ଓଡିଶା

odisha

ETV Bharat / bharat

Sexual Harassment Case: ଅଡ଼ୁଆରେ ହରିୟାଣାର ମନ୍ତ୍ରୀ ସନ୍ଦୀପ ସିଂହ, ମହିଳା କୋଚ୍‌ ଆଣିଲେ ଅସଦାଚରଣ ଅଭିଯୋଗ - ଜୁନିୟର ମହିଳା ପ୍ରଶିକ୍ଷକ

ପୁଣିଥରେ ବିବାଦରେ ଫସିଛନ୍ତି ହରିୟାଣା ସରକାରଙ୍କ ମନ୍ତ୍ରୀ ସନ୍ଦୀପ ସିଂହ । ମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଛନ୍ତି ହରିୟାଣା ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗରେ କାର୍ଯ୍ୟରତ ଜଣେ ଜୁନିଅର ମହିଳା ପ୍ରଶିକ୍ଷକ । ଅଧିକ ପଢ଼ନ୍ତୁ

ଅଡ଼ୁଆରେ ହରିୟାଣାର ବିଜେପି ମନ୍ତ୍ରୀ ସନ୍ଦୀପ ସିଂହ
ଅଡ଼ୁଆରେ ହରିୟାଣାର ବିଜେପି ମନ୍ତ୍ରୀ ସନ୍ଦୀପ ସିଂହ

By ETV Bharat Odisha Team

Published : Sep 3, 2023, 9:46 PM IST

ଚଣ୍ଡିଗଡ଼: ପୁଣି ବିବାଦରେ ହରିୟାଣା ସରକାରଙ୍କ ମନ୍ତ୍ରୀ ସନ୍ଦୀପ ସିଂହ । ବିଜେପି ମନ୍ତ୍ରୀଙ୍କ ନାଁରେ ପୁଣିଥରେ ବଡ଼ ଅଭିଯୋଗ ଆଣିଛନ୍ତି ହରିୟାଣା ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗରେ କାର୍ଯ୍ୟରତ ଜଣେ ଜୁନିଅର ମହିଳା ପ୍ରଶିକ୍ଷକ । ହରିୟାଣା କଂଗ୍ରେସର ପୂର୍ବତନ ପିସିସି ସଭାପତି କୁମାରୀ ସେଲ୍‌ଜା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ଜୁନିୟର ମହିଳା ପ୍ରଶିକ୍ଷକ ଜଣକ ମନ୍ତ୍ରୀ ସନ୍ଦୀପ ସିଂହଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ମୁତାବକ ମନ୍ତ୍ରୀ ସନ୍ଦୀପ ସିଂହ ତାଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଚଣ୍ଡିଗଡ଼ସ୍ଥିତ ବାସଭବନକୁ ଡାକିଥିଲେ । ହେଲେ ସେଠାରେ ମନ୍ତ୍ରୀ ଜୁନିଅର ମହିଳା ପ୍ରଶିକ୍ଷକଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ।

