ଓଡିଶା

odisha

ETV Bharat / bharat

ଜ୍ୟୋତିରାଦିତ୍ୟା ସିନ୍ଧିଆ କୋରୋନା ସଂକ୍ରମିତ

କୋରୋନା ସଂକ୍ରମିତ ହେଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ । ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋରୋନା ପରୀକ୍ଷା କରିବା ପାଇଁ କଲେ ଅନୁରୋଧ। ଅଧିକ ପଢନ୍ତୁ

By

Published : Apr 18, 2023, 7:52 AM IST

Etv Bharat
Etv Bharat

ଭୋପାଳ: କୋରୋନା ସଂକ୍ରମିତ ହେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ଟ୍ବଟ କରି ସୂଚନା ଦେଇଛନ୍ତି । ସିନ୍ଧିଆ ଟ୍ବିଟ କରି ଲେଖିଛନ୍ତି ଯେ, ''ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ କୋଭିଡ ପରୀକ୍ଷା କରିଥିଲି। ମୋର ରିପୋର୍ଟ ପଜିଟିଭ ଆସିଛି। ଯେଉଁ ମାନେ ମୋ ସହ କିଛି ଦିନ ହେବ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଓ ନିକଟସ୍ଥ ହସ୍ପିଟାଲରେ କୋରୋନା ପରୀକ୍ଷା କରିବାକୁ ମୋର ଅନୁରୋଧ। ''

ଗତ 16 ତାରିଖରେ ଗ୍ବାଲିଅରରେ ଆମ୍ବେଦକର ମହାକୁମ୍ବରେ ସାମିଲ ହୋଇଥିଲେ ସିନ୍ଧିଆ । ଏହି କାର୍ଯ୍ୟକ୍ରମରେ ସେ ମଧ୍ୟପ୍ରେଦଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଭେଟିଥିଲେ।

ଏହା ମଧ୍ୟ ପଢନ୍ତୁ-G20 Education Working Group meeting: ଏପ୍ରିଲ 27 ରୁ 29 ଭୁବନେଶ୍ବରରେ ତୃତୀୟ ବୈଠକ

ଗତ ଏପ୍ରିଲ 13 ତାରିଖରେ ସିନ୍ଧିଆଙ୍କ ପୁଅ ମହାନରିୟମାନ ସିନ୍ଧିଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କାଶ ଓ ଥଣ୍ଡା ଲାଗି ରହିବା କାରଣରୁ ସେ କୋରୋନା ପରୀକ୍ଷା କରିଥିଲେ । ଯାହା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ସିନ୍ଧିଆଙ୍କ ପୁଅ ଆଇଶୋଲେଟ ହୋଇଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ପୁରା ପରିବାରର କୋରୋନା ପରୀକ୍ଷା କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-National Panchayat Awards: ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ବର୍ତ୍ତମାନ ଦେଶରେ କୋରୋନା ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ମଧ୍ୟ ପ୍ରଦେଶରେ ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଗତ 16 ତାରିଖରେ ରାଜ୍ୟରେ 32 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ମୋଟ କୋରୋନା ଆକ୍ଟିଭ ସଂଖ୍ୟା 287ରେ ପହଞ୍ଚିଛି । ସେହିପରି 24 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଥିଲେ । ଗତକାଲି ଦେଶରେ 9ହଜାର 111 କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ଟିଭଙ୍କ ସଂଖ୍ୟା 60 ହଜାର ପାର କରିଛି । ସେହିପରି 27 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଗତ କିଛି ଦିନ ଧରି ସଂକ୍ରମଣ 10 ହଜାର ଉପରେ ରହୁଥିବା ବେଳେ ଦେଶବାସୀଙ୍କ ସହ ସରକାରଙ୍କ ଏକ ପ୍ରକାର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଏହାରି ଭିତରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୦ହଜାର ତଳକୁ ଖସିଛି ।

ABOUT THE AUTHOR

...view details