ହାଇଦ୍ରାବାଦ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ସମୁଦାୟ ଶିଶୁ ଯତ୍ନ ଅନୁଷ୍ଠାନ (CCI) ଅଧୀନରେ ସମର୍ଥିତ ପର୍ଯ୍ୟବେକ୍ଷଣ ଗୃହ, ସ୍ବତନ୍ତ୍ର ଘର ଏବଂ ଶିଶୁଙ୍କ ସୁରକ୍ଷା କେନ୍ଦ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟ ଗୁଡିକ ଦ୍ବାରା ଦାଖଲ ହୋଇଥିବା ସୂଚନା ଓ ଶିଶୁ ସୁରକ୍ଷା ସେବା(ସିପିଏସ୍) ଗୁଡିକରୁ ଆସିଥିବା ରିପୋର୍ଟ ପ୍ରକାଶ ପାଇଛି ।
ଜୁଭେନାଇଲ୍ ଜଷ୍ଟିସ୍ ଶିଶୁଙ୍କର ସୁରକ୍ଷା ଅଧିନିୟମ, 2015 (ଜେଜେ ଆକ୍ଟ) ଏବଂ ଜୁଭେନାଇଲ୍ ଜଷ୍ଟିସ୍ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ମଡେଲ୍ ନିୟମ, 2016 CCI ର ନିୟମିତ ମନିଟରିଂ ଏବଂ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅଧିନିୟମର କାର୍ଯ୍ୟକାରିତା ପାଇଁ ପ୍ରାଥମିକ ଦାୟିତ୍ବ ଶିଶୁ ଅଧିକାର ଆଇନ, 2005, ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (NCPCR) ଏବଂ ଶିଶୁ ଅଧିକାର ରାଜ୍ୟ ଆୟୋଗ (SCPCR) ଉପରେ ରହିଛି।