ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ( BJP)ର ଜାତୀୟ ମହାସଚିବ (national secretary) ହେଲେ ବିହାର ବିଜେପିର ଯୁବନେତା ରିତୁରାଜ ସିହ୍ନା । ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ନିଷ୍ପତ୍ତି ନେଇଥିବା ଜଣାପଡିଛି । ଦଳ ପକ୍ଷରୁ ଜାରି ନିର୍ଦ୍ଦେଶରେ ତୁରନ୍ତ ରିତୁରାଜଙ୍କୁ ଦାୟିତ୍ବ ଗ୍ରହଣ କରିବା ପାଇଁ କୁହାଯାଇଛି । ଏହାପୂର୍ବରୁ 2019 ଲୋକସଭା ନିର୍ବାଚନରେ ରିତୁରାଜଙ୍କୁ ତତ୍କାଳୀନ ଦଳ ସଭାପତି ଅମିତ ଶାହାଙ୍କ ନେତୃତ୍ବରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବରେ ଅବସ୍ଥାପିତ କରାଯାଇଥିଲା ।
ରିତୁରାଜ ସିହ୍ନା ହେଲେ BJP national Secretary
ବିଜେପି ମହାସଚିବ(national secretary) ହେଲେ ରିତୁରାଜ ସିହ୍ନା । ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ସମ୍ଭାଳିଥିଲେ ଗୁରୁ ଦାୟିତ୍ବ । ନୂତନ ଦାୟିତ୍ବ ଦେଲେ ଦଳୀୟ ହାଇକମାଣ୍ଡ । ଅଧିକ ପଢନ୍ତୁ
ରିତୁରାଜ ସିହ୍ନା ହେଲେ BJP national secretary
ଗତବର୍ଷ ବିହାର ବିଧାନସଭା ନିର୍ବାଚନରେ ମଧ୍ୟ ରିତୁରାଜ ପ୍ରମୁଖ ସାଙ୍ଗଠନିକ ଦାୟିତ୍ବ ତୁଲାଇଥିଲେ । ରାଜ୍ୟ ବିଧାନସଭା ନିର୍ବାଚନରେ ସେ ବିହାର ବିଜେପିର ଇସ୍ତାହାର କମିଟି (Manifesto Committee)ର ସଂଯୋଜକ ଭାବରେ କାର୍ଯ୍ୟ କରିଥିଲେ। ସେହିପରି ସାଙ୍ଗଠନିକ ସଦୃଢୀକରଣ ପାଇଁ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ନେତୃତ୍ୱରେ ଗଠିତ ୮ଜଣିଆ କମିଟିରେ ମଧ୍ୟ ରିତୁରାଜଙ୍କୁ ସାମିଲ କରାଯାଇଥିଲା । ରିତୁରାଜ ହେଉଛନ୍ତି ବିଜେପିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରବିନ୍ଦ୍ର କିଶୋର ସିହ୍ନାଙ୍କ ପୁଅ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