ଓଡିଶା

odisha

ETV Bharat / bharat

JNUରେ ଧାରଣା ଓ ପ୍ରତିବାଦ ସଭା କରିପାରିବେନି ଛାତ୍ରଛାତ୍ରୀ ! ଆସିଲା କଡା ନିୟମାବଳି

JNU କ୍ୟାମ୍ପସରେ ଧାରଣା ଓ ପ୍ରତିବାଦ ସଭା ସହ 28 କାର୍ଯ୍ୟକଳାପ ଉପରେ ଲାଗିଲା ରୋକ (JNU issues rules for conduct on campus )। ଉଲ୍ଲଙ୍ଘନ କଲେ ଜରିମାନା ସହ ବରଖାସ୍ତ ହୋଇପାରନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

JNU ରେ ଧାରଣା ଦେଲେ 20 ହଜାର, ଜାତୀୟତାବାଦୀ ବିରୋଧୀ ମନ୍ତବ୍ୟ ପାଇଁ 10 ହଜାର ଜରିମାନା
JNU ରେ ଧାରଣା ଦେଲେ 20 ହଜାର, ଜାତୀୟତାବାଦୀ ବିରୋଧୀ ମନ୍ତବ୍ୟ ପାଇଁ 10 ହଜାର ଜରିମାନା

By ETV Bharat Odisha Team

Published : Dec 11, 2023, 8:28 PM IST

ନୂଆଦିଲ୍ଲୀ:ଛାତ୍ର ରାଜନୀତିର ପେଣ୍ଠସ୍ଥଳୀ କୁହାଯାଉଥିବା ରାଜଧାନୀ ଦିଲ୍ଲୀର ପ୍ରତିଷ୍ଠିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (JNU)ରେ ଛାତ୍ରଛାତ୍ରୀଙ୍କ କାର୍ଯ୍ୟକଳାପ ଉପରେ ଲାଗିବ ରୋକ । କ୍ୟାମ୍ପସରେ କୌଣସି ପ୍ରସଙ୍ଗରେ ପ୍ରତିବାଦ ସଭାସମତି, ଧାରଣା, ଆନ୍ଦେଳନ ପାଇଁ ନିର୍ଦ୍ଦେଶାବଳି ଜାରି କରିଛି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । କ୍ୟାମ୍ପସରେ ଧାରଣା ଦେଲେ 20 ହଜାର ଓ ଜାତୀୟତା ବିରୋଧୀ ମନ୍ତବ୍ୟ ପାଇଁ 10 ହଜାର ଜରିମାନା କାର୍ଯ୍ୟକାରୀ କରାଯାଇଛି । କୌଣସି ଛାତ୍ର ସଂଗଠନ କିମ୍ବା ଛାତ୍ରଛାତ୍ରୀ ଏହାକୁ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ପରିଧିକୁ ଆସିବା ନେଇ କ୍ୟାମ୍ପସ କର୍ତ୍ତୃପକ୍ଷ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ।

