ଓଡିଶା

odisha

ETV Bharat / bharat

ମୃତ ଘୋଷିତ ସାମ୍ବାଦିକ ନିଜ ମୃତ୍ୟୁ ଖବରକୁ କଲେ ଖଣ୍ଡନ - ସାମ୍ବାଦିକ ମୃତ୍ୟୁ ଖବର

ଆଫଗାନିସ୍ତାନର ଜଣେ ପତ୍ରକାରଙ୍କୁ ତାଲିବାନ ହତ୍ୟା କରିଥିବା ନେଇ ଖବର ପ୍ରକାଶ ପାଇଥିଲା । ସମ୍ବାଦିକଙ୍କ ଉପରେ ତାଲିବାନ ଆକ୍ରମଣ କରିଥିଲେ ସତ ହେଲେ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି ଖୋଦ ସାମ୍ବାଦିକ ଜିଆର ଖାନ ୟାଦ । ଅଧିକ ପଢନ୍ତୁ...

ସାମ୍ବାଦିକ ଜିଆର ୟାଦ ଖାନ
ସାମ୍ବାଦିକ ଜିଆର ୟାଦ ଖାନ

By

Published : Aug 26, 2021, 2:30 PM IST

ନୂଆଦିଲ୍ଲୀ:ଆଫଗାନିସ୍ତାନକୁ କାବୁ କରି ନେଇଛି ତାଲିବାନ ଆତଙ୍କୀ ସଂଗଠନ । ଏହା ପରେ ଲୋକଙ୍କ ଉପରେ ରାଜ କରୁଛନ୍ତି ତାଲିବାନୀ । ଆଫଗାନିସ୍ତାନର ଜଣେ ପତ୍ରକାରଙ୍କୁ ତାଲିବାନ ହତ୍ୟା କରିଥିବା ନେଇ ଖବର ପ୍ରକାଶ ପାଇଥିଲା । ସମ୍ବାଦିକଙ୍କ ଉପରେ ତାଲିବାନ ଆକ୍ରମଣ କରିଥିଲେ ସତ ହେଲେ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି ଖୋଦ ସାମ୍ବାଦିକ ଜିଆର ୟାଦ ଖାନ ।

ସୂଚନାଅନୁସାରେ, ଆଫଗାନିସ୍ତାନର ପ୍ରମୁଖ ଗଣମାଧ୍ୟମ ସଂଗଠନ ଟୋଲୋ ନ୍ୟୁଜ ତାର ପତ୍ରକାର ଜିଆକ ୟାଦ ଖାନଙ୍କୁ ହତ୍ୟା କରାଯାଇଥିବା ନେଇ ଖବର ପ୍ରକାଶ କରିଥିଲା । ଜିଆର କାବୁଲର ବେକାରୀ ଓ ଦାରିଦ୍ର୍ୟତାକୁ ନେଇ ଖବର ସଂଗ୍ରହ କରୁଥିଲେ । ଏହି ସମୟରେ ତାଲିବାନୀଙ୍କ ଆକ୍ରମଣର ଶିକାର ହୋଇଥିଲେ ଜିଆର ଓ କ୍ୟାମେରା ପର୍ସନ । ଉଭୟଙ୍କୁ ତାଲିବାନ ମାଡ ମାରିଛନ୍ତି ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଟୋଲୋ ନ୍ୟୁଜ ଖବର ପ୍ରସାରଣ କରିଥିଲା । ମାତ୍ର ସାମ୍ବାଦିକ ଜିଆର ଖାନ ୟାଦ ନିଜେ ଟ୍ବିଟ କରି କହିଛନ୍ତି ଯେ ତାଙ୍କ ମୃତ୍ୟୁ ଖବର ମିଥ୍ୟା ଅଟେ, ସେ ଜୀବିତ ଅଛନ୍ତି ।

ସେ ଟ୍ବିଟ କରି କହିଛନ୍ତି, କାବୁଲର ନୂଆ ସହରରେ ତାଲିବାନ ମୋତେ ବନ୍ଧୁକ ଦେଖାଇ ମାଡ଼ ମାରିଥିଲେ । କ୍ୟାମେରା ସହିତ ଆମର ସବୁ ଉପକରଣ ଭାଙ୍ଗିବା ସହିତ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେଇଥିଲେ । ହେଲେ କିଛି ଲୋକ ମୋ ମୃତ୍ୟୁ ଖବର ପ୍ରଚାର କରିଛନ୍ତି ଯାହା ସମ୍ପର୍ଣ୍ଣ ମିଥ୍ୟା ।

ପ୍ରକାଶ ଥାଉ କି, କିଛି ଦିନ ତଳେ ତାଲିବାନ ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକ ଦାନୀଶ ସିଦ୍ଦିକୀଙ୍କୁ ହତ୍ୟା କରାଯାଇଥିଲା । ତାଲିବାନର ଆତଙ୍କରାଜର ଅଶାନ୍ତ ସ୍ଥିତିକୁ କଭର କରିବାକୁ କାର୍ଯ୍ୟ କରୁଥିଲେ ସିଦ୍ଦିକୀ । ୨୦୧୮ରେ ନିଜ ସହଯୋଗୀ ଆବିଦୀଙ୍କ ସହ ପୁଲିତ୍‌ଜର ପୁରସ୍କାର ହାସଲ କରିଥିଲେ ଦାନୀଶ ସେ ସମୟରେ ସେ ପୁଲିତ୍‌ଜର ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଥିଲେ । ଦାନୀଶ ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟକୁ ମଧ୍ୟ କଭର କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details