ହାଇଦ୍ରାବାଦ:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପୁଣି ଟିଆରଏସ୍ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ସୋମବାର ନିର୍ଦ୍ବନ୍ଦ୍ବରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ର ଅଧ୍ୟକ୍ଷ ଭାବେ ପୁନଃନିର୍ବାଚନ ହୋଇଛନ୍ତି ।
କ୍ରମାଗତ ନବମ ଥର ପାଇଁ ଏହି ପଦରୁ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି ଟିଆରଏସ୍ ସାଧାରଣ ସମ୍ପାଦକ ଏମ୍. ଶ୍ରୀନିବାସ ରେଡ୍ଡୀ ଘୋଷଣା କରିଛନ୍ତି । ନିର୍ବାଚନ ପାଇଁ ଅନୁଷ୍ଠିତ ବୈଠକରେ ରାଜ୍ୟରୁ ଦଳର ୬,୦୦୦ ପ୍ରତିନିଧି ଯୋଗ ଦେଇଥିଲେ । କେସିଆରଙ୍କ ବିରୋଧରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିଲେ । ଫଳରେ ନିର୍ଦ୍ବନ୍ଦ୍ବରେ ଟିଆରଏସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।