ରାଞ୍ଚି: ଝାଡ଼ଖଣ୍ଡ ଧାନବାଦର ବିଚାରପତି ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଘଟଣାକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ଟିମ(CBI) ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଗତକାଲି(ଶନିବାର) ଟିମ କ୍ରାଇମ ସିନର ରିକ୍ରିଏସନ କରିଥିବା ବେଳେ ପୁଣି ଘଟଣାସ୍ଥଳକୁ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ନେଇ ତନାଘନା ଆରମ୍ଭ କରିଛି ବୋଲି ସୂଚନା ମିଳିଛି ।
ଧାନବାଦ ବିଚାରପତି ମୃତ୍ୟୁ ମାମଲା: ସିନ ରିକ୍ରିଏସନ ପରେ ପୁଣି ତନାଘନା କଲା CBI - ସିନ ରିକ୍ରିଏସନ
ଧାନବାଦ ବିଚାରପତି ମୃତ୍ୟୁ ଘଟଣା । ଘଟଣାସ୍ଥଳକୁ ପୁଣି ଅଟୋ ଡ୍ରାଇଭର ଓ ସହଯୋଗୀକୁ ନେଇ ସିନ ରିକ୍ରିଏସନ କଲା CBI । ଅଧିକ ପଢନ୍ତୁ...
ଆଜି(ରବିବାର) ସିବିଆଇ ରଣଧୀର ବର୍ମା ଛକ ବା ଅପରାଧ ସ୍ଥଳକୁ ଅଟୋ ଡ୍ରାଇଭରକୁ ନେଇ ଯାଇଥିବା ଦେଖିବାକୁ ମିଳିଛି । ଘଟଣାକୁ ଭଲ ଭାବେ ବୁଝିବା ପାଇଁ ପୁଣି ଆଉ ଥରେ ଘଟଣାରୁ ପୁନରାବୃତ୍ତି କରିଛି ଏହି ଟିମ । ଏହି ସମୟରେ ୩୬୦-ଡିଗ୍ରୀ କ୍ୟାମେରାରେ ଘଟଣାକୁ କଏଦ କରାଯାଇଛି । ଘଟଣାର ୩D ସିନ୍ ମାଜିଷ୍ଟ୍ରେଟଙ୍କ ଆଗରେ ଦାଖଲ କରିବ ସିବିଆଇ ।
ତେବେ ସୂଚନା ଥାଉ କି ବିଚାରପତି ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ତାଙ୍କୁ ପଛ ପଟୁ ଏକ ଅଟୋ ଆସି ଧକ୍କା ଦେଇଥିଲା । ପ୍ରଥମେ ସମସ୍ତେ ଏହାକୁ ଦୁର୍ଘଟଣା ଭାବୁଥିବା ବେଳେ ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଭଳି ସିସିଟିଭି ଫୁଟେଜରୁ ଜଣାପଡୁଛି । ତେବେ ଏହା ଦୁର୍ଘଟଣା କି ହତ୍ୟାକାଣ୍ଡ ଏପର୍ଯ୍ୟନ୍ତ ପ୍ରମାଣ ହୋଇନାହିଁ । ସିବିଆଇ ଘଟଣାର ତଦନ୍ତ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