ଓଡିଶା

odisha

ETV Bharat / bharat

ଛତିଶଗଡ଼ ଗସ୍ତରେ ଦ୍ରୌପଦୀ ମୁର୍ମୁ, ଯୋଗୀ କଂଗ୍ରେସର ସମର୍ଥନ ଘୋଷଣା - ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଯୋଗୀ କଂଗ୍ରେସ

ଛତିଶଗଡ଼କୁ ଗସ୍ତ କରି NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ । ଯୋଗୀ କଂଗ୍ରେସ ସହ ରାଜ୍ୟ ବିଏସପି ମଧ୍ୟ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିବା ଲାଗି ଘୋଷଣା କରିଛି । ଅଧିକ ପଢନ୍ତୁ

ଛତିଶଗଡ଼ ଗସ୍ତରେ ଦ୍ରୌପଦୀ ମୁର୍ମୁ, ଯୋଗୀ କଂଗ୍ରେସ ସହ ରାଜ୍ୟ BSP କଲା ସମର୍ଥନ
ଛତିଶଗଡ଼ ଗସ୍ତରେ ଦ୍ରୌପଦୀ ମୁର୍ମୁ, ଯୋଗୀ କଂଗ୍ରେସ ସହ ରାଜ୍ୟ BSP କଲା ସମର୍ଥନ

By

Published : Jul 15, 2022, 7:43 PM IST

ରାୟପୁର: ଛତିଶଗଡ଼ ଗସ୍ତରେ ଅଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ (NDA presidential candidate Draupadi Murmu) । ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ଦ୍ରୌପଦୀଙ୍କୁ ( Draupadi Murmu visits Chhattisgarh) ପାରମ୍ପରିକ ବାଦ୍ୟନୃତ୍ୟ ସହିତ ଭବ୍ୟ ସ୍ବାଗତ କରାଯାଇଛି । ଏହି ଅବସରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂ (Jogi Congress and BSP support Draupadi Murmu) ମଧ୍ୟ ଦ୍ରୋପଦୀଙ୍କୁ ସମର୍ଥନ କରିବା ପାଇଁ ଘୋଷଣା କରିଛନ୍ତି ।

ରାଣୀ ଦୁର୍ଗାବତୀଙ୍କୁ ଦ୍ରୋପଦୀଙ୍କ ଶ୍ରଦ୍ଧାଞ୍ଜଳି

ଦ୍ରୌପଦୀଙ୍କୁ ସ୍ବାଗତ କରିବା ପାଇଁ ପୂର୍ବତନ ସିଏମ ରମଣ ସିଂ, ରାଜ୍ୟ ସଭାପତି ବିଷ୍ଣୁଦେବ ସାଇ, ବିରୋଧୀ ଦଳର ନେତା ଧରମଲାଲ କୌଶିକ, ପୂର୍ବତନ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲଙ୍କ ସମେତ ଶତାଧିକ ବିଜେପି କର୍ମୀ ରାୟପୁର ବିମାନବନ୍ଦରରେ ପହଞ୍ଚି ସେମାନଙ୍କୁ ସ୍ବାଗତ କରିଥିଲେ। ବିମାନବନ୍ଦରରୁ ମୁର୍ମୁ ସିଧାସଳଖ କେନାଲ ରୋଡରେ ପହଞ୍ଚି ରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ମୁର୍ମୁ ଘରୋଇ ହୋଟେଲରେ ପହଞ୍ଚିଥିଲେ, ଯେଉଁଠାରେ ସେ ବିଜେପି ବିଧାୟକ ଏବଂ ସାଂସଦମାନଙ୍କ ସହ ସାକ୍ଷାତ କରି ଭୋଟ୍ ପାଇଁ ସମର୍ଥନ ଲୋଡିଥିଲେ । ଦ୍ରୌପଦୀ ଏକ ଘରୋଇ ହୋଟେଲରୁ ମୁର୍ମୁ ବିମାନବନ୍ଦରକୁ ଯାଇଥିଲେ । ସେଠାରୁ ସେ ଭୋପାଳକୁ ଗସ୍ତ କରିଛନ୍ତି ।

