ଚେନ୍ନାଇ: ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ସବୁ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଆଜି ବିଜେପି ସଭାପତି ଜେ.ପି ନଡ୍ଡା ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଆଶା ବଢାଇବା ପାଇଁ ତାମିଲନାଡୁରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ।
ନଡ୍ଡା ଟିଟାକୁଡି ଏବଂ ତିରୁଭାଇୟାରର ଓ ବୁଦାଲୁରରେ ସଭା ସ୍ଥଳରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି । ଏହା ପରେ ସେ ଏକ ରୋଡ ଶୋ କରିଛନ୍ତି । ତାମିଲନାଡୁରେ ବିଧାନସଭା ନିର୍ବାଚନ ଏପ୍ରିଲ 6ରେ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବ ଏବଂ ଭୋଟ୍ ଗଣନା ମେ ୨ରୁ ହେବ । କଂଗ୍ରେସ-ଡିଏମକେ ଏବଂ ବିଜେପି-ଏଆଇଏଡିଏମକେ ମିଳିତ ମଞ୍ଚ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ରାଜ୍ୟରେ 234 ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।