ଓଡିଶା

odisha

ETV Bharat / bharat

ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ, ସାମ୍ବାଦିକଙ୍କ ବିରୋଧରେ ମାମଲା - ହରିୟାଣା ପୋଲିସର କାର୍ଯ୍ୟାନୁଷ୍ଠାନ

ହ୍ବାଟ୍ସ ଆପ୍ ଏବଂ ଫେସବୁକରେ କୃଷକଙ୍କୁ ଉତ୍ତେଜିତ କରିବା ଭଳି ପୋଷ୍ଟ କରିବା ଅଭିଯୋଗରେ ସମ୍ବାଦିକ ବିରୋଧରେ ମାମଲା ରୁଜୁ କରିଛି ହରିୟାଣା ପୋଲିସ । ଅଧିକ ପଢନ୍ତୁ...

ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ ପାଇଁ ସାମ୍ବାଦିକଙ୍କ ବିରୋଧରେ ମାମଲା
ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ ପାଇଁ ସାମ୍ବାଦିକଙ୍କ ବିରୋଧରେ ମାମଲାସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ ପାଇଁ ସାମ୍ବାଦିକଙ୍କ ବିରୋଧରେ ମାମଲା

By

Published : Apr 10, 2021, 10:54 PM IST

ଚଣ୍ତିଗଡ: ହ୍ବାଟ୍ସ ଆପ୍ ଏବଂ ଫେସବୁକରେ କୃଷକଙ୍କୁ ଉତ୍ତେଜିତ କରିବା ଭଳି ପୋଷ୍ଟ କରିବା ଅଭିଯୋଗରେ ସମ୍ବାଦିକ ବିରୋଧରେ ମାମଲା ରୁଜୁ କଲା ପୋଲିସ ।ଏଭଳି ଘଟଣା ଦେଖିବାକୁ ମିଳିଛି ହରିୟାଣାର ହିସାର ଜିଲ୍ଲାରେ । ସାମ୍ବାଦିକ ତଥା "ଦ ଇଙ୍କ" ର ପ୍ରତିଷ୍ଠାତା ରାଜେଶ କୁଣ୍ଡୁଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।

ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ, ସାମ୍ବାଦିକଙ୍କ ବିରୋଧରେ ମାମଲା

ପୋଲିସର ସୂଚନାନୁସାରେ, କୁଣ୍ଡୁଙ୍କ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ହ୍ବାଟ୍ସଆପ୍ ଗ୍ରୁପକୁ ଉତ୍ତେଜନାମୂଳକ ବାର୍ତ୍ତା ପଠାଉଛନ୍ତି । ଯେଉଁ ବାର୍ତ୍ତା ସାଧାରଣ ଜନତାଙ୍କୁ ଉତ୍ତେଜିତ କରିବା ଭଳି ଆଶଙ୍କା ରହିଥିବା ଦର୍ଶାଇଛି ପୋଲିସ । ତେଣୁ ତାଙ୍କ ବିରୋଧରେ ଏକ ମାମଲା ରଜୁ ହୋଇଥିବା ପୋଲିସ କହିଛି । କୁଣ୍ଡୁଙ୍କ ବିରୋଧରେ ମାମଲା ପଞ୍ଜୀକୃତ ହେବାର କିଛି ସମୟ ପରେ ସାରା ରାଜ୍ୟରେ ସାମ୍ବାଦିକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆକ୍ରୋଶ ଦେଖାଯାଇଛି । କିଛି ବରିଷ୍ଠ ସାମ୍ବାଦିକ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ବିରୋଧରେ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ, ସାମ୍ବାଦିକଙ୍କ ବିରୋଧରେ ମାମଲା

ସେହିପରି ଏହି ଘଟଣାରେ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜୱାଲା ଟ୍ବିଟ୍ କରି କହିଛନ୍ତି, "ହରିୟଣା ସରକାର ଆତଙ୍କ ଏବଂ ପାଗଳାମି ସବୁ ସୀମା ଅତିକ୍ରମ କରିଛି । ହରିୟାଣା କଂଗ୍ରେସ ସଭାନେତ୍ରୀ କୁମାରୀ ସେଲଜା ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସରକାର ସାମ୍ବାଦିକଙ୍କ ସ୍ବରକୁ ଚାପିବାକୁ ଚେଷ୍ଚା କରୁଥିବା କହିଛନ୍ତି ।

ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ, ସାମ୍ବାଦିକଙ୍କ ବିରୋଧରେ ମାମଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details