ନୂଆଦିଲ୍ଲୀ: ଶପଥ ଗ୍ରହଣ କଲେ ଦୁଇ ସୁପ୍ରିମକୋର୍ଟ ନୂଆ ବିଚାରପତି । ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଜାମଶେଦ ବୁର୍ଜୋର ପର୍ଦିୱାଲା ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି । ଆଜି(ସୋମବାର) ଦେଶର ପ୍ରଧାନ ବିଚାରପତି ଏନଭି ରମଣା ସୁପ୍ରିମକୋର୍ଟ କମ୍ପ୍ଲେକ୍ସରେ ନବନିମ୍ପିତ ଅଡିଟୋରିୟମରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଶପଥ ପାଠ କରାଇଛନ୍ତି ।
ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଜାମସେଦ ପର୍ଡିୱାଲା - ସୁପ୍ରିମକୋର୍ଟ ବିଚାରପତି
ଶପଥ ଗ୍ରହଣ କଲେ ଦୁଇ ସୁପ୍ରିମକୋର୍ଟ ନୂଆ ବିଚାରପତି । ଜଷ୍ଟିସ ସୁଧାଂଶୁ ଧୁଲିଆ ଓ ଜଷ୍ଟିସ ଜାମସେଦ ବୁର୍ଜୋର ପର୍ଦିୱାଲା ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି । ଅଧିକ ପଢନ୍ତୁ
ସିଜେଆଇଙ୍କ ଅଧକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ଦୁଇ ହାଇକୋର୍ଟ ବିଚାରପତିଙ୍କୁ ସର୍ବୋଚ୍ଚ ଅଦାଲତକୁ ପଦୋନ୍ନତି ଦେବା ଲାଗି ଆଇନ ମନ୍ତ୍ରଣାଳୟକୁ ସୁପାରିସ କରିଥିଲେ । ମନ୍ତ୍ରଣାଳୟ ଅନୁମୋଦନ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ଶନିବାର ସେମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । ସିଜେଆଇ ତାଙ୍କ ସଂକ୍ଷିପ୍ତ କାର୍ଯ୍ୟାଳୟ ମଧ୍ୟରେ ସର୍ବୋଚ୍ଚ ଅଦାଲତର 11 ଜଣ ବିଚାରପତିଙ୍କୁ ଶପଥ ପାଠ କରାଇ ଇତିହାସ ସୃଷ୍ଟି କରିଛନ୍ତି ।
ଦୁଇ ନୂଆ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ମୋଟ ମଞ୍ଜୁରି ପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା 34 ହୋଇଛି । ଏହା ପୂର୍ବର ଗତ ବର୍ଷ ଅଗଷ୍ଟରେ ଏକା ସଙ୍ଗରେ 9 ଜଣ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ । ତିନି ଜଣ ମହିଳାଙ୍କ ସମେତ ମୋଟ ୯ ଜଣ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ । ଯାହା ଇତିହାସରେ ପ୍ରଥମ ଥିଲା ।