ନଭେମ୍ବର 24 ରେ କ୍ୟାମ୍ପସ ଶୃଙ୍ଖଳା କମିଟି ସୁପାରିଶ କରିଥିବା ପ୍ରସ୍ତାବ ଆଧାରରେ ଏହି ନିୟମାବଳି ପ୍ରସ୍ତୁତ କରାଯାଇଛି । କେବଳ ଧାରଣା କିମ୍ବା ପ୍ରତିବାଦ ସଭା ନୁହେଁ ବରଂ 28 ପ୍ରକାର କାର୍ଯ୍ୟକଳାପକୁ ଏହି ନିୟମାବଳିରେ ନିଷେଧ ଶ୍ରେଣୀଭୁକ୍ତ ଘୋଷଣା କରାଯାଇଛି । କ୍ୟାମ୍ପସରେ ଶୃଙ୍ଖଳା ନଷ୍ଟ ହେବା ପରି କାର୍ଯ୍ୟକଳାପକୁ ବ୍ୟାନ କରାଯାଇଛି । କ୍ୟାମ୍ପସରେ ଜୁଆ କିମ୍ବା ବେଟିଂ ଖେଳିବା, ପ୍ରବେଶ ପଥ କିମ୍ବା କୌଣସି ବ୍ଲକ ଓ ବିଭାଗକୁ ଅବରୋଧ କରିବା, ହଷ୍ଟେଲ ରୁମକୁ ଅନଧିକୃତ ଦଖଲ କରିବା, ପ୍ରତିବାଦ କିମ୍ବା ଆମରଣ ଅନଶନ ଆଦି କାର୍ଯ୍ୟକଳାପକୁ ନିଷେଧ ଶ୍ରେଣୀଭୁକ୍ତ କରାଯାଇଛି । କେହି ଛାତ୍ରଛାତ୍ରୀ ଏହି ନିୟମାବଳିକୁ ଇଲ୍ଲଙ୍ଘନ କରି 5 ଥର କାର୍ଯ୍ୟାନୁଷ୍ଠାନ ଶିକାର ହେଲେ ତାଙ୍କ କ୍ୟାମ୍ପସରୁ ବରଖାସ୍ତ ମଧ୍ୟ କରାଯାଇପାରେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ ।

ଏହା ମଧ୍ୟ ପଢନ୍ତୁ :- ଇସ୍ତଫା ଦେଲେ ଶିବରାଜ, ରାଜ୍ୟପାଳଙ୍କୁ ଭେଟିଲେ ମୋହନ: ଖୁବଶିଘ୍ର ଶପଥ ଗ୍ରହଣ କାର୍ଯ୍ୟସୂଚୀ

2019 ନିର୍ବାଚନ ପୂର୍ବରୁ ଦେଶ ଓ ବିଦେଶରେ ବେଶ ଚର୍ଚ୍ଚାକୁ ଆସିଥିଲା ଜେଏନୟୁ । ଏପରିକି ଏହି କ୍ୟାମ୍ପସରେ ସେତେବେଳେ ଛାତ୍ର ସଂସଦ ବାମପନ୍ଥୀ ଛାତ୍ର ସଂଗଠନର ଦଖଲରେ ଥିଲା । ତତ୍କାଳୀନ ଛାତ୍ର ସଂସଦ ଅଧ୍ୟକ୍ଷ କହ୍ନେୟା କୁମାରଙ୍କ ଦ୍ବାରା ଆୟୋଜିତ ସଭାରେ ରାଷ୍ଟ୍ର ବିରୋଧୀ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସେତେବେଳେ ଜାତୀୟ ରାଜନୀତିକୁ ପ୍ରଭାବିତ କରିବା ସହ ଗଣମାଧ୍ୟମରେ ମଧ୍ଯ ଚର୍ଚ୍ଚାର କେନ୍ଦ୍ରରେ ରହିଥିଲା । କହ୍ନେୟା କୁମାରଙ୍କ ସମେତ ଅନ୍ୟ କିଛି ଛାତ୍ର ନେତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ କରିବା ସହ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ତେବେ ଏହା ପରବର୍ତ୍ତୀ ସମୟରେ ନିର୍ବାଚନ ହେଉ କି ଛାତ୍ର ଆନ୍ଦୋଳନ ସବୁବେଳେ ଚର୍ଚ୍ଚାରେ ରହିଆସିଛି ଦେଶର ଏହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ । ଆଜି କ୍ୟାମ୍ପସରେ ଶୃଙ୍ଖଳା ଆଣିବା ପାଇଁ କର୍ତ୍ତୃପକ୍ଷ ଏକାଧିକ ସର୍ତ୍ତାବଳି ସହ ‘ଷ୍ଟୁଡେଣ୍ଟ କଣ୍ଡକ୍ଟ’ ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details