ଓଡିଶା

odisha

ETV Bharat / bharat

special story: ଅଢେଇ ବର୍ଷର ପୁଅକୁ ଚଢିଛି କ୍ରିକେଟ ନିଶା, ଦିନେ ନ ଖେଳିଲେ ଛାଡିଦିଅନ୍ତି ଖାଇବା

ଅଢେଇ ବର୍ଷ ବସୟରୁ ମାରନ୍ତି ଏଭଳି ସର୍ଟ ସବୁ ହୋଇଯାଆନ୍ତି କ୍ଲିନ ବୋଲ୍ଡ । ଭେଟନ୍ତୁ ଅଢେଇ ବର୍ଷର ବିରାଟ କୋହଲିଙ୍କୁ । ଭେଟନ୍ତୁ ଏଇ କୁନି କ୍ରିକେଟରଙ୍କୁ ..

କୁନି ବିରାଟ କୋହଲି
କୁନି ବିରାଟ କୋହଲି

By

Published : Jun 7, 2021, 1:43 PM IST

ରାଞ୍ଚି: ‘ତୁଳସୀ ଦୁଇ ପତ୍ରରୁ ବାସେ ’ । ଏଇ ଉକ୍ତିକୁ ଯଥାର୍ଥ କରିଛନ୍ତି ଏଇ କୁନି ଛୁଆଟି । ଖେଳନ୍ତି ଏଭଳି କ୍ରିକେଟ ଦେଖଣାହାରୀ ବି ହୋଇଯାଆନ୍ତି କ୍ଲିନ ବୋଲ୍ଡ ।

କୁନି ବିରାଟ କୋହଲି

ଏଇ କୋମଳମତି ପ୍ରମାଣ କରିଛି କି ଦୃଢ ଇଚ୍ଛାଶକ୍ତି ପାଇଁ ଲୋଡା ନାହିଁ କୌଣସି ବୟସ । ବୟସ ତାର ଅଢେଇ ବର୍ଷ ହେଲେ ଏତେ କମ ସମୟରେ ଏଭଳି ନିଷ୍ଠା କି, ଭାବିବାକୁ ବାଧ୍ୟ କରୁଛି ଯେ ଯଦି ଆରମ୍ଭ ଏଭଳି ତେବେ ଫଳାଫଳ କଣ ହେବ ?

ଏତେ କମ ସମୟରେ କ୍ରିକେଟ ପ୍ରତି କଅଁଳ ଶିଶୁର ଏଭଳି ଦୁର୍ବଳତା ଆପଣ ବି କେବେ ଦେଖିନଥିବେ .. ଯେଉଁ ବୟସରେ ପିଲାଏ ଠିକରେ ବ୍ୟାଟ ଧରି ପାରନ୍ତି ନାହିଁ , ସେହି ସମୟରେ ଏହି ପିଲା ଲମ୍ବା ଲମ୍ବା ସର୍ଟସ ଖେଳୁଛନ୍ତି । ତେବେ ବଡ ହେଲେ କଣ ହେବ ପଚାରିଲେ .. କଣ କୁହନ୍ତି ସେ ଶୁଣନ୍ତୁ..

କେବଳ ଏତିକି ନୁହେଁ , ଯେଉଁ ବୟସରେ ପିଲା ନିଜ ନାଁ , ଠିକରେ ମନେ ରଖିନଥାଏ .. ସେହି ବୟସରେ ଜୟନ୍ତ କ୍ରିକେଟ ଟୁଲ ନାଁକୁ ମୁହେଁ ମୁହେଁ ମୁଖସ୍ତ କରି ରଖିଛି । ଯଦି ବିଶ୍ବାସ ହେଉନି .. ତେବେ ନିଜେ ହିଁ ଶୁଣିନିଅନ୍ତୁ..

ୱାହା , ଆମ ଜୁନିଅର ବିରାଟ କୋହଲି .. କମାଲ ତୁମର କ୍ରିକେଟ ନିଶା । ଜୟନ୍ତଙ୍କ ବାପା କୁହନ୍ତି କି , ଯେବେ ପୁଅ 9 ମାସର ଥିଲା ସେବେଠୁ ତାକୁ ଘାରିଥିଲା କ୍ରିକେଟ କ୍ରେଜ ।

ଯଦି ଜୟନ୍ତଙ୍କୁ ଖେଳିବାକୁ କେବେ ବି ମନା କରାଯାଏ , ସେ ଖାଇବା ପିଇବା ସବୁ ଛାଡି ବସିଯାଆନ୍ତି । କିଏ ଜାଣିଥିଲା , ଆସନ୍ତା କିଛି ଦିନରେ ଜୟନ୍ତଙ୍କୁ ଏଭଳି ମତୁଆଲା କରିବ କ୍ରିକେଟ ନିଶା ..

ବିସ୍ମୟ , ଚମତ୍କାର .. ନିଷ୍ଠା , ନିଶାର ଅର୍ଥ ଜାଣିନଥିବା ଜୟନ୍ତ ଆଜି ତାଙ୍କ କ୍ରିକେଟ ସର୍ଟରେ କେତେକଙ୍କୁ ଯେ, ବୋଲ୍ଡ କଲାଣି ତାହା କଳ୍ପନା ବାହାରେ । ବାସ ଏହି ନିଷ୍ଠା ଏଭଳି ଜାରି ରହୁ .. ଆଉ ତାଙ୍କୁ ସବୁ ସଫଳତା ମିଳୁ .. ଏହା ହିଁ ଆମ କାମନା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details