ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(JNU)ର ପ୍ରଥମ ମହିଳା କୁଳପତି ନିଯୁକ୍ତ । JNUର ପ୍ରଥମ ମହିଳା କୁଳପତି ଭାବେ ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ(Santishree Dhulipudi Pandit)ଙ୍କୁ ନିଯୁକ୍ତି ମିଳିଛି । ସେ ପୂର୍ବତନ କୁଳପତି ଏମ୍ ଜଗଦୀଶ କୁମାରଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି । ଆଗାମୀ ୫ ବର୍ଷ ଯାଏଁ ପ୍ରଫେସର ପଣ୍ଡିତ ଦାୟିତ୍ବରେ ରହିବେ । ସେ ଆଗରୁ ମହାରାଷ୍ଟ୍ରର ସାବିତ୍ରୀ ଫୁଲେ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରୁଥିଲେ ।
୫୯ ବର୍ଷୀୟ ପ୍ରଫେସର ପଣ୍ଡିତ JNUର ଆଲୁମିନି ସଦସ୍ୟ ଅଟନ୍ତି । ସେ ଏଠାରେ ଏମ୍ଫିଲ ସହ ଆନ୍ତର୍ଜାତିକ ସମ୍ପର୍କ ଉପରେ ପିଏଚଡି କରିଛନ୍ତି । ବିଶ୍ବବିଦ୍ୟାଳୟର ପରିଦର୍ଶକ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧୁଲିପୁଡି ପଣ୍ଡିତଙ୍କୁ ଜେଏନୟୁର କୁଳପତି ଭାବେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ପ୍ରଫେସର ପଣ୍ଡିତ ଋଷିଆର ପିଟର୍ସବର୍ଗରେ ଜନ୍ମ ଗ୍ରହଣ କରିଛନ୍ତି ।