ରୋମ:ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରୋମ ଠାରେ ଇଟାଲୀ ଦ୍ବାରା ଆୟୋଜିତ ଜି -୨୦ ନେତାଙ୍କ ସମ୍ମିଳନୀ ପୂର୍ବରୁ ଦ୍ବିପାକ୍ଷିକ ବୈଠକ କରିଥିଲେ ।
ବୈଠକ ପରେ ଉଭୟ ସରକାର ପକ୍ଷରୁ ଜାରି ଏକ ମିଳିତ ପ୍ରେସ ବିବୃତ୍ତିରେ କୁହାଯାଇଛି କି, ନଭେମ୍ବର ୬, ୨୦୨୦ ରେ ଭାରତ ଏବଂ ଇଟାଲୀ ମଧ୍ୟରେ ଏକ ବର୍ଦ୍ଧିତ ସହଭାଗୀତା (୨୦୨୦ -୨୦୨୪) ପାଇଁ କାର୍ଯ୍ୟ ଯୋଜନା ଗ୍ରହଣ କରାଯାଇଥିଲା । ସେହିଦିନ ଠାରୁ ଦୁଇ ଦେଶ ଦ୍ବିପାକ୍ଷିକ ସଂପର୍କରେ ଉଲ୍ଲେଖନୀୟ ଅଗ୍ରଗତିକୁ ସ୍ବୀକାର କରିଛନ୍ତି । ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ସ୍ବଚ୍ଛ ଶକ୍ତି ରୂପାନ୍ତରଣକୁ ତ୍ବରାନ୍ବିତ କରିବାର କ୍ରସ-କଟିଙ୍ଗ ପ୍ରସଙ୍ଗ, ରୋମରେ ଉଭୟ ଜି -୨୦ ନେତାଙ୍କ ସମ୍ମିଳନୀ ଏବଂ ଗ୍ଲାସଗୋରେ ସିଓପି୨୬ ଅନ୍ତର୍ଭୁକ୍ତ କରିବା ପାଇଁ ସହମତି ପ୍ରକାଶ କରିଥିଲେ ।
ସେହିପରି ୮ ମେ’ ୨୦୨୧ ରେ ପୋର୍ଟୋରେ ଆୟୋଜିତ ହୋଇଥିବା ଭାରତ-ୟୁରୋପୀୟ ସଂଘ ନେତାଙ୍କ ବୈଠକକୁ ମନେ ପକାଇ, ଯେଉଁଠାରେ ୟୁରୋପୀୟ ସଂଘ ଏବଂ ଭାରତ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ହ୍ରାସ ଏବଂ ପ୍ରଦୂଷଣ ଏବଂ ଅକ୍ଷୟଶକ୍ତି ନିୟୋଜନ ତ୍ବରାନ୍ବିତ କରିବା ସହିତ ନବୀକରଣ ଯୋଗ୍ୟ ଶକ୍ତି, ଅଭିନବ ନବୀକରଣ ଯୋଗ୍ୟ ଜ୍ଞାନକୌଶଳର ନିୟୋଜନ ଯେପରିକି ଉପକୂଳ ପବନ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନର ସମ୍ଭାବନାକୁ ବ୍ୟବହାର କରିବା, ଶକ୍ତି ଦକ୍ଷତାକୁ ପ୍ରୋତ୍ସାହିତ କରିବା, ସ୍ମାର୍ଟ ଗ୍ରୀଡ ଓ ମହଜୁଦ ଜ୍ଞାନକୌଶଳର ବିକାଶ କରିବା । ଏହାବାଦ ବିଦ୍ୟୁତ ବଜାର ବ୍ୟବସ୍ଥାର ଆଧୁନିକୀକରଣ କରିବା ଆଦି କ୍ଷେତ୍ରରେ ପରସ୍ପର ସହଯୋଗକୁ ଆହୁରି ଗଭୀର କରିବାକୁ ରାଜିନାମା ହୋଇଥିଲା ।
ଏଥିସହ, ଉଭୟ ପକ୍ଷ ନିଜ ନିଜ ଶକ୍ତି ପ୍ରଣାଳୀରେ ବୃଦ୍ଧି ପାଉଥିବା ଅକ୍ଷୟ ଶକ୍ତିର ବ୍ୟୟବହୁଳ ଏକୀକରଣର ସର୍ବାଧିକ ଗୁରୁତ୍ବ ଉପରେ ସହମତ ହୋଇଥିଲେ । ଏକ ପ୍ରଭାବଶାଳୀ ସ୍ବଚ୍ଛ ରୂପାନ୍ତରଣ ପାଇଁ ଏକ ପ୍ରମୁଖ ସମ୍ପତ୍ତି ଭାବରେ ଯାହା ନିଯୁକ୍ତି ସୃଷ୍ଟି, ଜିଡିପି ଅଭିବୃଦ୍ଧି ସୃଷ୍ଟି କରେ, ଶକ୍ତି ଅଭାବ ଦୂର କରିବା ସମୟରେ ସର୍ବଭାରତୀୟ ଶକ୍ତି ବ୍ୟବହାର କରେ । ଏହି ଦୃଷ୍ଟିକୋଣରୁ, ୨୦୩୦ ସୁଦ୍ଧା ୪୫୦ ଜିଡବ୍ଲ୍ୟୁ ଅକ୍ଷୟ ଶକ୍ତି ନିୟୋଜନ କରିବା ସହିତ ଇଟାଲୀର ତୁରନ୍ତ ଅନୁମୋଦନ ଏବଂ ଆନ୍ତର୍ଜାତୀୟ ସୌର ସଂଘ ସକ୍ରିୟ ସମର୍ଥନ କରିବାକୁ ଭାରତର ସଂକଳ୍ପକୁ ଦୁଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।