ଯାତ୍ରାକୁ ସ୍ଥଗିତ ରଖାଯାଇଛି । କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଦ୍ବିତୀୟ ଥର ପାଇଁ ମାନସରୋବର ଯାତ୍ରାକୁ ରଦ୍ଦ କରାଯାଇଛି ।

ଗତବର୍ଷ ମଧ୍ୟ କୋରୋନା ସଂକ୍ରମଣ ହେତୁ କୈଳାଶ ମାନସରୋବର ଯାତ୍ରାକୁ ବନ୍ଦ କରାଯାଇଥିଲା । ତେବେ ପ୍ରତିବର୍ଷ ଜୁନ 15ରୁ କୈଳାଶ ମାନସରୋବର ଯାତ୍ରା ଆରମ୍ଭ ହୋଇଥାଏ ।

ଏହାକୁ ନେଇ କୁମାଓ ମଣ୍ଡଳ ବିକାଶ ନିଗମଙ୍କ ଜିଏମ ଅଶୋକ କୁମାର ଯୋଶୀ କହିଛନ୍ତି ଯେ, ପ୍ରତିବର୍ଷ ପ୍ରାୟ 2 ହଜାର ଯାତ୍ରୀ ଏହି ଯାତ୍ରା ପାଇଁ ପଞ୍ଜୀକୃତ କରନ୍ତି । ସେଥିମଧ୍ୟରୁ ପାଖାପାଖି 1080 ଯାତ୍ରୀଙ୍କ ଚୟନ କରାଯାଇ ମେଡିକାଲ ପରୀକ୍ଷଣ ପରେ କୈଳାଶ ମାନସରୋବର ଯାତ୍ରା ପାଇଁ ଅନୁମତି ପ୍ରଦାନ କରାଯାଏ ।

ତେବେ ଏହି ଯାତ୍ରାରେ କୁମାଓ ମଣ୍ଡଳ ବିକାଶ ନିଗମକୁ ପାଖାପାଖି 56 ଲକ୍ଷରୁ ଅଧିକ ଆୟ ହେଉଥିଲା । ମାତ୍ର ଚଳିତଥର ଯାତ୍ରା ରଦ୍ଦ ହେବା କାରଣରୁ ସରକାରଙ୍କୁ ଲକ୍ଷାଧିକ ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details