ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷ ଧରି ଜେଲ୍ ରହିବା ପରେ ଜାମିନ ପାଇଲେ ବହୁ ଚର୍ଚ୍ଚିତ ସାମ୍ବାଦିକ ସିଦ୍ଦିକି କପ୍ପାନ । ଉତ୍ତର ପ୍ରଦେଶର ହାଥରସ ୧୯ ବର୍ଷୀୟ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସାମ୍ବାଦିକ ଜଣକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ UAPA ନିୟମରେ ତାଙ୍କୁ ଗିରଫ କରିଥିଲା ଉତ୍ତର ପ୍ରଦେଶ ପୋଲିସ । ତେବେ ତାଙ୍କୁ ଆଜି ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।
ଜାମିନ ପାଇବା ପରେ ମଧ୍ୟ ସିଦ୍ଦିକିଙ୍କୁ ୬ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ନିକଟରେ ରିପୋର୍ଟ କରିବାକୁ ହେବ । ଏହାପରେ ସେ କେରଳ ପୋଲିସକୁ ରିପୋର୍ଟ କରିବେ । ତିନି ମଧ୍ୟରେ ସେ କୋର୍ଟରେ ଟ୍ରାଏଲ୍ ପାଇଁ ହାଜର ହେବେ । ସେଠାରେ ତାଙ୍କ ନିଜ ପାସ୍ପୋର୍ଟ ଦାଖଲ କରିବାକୁ ହେବ ।
ମାଲାୟଲାମ ଖବର ପୋର୍ଟାଲ ଅଝିମୁଖମରେ ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଛନ୍ତି ସିଦ୍ଦିକି କପ୍ପାନ । ସେ ଉତ୍ତର ପ୍ରଦଶରେ ଆଇନ ଶୃଙ୍ଖଳା ବିଗାଡ଼ିବାକୁ ସାମ୍ବାଦିକ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା । ଏଥିସହ ସେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(PFI) ସହ ଜଡ଼ିତ ଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିବାବେଳେ, ମିଥ୍ୟା ଆରୋପରେ ଫସାଯାଉଛି ବୋଲି କହିଥିଲେ ସାମ୍ବାଦିକ । ପ୍ରାୟ ଦୁଇ ବର୍ଷ ଧରି ସେ ଜେଲ୍ରେ ରହିବାପରେ ତାଙ୍କୁ ଆଜି ତାଙ୍କୁ ଜାମିନ ମିଳିଛି ।