ଓଡିଶା

odisha

ETV Bharat / bharat

କେଉଁ ସାମ୍ବାଦିକ ପାଇବେ PIB ମାନ୍ୟତା, ଜାଣନ୍ତୁ କଣ ରହିଛି ନୂଆ ଗାଇଡଲାଇନ - ପିଆଇବି ଗାଇଡ ଲାଇନ କଣ

ସାମ୍ବାଦିକମାନଙ୍କ ପାଇଁ ନୂତନ ସ୍ୱୀକୃତି ନୀତି ଘୋଷଣା କଲେ କେନ୍ଦ୍ର ସରକାର । ଜାଣନ୍ତୁ କଣ ରହିଛି ନିୟମ ଓ କଟକଣା । ଅଧିକ ପଢନ୍ତୁ

କେଉଁ ସାମ୍ବାଦିକ ପାଇବେ PIB ମାନ୍ୟତା, ଜାଣନ୍ତୁ କଣ ରହିଛି ନୂଆ ଗାଇଡନାଇନ
କେଉଁ ସାମ୍ବାଦିକ ପାଇବେ PIB ମାନ୍ୟତା, ଜାଣନ୍ତୁ କଣ ରହିଛି ନୂଆ ଗାଇଡନାଇନ

By

Published : Feb 9, 2022, 10:37 PM IST

Updated : Feb 10, 2022, 9:52 AM IST

ନୂଆଦିଲ୍ଲୀ: ସାମ୍ବାଦିକଙ୍କ ପାଇଁ କେନ୍ଦ୍ର ସରକାର ସୋମବାର ଏକ ନୂତନ ସ୍ୱୀକୃତି ନୀତି ଘୋଷଣା କରିଛନ୍ତି । ଏହି ନୂତନ ନୀତି (ମିଡିଆ ଆକ୍ରିଡେସନ୍ ଗାଇଡଲାଇନ -2022) ଅନୁଯାୟୀ, ଭାରତର ସୁରକ୍ଷା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବିରୁଦ୍ଧରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ସରକାର ଚିହ୍ନଟ କରିବେ । ବିଦେଶ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ଜନସାଧାରଣଙ୍କ ବିରୁଦ୍ଧରେ କାର୍ଯ୍ୟ କରିବା କିମ୍ବା ଗୁରୁତର ଅପରାଧରେ ଜଡିତ ଥିବା ଫେକ୍ ସାମ୍ବାଦିକଙ୍କୁ ଚିହ୍ନଟ କରିବେ ସରକାର ।

ତେବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ନୂତନ ସ୍ୱୀକୃତି ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ପ୍ରେସ୍ ସୂଚନା ବ୍ୟୁରୋ(PIB) ଏହାକୁ କାର୍ଯ୍ୟକାରୀ କରିଛି । ନୂଆ ନୀତି ଅନୁଯାୟୀ ଯଦି ଜଣେ ପତ୍ରକାର ବିରୁଦ୍ଧରେ ଶାଳୀନତା, ନୈତିକତା, କୋର୍ଟର ଅବମାନନା, ବଦନାମ କିମ୍ବା ଅପରାଧିକ ମାମଲା ପାଇଁ ଉସକାଉଥିବା ଅଭିଯୋଗ ଥିବ ତେବେ ତାଙ୍କ ସ୍ବୀକୃତି ପ୍ରତ୍ୟାହାର କିମ୍ବା ନିଲମ୍ବନ କରାଯିବ ।

