ଓଡିଶା

odisha

ଆମକୁ ଭୋଟ ଦିଅ, ନଯୁକ୍ତି ଦେବୁ ନହେଲେ ଭତ୍ତା ଦେବୁ: କେଜ୍ରିୱାଲ୍‌

ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଆପ୍‌ ମୁଖ୍ୟ ଆଜି ଗୁଜୁରାଟରେ ଏକ ବମ୍ପର ଅଫର ଘୋଷଣା କରିଛନ୍ତି । ଆଗାମୀ ଅକ୍ଟୋବର ମାସରେ ଗୁଜୁରାଟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ

By

Published : Aug 1, 2022, 8:49 PM IST

Published : Aug 1, 2022, 8:49 PM IST

ଆମକୁ ଭୋଟ ଦିଅ, ନଯୁକ୍ତି ଦେବୁ ନହେଲେ ଭତ୍ତା ଦେବୁ: କେଜ୍ରିୱାଲ୍‌
ଆମକୁ ଭୋଟ ଦିଅ, ନଯୁକ୍ତି ଦେବୁ ନହେଲେ ଭତ୍ତା ଦେବୁ: କେଜ୍ରିୱାଲ୍‌

ଗାନ୍ଧୀନଗର:ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଆପ୍‌ ମୁଖ୍ୟ ଆଜି ଗୁଜୁରାଟରେ ଏକ ବମ୍ପର ଅଫର ଘୋଷଣା କରିଛନ୍ତି । ଆଗାମୀ ଅକ୍ଟୋବର ମାସରେ ଗୁଜୁରାଟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ କେଜ୍ରିୱାଲ ବର୍ତ୍ତମାନଠାରୁ ଘନଘନ ଗସ୍ତ କରିବା ଆରମ୍ଭ କରିଛନ୍ତି । ଏହି କ୍ରମରେ ସୋମବାର ସୋମନାଥ ଗସ୍ତ କରିଥିଲେ ଆପ୍‌ ମୁଖ୍ୟ ।

ଏହି ଅବସରରେ ସେ ଗୁଜୁରାଟରେ ପ୍ରତ୍ୟେକଙ୍କୁ ନିଯୁକ୍ତି ଦେବା ନେଇ ଗାରେଣ୍ଟି ଦେଇଛନ୍ତି । ଗୁଜୁରାଟରେ କେହି ବେକାରୀ ରହିବେ ନାହିଁ । ଯେଉଁମାନଙ୍କୁ ନିଯୁକ୍ତି ନମିଳିବ ତାଙ୍କୁ ୩ ହଜାର ଟଙ୍କା ମାସିକ ଭତ୍ତା ଦେବାକୁ ଘୋଷଣା କରିଛନ୍ତି କେଜ୍ରିୱାଲ୍‌ ।

ସୋମନାଥ ଗସ୍ତ ବେଳେ ଏକ ସଭାକୁ ସମ୍ବୋଧନ କରି କେଜ୍ରିୱାଲ୍‌ କହିଛନ୍ତି ଯେ, "ମୁଁ ଗୁଜୁରାଟ ବାସିନ୍ଦାଙ୍କ ପାଇଁ ନିଯୁକ୍ତି ଗାରେଣ୍ଟି ଦେଉଛି । ରାଜ୍ୟରେ ପ୍ରତ୍ୟେକଙ୍କୁ ନିଯୁକ୍ତି ଦିଆଯିବ । ଯେଉଁମାନଙ୍କୁ ନିଯୁକ୍ତି ମିଳିବ ନାହିଁ ସେମାନଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା ଦିଆଯିବ ।"

ABOUT THE AUTHOR

...view details