ଓଡିଶା

odisha

By

Published : Jun 7, 2022, 11:51 AM IST

ETV Bharat / bharat

ଟ୍ରେନ ଇଞ୍ଜିନରେ ବସି ଯାତ୍ରା କଲେ ଯୁବକ, ଅଳ୍ପକେ ବର୍ତ୍ତିଲା ଜୀବନ

ବିହାର ଗୟା ରେଲଓ୍ବେ ଷ୍ଟେସନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଟ୍ରେନ ଡବାରେ ବସିବା ପରବର୍ତ୍ତେ ଇଞ୍ଜିନରେ ବସି ଯାତ୍ରା କରୁଥିଲେ ଯୁବକ, କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛି ଜୀବନ। ଅଧିକ ପଢନ୍ତୁ

ଟ୍ରେନ ଡବା ପରିବର୍ତ୍ତେ ଇଞ୍ଜିନରେ ବସି ଯାତ୍ରା କଲେ ଯୁବକ, ଅଳ୍ପକେ ବର୍ତ୍ତିଲା ଜୀବନ
ଟ୍ରେନ ଡବା ପରିବର୍ତ୍ତେ ଇଞ୍ଜିନରେ ବସି ଯାତ୍ରା କଲେ ଯୁବକ, ଅଳ୍ପକେ ବର୍ତ୍ତିଲା ଜୀବନ

ପାଟନା: ରଖେ ହରି ତ ମାରେ କିଏ, ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିହାର ଗୟା ରେଲଓ୍ବେ ଷ୍ଟେସନରେ । ଟ୍ରେନ ଡବାରେ ବସିବା ପରବର୍ତ୍ତେ ଇଞ୍ଜିନରେ ବସି ଯାତ୍ରା କରୁଥିଲେ ଯୁବକ, କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛି ଜୀବନ । ଇଞ୍ଜିନରେ ବସିଥିବା ଦେଖିବା ପରେ ଯୁବକ ଜଣଙ୍କୁ ଟ୍ରେନ ଡ୍ରାଇଭର ଓ ଯାତ୍ରୀଙ୍କ ଦ୍ବାରା ଉଦ୍ଧାର କରାଯାଇଛି । ସେ ମାନସିକ ବିକାର ଗ୍ରସ୍ତ ହୋଇଥିବା ବେଳେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ନିଖୋଜ ହୋଇଯାଇଥିବା ଜଣାପଡିଛି ।

ଟ୍ରେନ ଡବା ପରିବର୍ତ୍ତେ ଇଞ୍ଜିନରେ ବସି ଯାତ୍ରା କଲେ ଯୁବକ, ଅଳ୍ପକେ ବର୍ତ୍ତିଲା ଜୀବନ

ସୋମବାର ବାରାଣାସୀ ସାରନାଥ ବୁଦ୍ଧ ପୂର୍ଣ୍ଣିମା ଏକ୍ସପ୍ରେସ ରାଜଗିରିରୁ ଗୟା ଯାତ୍ରା ଆରମ୍ଭ କରିଥିଲା । ଏହି ସମୟରେ ଟ୍ରେନର ଇଞ୍ଜିନର ଟ୍ରାକ୍ସନ୍ ମୋଟର ତଳେ ଜଣେ ଯୁବକ ବସି ଯାତ୍ରା ଆରମ୍ଭ କରିଥିଲେ । କିଛି ସମୟ ପରେ ହଠାତ ଡ୍ରାଇଭରଙ୍କୁ କେହି କାନ୍ଦୁଥିବାର ଶୁଣିବାକୁ ପାଇଥିଲେ । ଏହାପରେ ଖୋଜାଖୋଜି କରିବା ପରେ ଜଣେ ଯୁବକ ଇଞ୍ଜିନ ନିକଟରେ ବସିଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଟ୍ରେନ୍‌ ପହଞ୍ଚିବା ପରେ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସେ କେଉଁ ଷ୍ଟେନରୁ ଯାତ୍ରା ଆରମ୍ଭ କରିଥିଲା ତାହା ମଧ୍ୟ ଜଣାପଡିନାହିଁ ।

ଡ୍ରାଇଭର ଏହି ବିଷୟରେ ରେଳ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଏଥି ସହିତ ଆରପିଏଫକୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଥିଲା । ଜଣେ ବ୍ୟକ୍ତି ଇଞ୍ଜିନର ସଂକୀର୍ଣ୍ଣ ଅଂଶରେ ବସି ଏହିପରି ଯିବା କଷ୍ଟକର, ଏମିତି ଯାତ୍ରା କଲେ ଅନେକ ସମୟରେ ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ରହିଛି ରେଲଓ୍ବେ ତରଫରୁ କୁହାଯାଇଛି । ଯୁବକଜଣଙ୍କ ରାଜଗିରର ଷ୍ଟେସନରୁ ଟ୍ରେନରେ ଚଢିଥିବା ଅନୁମାନ କରାଯାଉଛି ।

ABOUT THE AUTHOR

...view details