ତେବେ ସ୍ବୀକୃତିପ୍ରାପ୍ତ ବା PIB ମାନ୍ୟତାପ୍ରାପ୍ତ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କୁ ଆଇକାର୍ଡ, ଭିଜିଟିଂ କାର୍ଡ୍ସ, ଲେଟର୍ ହେଡ୍ସ, କିଛି ଅନ୍ୟ ପେପଲ କିମ୍ବା ସୋସିଆଲ ମିଡିଆ ପ୍ରୋଫାଇଲରେ ମଧ୍ୟ 'ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ' ଶବ୍ଦ ଲେଖିବାକୁ ନିଷେଧ କରାଯାଇଛି । ନୂଆ ନୀତି ଅନୁଯାୟୀ, ନ୍ୟୁଜ୍ ଏଗ୍ରିଗେଟର(ଫ୍ରିଲାନ୍ସର)ଙ୍କୁ ମଧ୍ୟ PIB ରୁ ସ୍ୱୀକୃତି ମିଳିବ ନାହିଁ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ନିୟମ 18 ଅନୁଯାୟୀ ଡିଜିଟାଲ୍ ନ୍ୟୁଜ୍ ପ୍ରକାଶକଙ୍କୁ ଆବେଦନ କରିବାକୁ ପଡିବ । ସେମାନଙ୍କୁ ସୂଚନା ପ୍ରଯୁକ୍ତିବିଦ୍ୟା(Intermediary Guidelines and Digital Media Ethics Code) ଅନୁଯାୟୀ ନିୟମ ଉଲ୍ଲଂଘନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ନୂଆ ନିୟମ ଅନୁସାରେ, ଯଦି ଏକ ଡିଜିଟାଲ ମିଡିଆ ଅନ୍ତତଃପକ୍ଷେ ଏକ ବର୍ଷ ପାଇଁ ୱେବସାଇଟ୍ କ୍ରମାଗତ ଭାବରେ ଚଲାଇଥିବେ, ପ୍ରତି ମାସରେ 10 ଲକ୍ଷରୁ 50 ଲକ୍ଷ ଦର୍ଶକ ଥିବେ ଯଦି ମାସକୁ ଏକ କୋଟିରୁ ଅଧିକ ନୂଆ ଦର୍ଶକ(Unique Visitors) ଖବର ପଢୁଥିବେ ତେବେ ଅନୁଷ୍ଠାନର ୪ ଜଣ ସାମ୍ବାଦିକଙ୍କୁ PIB ମାନ୍ୟତା ମିଳିବ ।

ସେହିପରି, ନ୍ୟୁଜ ପୋର୍ଟାଲର ସମ୍ପାଦକ ଜଣେ ଭାରତୀୟ ନାଗରିକ ହୋଇଥିବା ଉଚିତ୍ । ୱେବସାଇଟ୍ ନିଶ୍ଚିତ ଭାବରେ ଭାରତରେ ପଞ୍ଜିକୃତ ହେବା ଆବଶ୍ୟକ ଏବଂ ଏହାର ସମ୍ବାଦଦାତାମାନେ ଦିଲ୍ଲୀ କିମ୍ବା ଜାତୀୟ ରାଜଧାନୀ ଅଞ୍ଚଳରେ ରହିବା ଆବଶ୍ୟକ । ବିଦେଶୀ ସମ୍ବାଦ ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ କାର୍ଯ୍ୟ କରୁଥିବା ସ୍ୱାଧୀନ ସାମ୍ବାଦିକମାନଙ୍କୁ କୌଣସି ସ୍ୱୀକୃତି ଦିଆଯିବ ନାହିଁ ।

ନୀତି ଅନୁଯାୟୀ, ଯେଉଁ ସାମ୍ବାଦିକମାନେ 15 ବର୍ଷରୁ ଅଧିକ ସମୟ ଧରି ଫ୍ରିଲାନ୍ସିଙ୍ଗ୍ କରିଛନ୍ତି ଏବଂ 30 ବର୍ଷର ଅଭିଜ୍ଞତା ମଧ୍ୟ ସେମାନେ PIB ରୁ ସ୍ବୀକୃତି ପ୍ରଦାନ କରାଯିବ । ଏଥିସହ 65 ବର୍ଷ ବୟସର ବିଶିଷ୍ଟ ସାମ୍ବାଦିକମାନଙ୍କୁ ମଧ୍ୟ PIB ସ୍ବୀକୃତି ମିଳିବା ନେଇ ଘୋଷଣା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 10, 2022, 9:52 AM IST

ABOUT THE AUTHOR

...view details