ମୁର୍ମୁଙ୍କ ସମର୍ଥନରେ ଯୋଗୀ କଂଗ୍ରେସ

ଜେସିସିଜେ (ଯୋଗୀ କଂଗ୍ରେସ) NDAର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ କରିବବୋଲି ଘୋଷଣା କରିଛି । ଯୋଗୀ କଂଗ୍ରେସର ଜାତୀୟ ସଭାପତି ରେଣୁ ଯୋଗୀ ଏବଂ ଯୋଗୀ କଂଗ୍ରେସ ରାଜ୍ୟ ସଭାପତି ଅମିତ ଯୋଗୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଯୋଗୀ କଂଗ୍ରେସ ରାଜ୍ୟ ସଭାପତି ଅମିତ ଯୋଗୀ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି ଯେ "କଂଗ୍ରେସ 60 ବର୍ଷରୁ ଅଧିକ ସମୟ ଶାସନ କରିଥିଲା । କିନ୍ତୁ ଆଦିବାସୀଙ୍କୁ ସେମାନଙ୍କର ଅଧିକାର କେବେ ଦେଇନଥିଲା ।

ଛତିଶଗଡ଼ ଗସ୍ତରେ ଦ୍ରୌପଦୀ ମୁର୍ମୁ, ଯୋଗୀ କଂଗ୍ରେସ ସହ ରାଜ୍ୟ BSP କଲା ସମର୍ଥନ

ବର୍ତ୍ତମାନ ଯେତେବେଳେ ଆଦିବାସୀ ସମ୍ପ୍ରଦାୟର ଜଣେ ମହିଳା ଦେଶର ରାଷ୍ଟ୍ରପତିଙ୍କ ପାଇଁ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି, ସେତେବେଳେ କଂଗ୍ରେସ ବିଧାୟକ ଏବଂ ସାଂସଦମାନଙ୍କୁ ଆଗକୁ ଆସି ସମର୍ଥନ କରିବାକୁ ପଡିବ । ଅମିତ ଯୋଗୀ କହିଛନ୍ତି ଯେ, "ଯୋଗୀ କଂଗ୍ରେସ କର୍ମୀମାନେ କଂଗ୍ରେସ ବିଧାୟକ ଏବଂ ସାଂସଦଙ୍କ ଘରକୁ ଯିବେ ଏବଂ ଦ୍ରୌପଦୀ ମୁର୍ମୁ ଜିତିବା ପାଇଁ ସେମାନଙ୍କୁ ନିବେଦନ କରିବେ।"

ଦ୍ରୌପଦୀଙ୍କୁ ସମର୍ଥନ ଲାଗି ରାଜ୍ୟ BSPର ଘୋଷଣା

ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟ BSP ମଧ୍ୟ ସମର୍ଥନ କରିବା ଲାଗି ଆଗେଇ ଆସିଛି । ବହୁଜନ ସମାଜ ପାର୍ଟିର ବିଧାୟକ କେଶବଚନ୍ଦ୍ର କହିଛନ୍ତି, "ଦ୍ରୌପଦୀ ମୁର୍ମୁ ହେଉଛନ୍ତି ରାଷ୍ଟ୍ରପତିଙ୍କ ପାଇଁ ପ୍ରଥମ ପ୍ରାର୍ଥିନୀ ଯିଏ ଜଣେ ଆଦିବାସୀ ସମ୍ପ୍ରଦାୟର । ଯଦି ଆମେ ଦ୍ରୌପଦୀ ମୁର୍ମୁଙ୍କ ଇତିହାସକୁ ଦେଖିବା ତେବେ ସେ ଏକ ସାଧାରଣ ଗ୍ରାମବାସୀ । ଆମର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀ ତାଙ୍କୁ ସମର୍ଥନ କରିଥିଲେ ଏବଂ ​​ତାଙ୍କୁ ସମର୍ଥନ କରିବା ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଆଜି ଏହିକ୍ରମରେ ଯେତେବେଳେ ମୁର୍ମୁ ଛତିଶଗଡକୁ ସମର୍ଥନ ମାଗିଛନ୍ତି, ଆମେ ତାଙ୍କୁ ଆଶ୍ବାସନା ଦେଇଥିଲୁ ଯେ ଛତିଶଗଡରୁ ସେ ସମର୍ଥନ ପାଇବେ ।"

ABOUT THE AUTHOR

...view details