ବେଙ୍ଗାଲୁରୁ: 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବଳ ଗୋଟାଇଲେଣି ବିରୋଧୀ । ଲୋକସଭା ନିର୍ବାଚନରେ କେନ୍ଦ୍ରରୁ ବିଜେପିକୁ ବିଦା କରିବାକୁ ସଜବାଜ ଆରମ୍ଭ କରି ଦେଇଛନ୍ତି ବିରୋଧୀ । ଆଜି ବେଙ୍ଗାଲୁରୁରେ କଂଗ୍ରେସ ଆହ୍ବାନରେ ଦୁଇଦିନିଆ ବିରୋଧୀ ଦଳ ବୈଠକ ବସିବ । ପାଟନା ପରେ ବେଙ୍ଗାଲୁରୁରେ ଏହା ଦ୍ବିତୀୟ ବିରୋଧୀ ଦଳ ବୈଠକ । ଏଥିରେ 24 ବିରୋଧୀ ଦଳ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ଦୁଇ ଦିନିଆ ବିରୋଧୀ ଦଳ ବୈଠକରେ ବିରୋଧୀ ମାନସ ମନ୍ଥନ କରିବେ । କେନ୍ଦ୍ରରୁ ବିଜେପିକୁ ଆଉଟ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ । ବୈଠକର ମୁଖ୍ୟ ଲକ୍ଷ୍ୟ ହେଉଛି ବିଜେପି ବିରୋଧରେ ମିଳିତ ଲଢେଇ କରିବା । ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି ତେଣୁ ସମସ୍ତଙ୍କ ନଜର ରହିଛି ।
24 ବିରୋଧୀ ଦଳ ନେତା ଏହି ଦୁଇ ଦିନିଆ ବିରୋଧୀ ଦଳ ବୈଠରେ ସାମିଲ ହେବାର ସମ୍ଭାବନା ରହିଛି । ଦେଶରେ କିଭଳି ବିଜେପିର ବିଜୟ ରଥ ଅଟକାଇ ହେବ, କଣ ରଣନୀତି କଲେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିହେବ ସେନେଇ ବିରୋଧୀ ଏକାଠି ହେବେ । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବୈଠକର ପ୍ରସ୍ତୁତି ତଦାରଖ କରିଛନ୍ତି । ସମସ୍ତ ବିରୋଧୀ ଦଳ ନେତାଙ୍କ ରହିବା ବ୍ୟବସ୍ଥା ପଞ୍ଚ ତାରକା ହୋଟେଲରେ କରାଯାଇଛି । ପୂର୍ବାହ୍ନ 11ଟାରେ କଂଗ୍ରେସ ସାଧାରଣ ସମ୍ପାଦକ କମ୍ୟୁନିକେସନ ଇନଚାର୍ଜ ଜୟୀରାମ ରମେଶ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ ସାମ୍ବାଦିକ ସମ୍ମିଳନୀ କରିବେ । ଅପରାହ୍ନରେ ବୈଠକ ଆରମ୍ଭ ହେବ । ବିରୋଧୀ ଦଳ ମୁଖ୍ୟ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ରାହୁଲ ଗାନ୍ଧୀ ଓ ଆମ ଆଦମୀ ପାର୍ଟି ବୈଠକରେ ସାମିଲ ହେବେ ।
ଏହା ବି ପଢନ୍ତ...ମହାରାଷ୍ଟ୍ର ମହାଡ୍ରାମା; ମିଳିତ ବିରୋଧୀ କ୍ୟାମ୍ପରେ କମ୍ପନ, ବେଙ୍ଗାଲୁରୁ ଏକତା ବୈଠକ ସ୍ଥଗିତ