ଡେରାଡୁନ:ଯୋଶୀମଠ ଭୂସ୍ଖଳନ ପରେ ଏବେ ବଦ୍ରିନାଥ ଧାମକୁ ନେଇ ବଢିଲା ଚିନ୍ତା । ବଦ୍ରିନାଥ ଧାମ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ଏନେଇ ବଢିଛି ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁଙ୍କ ଚିନ୍ତା । ବଦ୍ରିନାଥ ଧାମ ଉପରେ ହଠାତ ବିପଦ ମାଡ଼ି ଆସିବା ସହ ଏହି ଧାର୍ମିକ ପୀଠ କ୍ଷତିଗ୍ରସ୍ତ ହେବ ବୋଲି ୧୦୦ବର୍ଷ ପୂର୍ବରୁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଭବିଷ୍ୟବାଣୀ କରିଥିଲେ । ଶଙ୍କରାଚାର୍ଯ୍ୟଙ୍କ ଏହି ଆଶଙ୍କାକୁ ସ୍ମରଣ କରି ଭୟଭୀତ ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ ।
ସ୍ଥାନୀୟଲୋକଙ୍କ ବିଶ୍ବାସ ଅନୁସାରେ ପାହାଡ଼ିଆ ଅଞ୍ଚଳ ଉତ୍ତରାଖଣ୍ଡକୁ ଦେବାଦେବୀମାନେ ରକ୍ଷା କରୁଛନ୍ତି । ହେଲେ ଯୋଶୀମଠ ଭୂସ୍ଖଳନ ପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଭବିଷ୍ୟବାଣୀ ସମସ୍ତେ ମନେ ପକାଇ ଭୟଭୀତ ହୋଇପଡ଼ିଛନ୍ତି । ବଦ୍ରିନାଥ ଧାମର ପୂଜକମାନେ ଏ ନେଇ ଚିନ୍ତାପ୍ରକଟ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇ ବଦ୍ରିନାଥ ଧାମର ବିଲୋପ ଘଟିବ ବୋଲି ସେମାନେ ଆଶଙ୍କା କରିଛନ୍ତି । ବଦ୍ରିନାଥ ଧାମରେ ପୂଜାର୍ଚ୍ଚନା କରୁଥିବା ପୂଜକ କାଲୁ ମହାରାଜ ଏ ନେଇ କହିଛନ୍ତି, " କେଦାରନାଥ ଧାମରେ ଆସିଥିବା ପ୍ରାକୃତିକ ବିପର୍ଯ୍ୟୟରେ ଭବିଷ୍ୟ ବଦ୍ରିନାଥ ଧାମ କୁହାଯାଉଥିବା ସ୍ଥାନରେ ଦେବାଦେବୀଙ୍କ ମୁଖ ସଦୃଶ ପଥର ଦେଖିବାକୁ ମିଳିଛି । ଭଗବାନ ଏହା ମାଧ୍ୟମରେ ଜଣାଇ ଦେଉ ନାହାଁନ୍ତି ତ ଭବିଷ୍ୟତରେ ମୁଖ୍ୟ ବଦ୍ରିନାଥ ଧାମ କ୍ଷତିଗ୍ରସ୍ତ ହେବ? "