ଓଡିଶା

odisha

By

Published : Jan 26, 2023, 10:36 PM IST

ETV Bharat / bharat

Joshimath land subsidence: ଯୋଶୀମଠରେ ବିପର୍ଯ୍ୟୟ ଭାଙ୍ଗିଦେଲା ସ୍ୱପ୍ନ, ମନ୍ଦିରରେ ହେଲା ବିବାହ

ବିପର୍ଯ୍ୟୟ ଭାଙ୍ଗି ଦେଲା ଧୁମଧାମରେ ବିବାହର ସ୍ବପ୍ନ । ଯୋଶୀମଠରେ ବିପର୍ଯ୍ୟୟ ମଧ୍ୟରେ ମନ୍ଦିରରେ ବିବାହ କଲେ ସ୍ଥାନୀୟ ଯୁବକ । ଅଧିକ ପଢନ୍ତୁ

ଯୋଶୀମଠରେ ବିପର୍ଯ୍ୟୟ ମଧ୍ୟରେ ମନ୍ଦିରରେ ହେଲା ବିବାହ
ଯୋଶୀମଠରେ ବିପର୍ଯ୍ୟୟ ମଧ୍ୟରେ ମନ୍ଦିରରେ ହେଲା ବିବାହ

ଯୋଶୀମଠରେ ବିପର୍ଯ୍ୟୟ ମଧ୍ୟରେ ମନ୍ଦିରରେ ବିବାହ କଲେ ଦମ୍ପତି

ହାଇଦ୍ରାବାଦ: ଉତ୍ତରଖଣ୍ଡର ଭୌଗଳିକ ବିପର୍ଯ୍ୟୟ ପ୍ରଭାବିତ ଯୋଶୀମଠରେ ମନ୍ଦିରରେ ବିବାହ କଲେ ଦମ୍ପତି । ଘରଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁ ଉଭୟ ପରିବାର ନିକଟସ୍ଥ ଏକ ମନ୍ଦିରରେ ନିରାଡାମ୍ବର ଭାବରେ ବିବାହ କାର୍ଯ୍ୟ ସାରିଛନ୍ତି । ବିପର୍ଯ୍ୟୟ ପୂର୍ବରୁ ସ୍ଥାନୀୟ କୁମ୍ବର ପରିବାରରେ ଏହି ବିବାହ ସ୍ଥିରିକୃତ ହୋଇଥିବା ବେଳେ ବିପର୍ଯ୍ୟୟ କାରଣରୁ ସେମାନେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ଫଳରେ ବିବାହ ରୋକିବାକୁ ପଡିଥିଲା । ଆଜି ଉଭୟ କୁମ୍ବର ପରିବାର ଓ ପ୍ରତିପକ୍ଷ କନ୍ୟା ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସ୍ଥାନୀୟ ଗଢୀ ଭବାନୀ ମନ୍ଦିରରେ ଅତି ସାଧାରଣ ଭାବେ ବିବାହ ହୋଇଛି ।

ସୂଚନା ଅନୁସାରେ, ଯୋଶୀମଠ ଅନ୍ତର୍ଗତ ରୋହିତ କୁମ୍ବରଙ୍କ ଘରେ ଏହି ବିବାହ ଆୟୋଜନ କରାଯାଉଥିଲା । ହେଲେ ଭୂସ୍ଖଳନରେ ସେମାନଙ୍କ ଘର ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ରୋହିତ କୁମ୍ବର ଘର ହୋଟେଲ ମାଉଣ୍ଟ ଭ୍ୟୁ ଏବଂ ମଲାରୀ ଇନର ନିକଟରେ ରହିଛି । ଫଳରେ ସେମାନେ ଚଳିତମାସ 3 ତାରିଖରେ ଅନ୍ୟ ପ୍ରଭାବିତ ପରିବାର ସହ ପ୍ରଶାସନ ଦ୍ବାରା ପ୍ରସ୍ତୁତ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର ହୋଇଥିଲେ ।

ପରେ ପୁଣି ବିବାହ ପାଇଁ ସମୟ ସ୍ଥିର କରାଯାଇଥିଲା । ନିକଟସ୍ଥ ମନ୍ଦିରରେ ଏହି ବିବାହ ଉତ୍ସବ ସମାପିତ କରିବା ପାଇଁ ଉଭୟ ବର ଓ କନ୍ୟା ପକ୍ଷ ସହମତ ହୋଇଥିଲେ । ଆଜି ନିକଟସ୍ଥ ଅନ୍ୟ ଏକ ଗ୍ରାମର କନ୍ୟା ମେଘାଙ୍କ ସହ ରୋହିତ କୁମ୍ବରଙ୍କ ବିବାହ ଅତି ନିରାଡମ୍ବର ଭାବେ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details