ପୁଣି ବିବାଦରେ ହରିୟାଣାର ବିଜେପି ମନ୍ତ୍ରୀ ସନ୍ଦୀପ ସିଂହ

ହରିୟାଣା କଂଗ୍ରେସର ପୂର୍ବତନ ପିସିସି ସଭାପତି କୁମାରୀ ସେଲ୍‌ଜା ପୋଷ୍ଟ କରିଥିବା ଏହି ଭିଡିଓରେ ମହିଳା ପ୍ରଶିକ୍ଷକ ଜଣକ କହିଛନ୍ତି ଯେ, ମନ୍ତ୍ରୀ ସେଠାରେ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିବାରୁ ଏହାକୁ ସେ ବିରୋଧ କରିଥିଲେ । ହେଲେ ମନ୍ତ୍ରୀ ନମାନିବାରୁ ମହିଳା ପ୍ରଶିକ୍ଷକ ଜଣକ ମନ୍ତ୍ରୀଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଏହାପରେ ମନ୍ତ୍ରୀ ମଧ୍ୟ ମହିଳା ପ୍ରଶିକ୍ଷକ ଜଣଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହି ଭିଡିଓକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ହରିୟାଣା କଂଗ୍ରେସର ପୂର୍ବତନ ପିସିସି ସଭାପତି କୁମାରୀ ସେଲ୍‌ଜା ଲେଖିଛନ୍ତି, "ମୁଖ୍ୟମନ୍ତ୍ରୀ, ଆପଣଙ୍କ ମନ୍ତ୍ରୀ କେଉଁଭଳି ଭାବେ ୟାଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି, ଏହି ଝିଅର ଦୁଃଖ ଟିକିଏ ଶୁଣନ୍ତୁ । ଏହା ଶୁଣିବା ପରେ ମଧ୍ୟ କଣ ଆପଣ 'ଇସ୍ତଫା ନିଆଯିବ ନାହିଁ' ବୋଲି କହିବେ ? ଯଦି ହଁ, ତେବେ ଆପଣଙ୍କଠାରୁ ଅଧିକ ସମ୍ବେଦନହୀନ ବ୍ୟକ୍ତି ଆଉ କେହି ନାହାନ୍ତି । ଏହାପରେ ଆପଣଙ୍କୁ ଗୋଟିଏ ମିନିଟ ପାଇଁ ମଧ୍ୟ ନିଜ ପଦରେ ରହିବାର ଅଧିକାର ନାହିଁ । ଆଉ ଗୋଟିଏ କଥା, ଏହି ଝିଅଙ୍କୁ ନ୍ୟାୟ ନିଶ୍ଚିତ ମିଳିବ । ୟାଙ୍କୁ କେବେ ମଧ୍ୟ ଏକା ବୋଲି ଭାବିବାର ଭୁଲ କରିବେ ନାହିଁ, କାରଣ ମୁଁ ସଦା ସର୍ବଦା ହରିୟାଣାର ଝିଅମାନଙ୍କ ସହିତ ଛିଡ଼ା ହୋଇଛି ଏବଂ ହୋଇଥିବି ।"

ଏହା ମଧ୍ୟ ପଢ଼ନ୍ତୁ...Sanatan dharma remark Row: ସନାତନ ବିରୋଧୀ ମନ୍ତବ୍ୟ ପରେ ତେଜିଲା ବିରୋଧ, ଉଦୟନିଧିଙ୍କ ନାଁରେ ଏତଲା

ପ୍ରକାଶଯୋଗ୍ୟ, ଏହି ଘଟଣାକୁ ନେଇ ଚଣ୍ଡିଗଡ଼ ପୋଲିସ ହରିୟାଣା ସରକାରଙ୍କ ମନ୍ତ୍ରୀ ସନ୍ଦୀପ ସିଂହଙ୍କ ବିରୋଧରେ ଜିଲ୍ଲା ଅଦାଲତରେ ଏକ ଚାର୍ଜସିଟ୍‌ ଦାଖଲ କରିଛି । ସିଜେଏମ୍‌ କୋର୍ଟରେ ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ଏହି ମାମଲାର ଶୁଣାଣି କରାଯିବ । ପ୍ରକାଶ ଥାଉ, ଅଭିଯୋଗକାରିଣୀ ଜୁନିୟର ମହିଳା ପ୍ରଶିକ୍ଷକଙ୍କୁ କ୍ରୀଡ଼ା ବିଭାଗ ନିଲମ୍ବନ ମଧ୍ୟ କରିଛି । କେବଳ ସେତିକି ନୁହେଁ, ମହିଳା ପ୍ରଶିକ୍ଷକ ଜଣଙ୍କୁ ୪ ମାସ ପର୍ଯ୍ୟନ୍ତ ଷ୍ଟାଡିୟମକୁ ଯିବାକୁ ବାରଣ ମଧ୍ୟ କରାଯାଇଛି । ଏହି ମାମଲାରେ ଚଣ୍ଡିଗଡ଼ ପୋଲିସ ମନ୍ତ୍ରୀ ସନ୍ଦୀପ ସିଂହଙ୍କ ବିରୋଧରେ ଗତବର୍ଷ ଡିସେମ୍ବର ୩୧ ତାରିଖରେ ବିଭିନ୍ନ ଧାରାରେ ଏଫ୍‌ଆଇଆର୍‌ ଫାଇଲ୍‌ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details