ନ୍ୟୁୟର୍କ/ନୂଆଦିଲ୍ଲୀ: କାବୁଲ ବିମାନ ବନ୍ଦର ବାହାରେ ହୋଇଥିବା ବିସ୍ଫୋରଣକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ଖେଳି ଯାଇଛି । ଘଟଣାକୁ ନେଇ ଆମେରିକାର ପୁରା କ୍ରୋଧାନ୍ବିତ ହୋଇପଡିଛି । ରାଷ୍ଟ୍ରପତି ଜୋ ବାଇଡେନ ISISକୁ ପରିଣାମ ଭୋଗିବାକୁ ଚେତାବନୀ ଦେଇଛନ୍ତି । ରାଷ୍ଟ୍ରକୁ ସମ୍ବୋଧିତ କରି ନିଜ ସେନା ଯବାନ ଓ ସାଧାରଣ ଆଫଗାନୀଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବାଇଡେନ । ଘଟଣାକୁ ଭୁଲିବୁ ନାହିଁ । ଖୋଜି ଖୋଜି ଆତଙ୍କିଙ୍କୁ ମାରିବୁ ଏହି ବିସ୍ଫୋରଣରେ ସମ୍ପୃକ୍ତ କାହାକୁ ଛାଡିବୁ ନାହିଁ ବୋଲି ବାଇଡେନ କହିଛନ୍ତି ।
ଶହୀଦ ଯବାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି...
ଘଟଣା ପରେ ତୁରନ୍ତ ୱାର ରୁମକୁ ଆସି ସ୍ଥିତି ସମୀକ୍ଷା କରିଥିଲେ ରାଷ୍ଟ୍ରପତି । ନିଜ ସେନା ଶହୀଦ ଖବର ପାଇବା ମାତ୍ରେ ଲୁହ ଅଟକାଇ ପାରିନଥିଲେ ବାଇଡେନ । ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ବାଇଡେନ କହିଛନ୍ତି ଆମେରିକା ସେନା ଉପରେ ଆକ୍ରମଣ ଆମେରିକା କେବେ ଭୁଲିବ ନାହିଁ । ଘଟଣାରେ ଯିଏ ବି ସମ୍ପୃକ୍ତ ଆମେ ଖୋଜି ଖୋଜି ପ୍ରତିଶୋଧ ନେବୁ । ସାଧାରଣ ଆଫଗାନିସ୍ତାନୀ ନାଗରିକଙ୍କ ହତ୍ୟା ଗ୍ରହଣୀୟ ନୁହେଁ । ଆତଙ୍କବାଦ ବିରୋଧରେ ପୁଣି ଲଢେଇ ଆରମ୍ଭ ହେଲା । ଆତଙ୍କିଙ୍କ ବିରୋଧରେ ପ୍ରଚଣ୍ଡ ଆକ୍ରମଣ ହେବ ବୋଲି ବାଇଡେନ ଘୋଷଣା କରିଛନ୍ତି ।
ଆକ୍ରମଣର ମୂଲ୍ୟ ISIS ଭୋଗିବ...