ଗୌହାଟୀ: ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ଦୁର୍ଘଟଣା । ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 89 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୮ ତାରିଖରେ ଗୋଟିଏ ଘରୋଇ ମୋଟର ବୋଟ ୯୨ ଯାତ୍ରୀଙ୍କୁ ନେଇ ମଞ୍ଜୁଲୀରୁ ନିମାତିଘାଟ ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଏକ ବୋଟ ନିମାତିଘାଟରୁ ଫେରୁଥିଲା । ଏହି ସମୟରେ ନଦୀ ମଝିରେ ଦୁଇ ବୋଟ ମୁହାଁମୁହିଁ ଧକ୍କା ହୋଇଥିଲା।
ASSAM BOAT ACCIDENT: ଡଙ୍ଗାବୁଡି ଘଟଣାରେ 3 ମୃତ, 89 ଉଦ୍ଧାର
ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ଦୁର୍ଘଟଣାରେ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 89 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏନେଇ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପକ୍ଷରୁ ସୂଚନା ମିଳିଛି। ଅଧିକ ପଢନ୍ତୁ...
ASSAM BOAT ACCIDENT :3 ମୃତ,89 ଉଦ୍ଧାର
ଫଳରେ ବୋଟ ଦୁଇଟି ବୁଡିଯାଇଥିଲା । ଉଭୟ ଡଙ୍ଗାରେ ମହିଳା, ପୁରୁଷଙ୍କ ସମେତ ଛୋଟ ଛୁଆଙ୍କୁ ମିଶାଇ ୧୨୦ ଜଣ ଯାତ୍ରୀ ରହିଥିଲେ । ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଉଦ୍ଧାର କାର୍ଯ୍ଯରେ ଏନଡିଆରଏଫ ଓ ଏସଡିଆରଏଫ ଦ୍ବାରା ଉଦ୍ଧାର ଅପରେସନକୁ ଜୋରଦାର କରାଯାଇଥିଲା । ଏପରିକି ବାୟୁସେନାର ହେଲିକପ୍ଟର ମଧ୍ଯ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ସେପେଟ, ଏହି ଦୁର୍ଘଟଣାରେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ସେପ୍ଟେମ୍ବର 9ରେ ଆସାମ ମୁଖ୍ୟମନ୍ତ୍ରୀ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।
@ANI