ଜୟପୁର:ରାଜସ୍ଥାନ ଯୋଧପୁର ସହରରେ ଅବସ୍ଥିତ CRPF ତାଲିମ କେନ୍ଦ୍ରରେ ଜଣେ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା ଘଟଣା । ଘଟଣାର ତଦନ୍ତ ଜାରି ରହିଥିବା ବେଳେ 24 ଡିସେମ୍ବର 2021ରେ ଆତ୍ମହତ୍ୟା କରିଥିବା CRPF ଯବାନ ବିକାଶ କୁମାର ପତ୍ନୀଙ୍କ ପ୍ରତିକ୍ରିୟା ଘଟଣାର ଏକ ଭିନ୍ନ ମୋଡ଼ ନେଇଛି ।
ଯୋଧପୁର CRPF ତାଲିମ କେନ୍ଦ୍ରରେ ଗତ ତିନି ବର୍ଷରେ ତିନି ଜଣ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ନରେଶଙ୍କ ପୂର୍ବରୁ ଦୁଇ ଜଣ ଯବାନ ମଧ୍ୟ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଥିଲେ। ଯାହାକୁ ନେଇ ମୁହଁ ଖୋଲିଛନ୍ତି ମୃତ ଯବାନ ବିକାଶ କୁମାରଙ୍କ ପତ୍ନୀ । ସବିତା କହିଛନ୍ତି, "ଆସିଷ୍ଟାଣ୍ଟ କମାଣ୍ଡର ସଞ୍ଜୟ ଏବଂ ଡିଜିଙ୍କ କାରଣରୁ ମୋ ସ୍ବାମୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ବିକାଶଙ୍କ ମୃତ୍ୟୁ ଦିନ ତିନିଦିନ ଛୁଟି ମଞ୍ଜୁର ହୋଇଥିଲା । ତେଣୁ ସେ ଘରକୁ ଆସିବାର ଥିଲା। ଏହି ସମୟରେ ତାଙ୍କୁ ସକାଳେ ପରିବା ଆଣିବାକୁ ଦାୟିତ୍ବ ଦିଆଯାଇଥିଲା । ପରିବା ଆଣି ଘରକୁ ବାହାରୁଥିଲେ। ଏହାପରେ ଅମୃତଭଣ୍ଡା ଖରାପ ଆଣିଥିବା କହି ଆସିଷ୍ଟାଣ୍ଟ କମାଣ୍ଡର ସଞ୍ଜୟ ତାଙ୍କୁ ଗାଳିଗୁଲଜ କରିଥିଲେ । ଏଥିସହ ଡିଆଇଜି ମଧ୍ୟ ଗାଳି କରିଥିଲେ । ଯାହା ବିକାଶଙ୍କୁ ମାନସିକ ଭାବେ ଗଭୀର ଆଘାତ ଦେଇଥିଲା । ସେ ଘରକୁ ଆସିବା ପରିବର୍ତ୍ତେ ଅଫିସ ରୁମରେ ଯାଇ ଆତ୍ମହତ୍ୟା କରିଥିଲେ" ବୋଲି ବିକାଶଙ୍କ ପତ୍ନୀ ଗଣମାଧ୍ୟମ ଆଗରେ କହିଛନ୍ତି ।