ଓଡିଶା

odisha

ETV Bharat / bharat

ରାଜନୈତିକ ଚାପମୁକ୍ତ ରହିବା ଦରକାର ନ୍ୟାୟପାଳିକା: ସୁପ୍ରିମକୋର୍ଟ

ନ୍ୟାୟପାଳିକା ରାଜନୈତିକ ଚାପରୁ ମୁକ୍ତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ଥିବା କହିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

By

Published : Jul 22, 2021, 8:23 PM IST

ରାଜନୈତିକ ଚାପମୁକ୍ତ ରହିବା ଦରକାର ନ୍ୟାୟପାଳିକା: ସୁପ୍ରିମକୋର୍ଟ
ରାଜନୈତିକ ଚାପମୁକ୍ତ ରହିବା ଦରକାର ନ୍ୟାୟପାଳିକା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:ଦୁଇଟି ସିଷ୍ଟମରେ (ଦୁଇଟି ବ୍ୟବସ୍ଥା) ଚାଲିପାରିବନାହିଁ ଦେଶର ନ୍ୟାୟପାଳିକା । ଗରିବ ଓ ଧନୀଙ୍କ ପାଇଁ ଲାଗୁ ହୋଇପାରିବନି ଭିନ୍ନଭିନ୍ନ ସିଷ୍ଟମ । ସର୍ବଦା ନ୍ୟାୟପାଳିକା ରାଜନୈତିକ ଚାପରୁ ମୁକ୍ତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ଥିବା କହିଛନ୍ତି ସୁପ୍ରିମକୋର୍ଟ ।

କଂଗ୍ରେସ ନେତା ଦେବେନ୍ଦ୍ର ଚୌରସିଆ ହତ୍ୟା ଘଟଣା ଉପରେ ଶୁଣାଣି ସମୟରେ ମଧ୍ୟପ୍ରଦେଶ ପୋଲିସକୁ ସମାଲୋଚନା କରି ଏହା କହିଛନ୍ତି ସୁପ୍ରିମକୋର୍ଟ । ହତ୍ୟା ଘଟଣାରେ ସମ୍ପୃକ୍ତ ବହୁଜନ ସମାଜ ପାର୍ଟି ବିଧାୟିକାଙ୍କ ସ୍ବାମୀ ଗୋବିନ୍ଦ ସିଂହଙ୍କୁ ପୋଲିସ ସୁରକ୍ଷା ଯୋଗାଉଥିବା କହି ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ମାମଲାର ଶୁଣାଣି କରି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧିନ ଖଣ୍ଡପୀଠ କହିଛନ୍ତି, ଦେଶର ନ୍ୟାୟପାଳିକା ସ୍ବତନ୍ତ୍ର । ଏହା ସର୍ବଦା ରାଜନୈତିକ ଚାପରୁ ମୁକ୍ତ ରହି କାର୍ଯ୍ୟ କରିବା ଆବଶ୍ୟକ । ପୋଲିସ ଘଟଣାର ସଠିକ ତଦନ୍ତ କରୁନଥିବାରୁ ଗୋବିନ୍ଦ ସିଂହଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପୋଲିସ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବାରୁ ନ୍ୟାୟପାଳିକା ଉପରେ ଚାପପଡୁଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କେବଳ ଏତିକି ନୁହେଁ, ଟ୍ରାଏଲ କୋର୍ଟ ବିଚାରପତିଙ୍କ ଉପରେ ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ବିଏସପି ବିଧାୟକ ଚାପ ପକାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଦିବଙ୍ଗତ କଂଗ୍ରେସ ବିଧାୟକଙ୍କ ପୁଅ ।

ABOUT THE AUTHOR

...view details