ଓଡିଶା

odisha

ETV Bharat / bharat

JNU Student Clash: ହିଂସାକାରୀଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚେତାବନୀ, ପ୍ରଦର୍ଶନ ବେଳେ ଅଟକ ରହିଲେ AISA ସଦସ୍ୟ - ଜବାହାର ଲାଲ ନେହେରୁ ବିଶ୍ବବିଶ୍ବବିଦ୍ୟାଳୟ ଘଟଣା

JNUରେ ଦୁଇ ଛାତ୍ର ଗୋଷ୍ଠୀ ସଂଘର୍ଷ ପରେ ଆଜି ବି ଲାଗି ରହିଛି ଚାପା ଉତ୍ତେଜନା । କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରଦର୍ଶନ ବେଳେ AISA ସଦସ୍ୟଙ୍କୁ ଅଟକ ରଖିଲା ପୋଲିସ । ହିଂସାକାରୀ ଛାତ୍ରଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚେତାବନୀ । ଅଧିକ ପଢନ୍ତୁ

JNU student class: ହିଂସାକାରୀଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଚେତବନୀ, ପ୍ରଦର୍ଶନ ବେଳେ ଅଟକ ରହିଲେ AISA ସଦସ୍ୟ
JNU student class: ହିଂସାକାରୀଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଚେତବନୀ, ପ୍ରଦର୍ଶନ ବେଳେ ଅଟକ ରହିଲେ AISA ସଦସ୍ୟ

By

Published : Apr 11, 2022, 4:35 PM IST

ନୂଆଦିଲ୍ଲୀ:ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷର ଗୋଟିଏ ଦିନ ପରେ ଆକ୍ସନ ମୋଡକୁ ଆସିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ହିଂସା ସୃଷ୍ଟିକାରୀ ତଥା କ୍ୟାମ୍ପସ ପରିସରରେ ସଦଭାବନା ନଷ୍ଟ କରୁଥିବା ଯେକୌଣସି ଛାତ୍ର ଓ ଗୋଷ୍ଠୀଙ୍କୁ ବରଦାସ୍ତ କରାଯିବ ନାହିଁ ଓ ଶୂନ୍ୟ ସହିଷ୍ଣୁତା ନୀତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କଡା ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଗତକାଲି ସନ୍ଧ୍ୟାର ଘଟଣା ପରେ କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରଦର୍ଶନ କରୁଥିବା All India Students Association (AISA) ଛାତ୍ରଙ୍କୁ ଅଟକ ରଖିଛି ପୋଲିସ । ଆଜି ସର୍ଦ୍ଦାର ବଲ୍ଲଭ ପଟେଲ ହଲ ସାମ୍ନାରେ ପ୍ରଦର୍ଶନ କରିଥିଲେ AISA ସଦସ୍ୟ ଛାତ୍ରଛାତ୍ରୀ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କୁୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଘଟିଥିବା ଛାତ୍ର ସଂଘର୍ଷରେ ଉଭୟ ଗୋଷ୍ଠୀର ଏକାଧିକ ଛାତ୍ରାଛାତ୍ରୀ ଆହତ ହୋଇଥିଲେ।

ସୂଚନା ଅନୁସାରେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଛାତ୍ରମାନେ କ୍ୟାମ୍ପସର ଏକ ହଷ୍ଟେଲରେ ଆମିଷ ଖାଦ୍ୟ ପରିବେଷଣକୁ ବିରୋଧ କରିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ସଂଘର୍ଷରେ ଉଭୟ ପକ୍ଷରୁ ପ୍ରାୟ 16ଜଣ ଛାତ୍ରଛାତ୍ରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଆଜି ମଧ୍ୟ ଘଟଣାକୁ ନେଇ କ୍ଯାମ୍ପସ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ମୂତୟନ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details