ଓଡିଶା

odisha

ETV Bharat / bharat

ଲସ୍କର ଆତଙ୍କୀଠାରୁ ପରଫ୍ୟୁମ୍ ବୋମା ଜବତ, କାଶ୍ମୀର ଟୁଇନ ବିସ୍ଫୋରଣରେ ହୋଇଥିଲା ବ୍ୟବହୃତ - ପରଫ୍ୟୁମ୍‌ ଆଇଡି ଉଦ୍ଧାର

ଗିରଫ ଲସ୍କର-ଏ-ତୋଇବା ଆତଙ୍କୀଠାରୁ ପରଫ୍ୟୁମ୍‌ ଆଇଡି ଉଦ୍ଧାର କଲା ପୋଲିସ । 21 ତାରିଖରେ ଟୁଇନ୍‌ ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ଏହି ପ୍ରକାରର ଦୁଇଟି ବୋମା । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଗିରଫ ଲସ୍କର ଆତଙ୍କୀ ଠାରୁ ଉଦ୍ଧାର ହେଲା ପରଫ୍ୟୁମ୍ ବୋମା, କାଶ୍ମୀର ଟୁଇନ ବିସ୍ଫୋରଣରେ ହୋଇଥିଲା ବ୍ୟବହୃତ
ଗିରଫ ଲସ୍କର ଆତଙ୍କୀ ଠାରୁ ଉଦ୍ଧାର ହେଲା ପରଫ୍ୟୁମ୍ ବୋମା, କାଶ୍ମୀର ଟୁଇନ ବିସ୍ଫୋରଣରେ ହୋଇଥିଲା ବ୍ୟବହୃତ

By

Published : Feb 2, 2023, 7:07 PM IST

ହାଇଦ୍ରାବାଦ:ଡିସେମ୍ବର 21 ତାରିଖରେ କାଶ୍ମୀର ମାରଓ୍ବାଲ ଏରିଆରେ ହୋଇଥିବା ଟୁଇନ୍‌ ବିସ୍ଫୋରଣରେ ବ୍ୟବହାର ହୋଇଥିଲା ପରଫ୍ୟୁମ୍‌ ବୋମା । ଉକ୍ତ ବିସ୍ଫୋରଣ ପାଇଁ ଏପରି ଅଭିନବ ଉପାୟରେ ବିସ୍ଫୋରକ ବ୍ୟବହାର କରିଥିଲା ଆତଙ୍କୀ । ବିସ୍ଫୋରଣରେ ସମ୍ପୃକ୍ତ ଲସ୍କର-ଏ-ତୋଇବାର ଜଣେ ଗିରଫ ଆତଙ୍କୀଠାରୁ ଏକ ପରଫ୍ୟୁମ ବିସ୍ଫୋରକ ଜବତ କରିବା ପରେ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ଦେଶର ପ୍ରଥମ ପରଫ୍ୟୁମ୍‌ ବୋମା ବୋଲି କୁହାଯାଉଛି । ସମ୍ପୃକ୍ତ ଆତଙ୍କୀ ଜାନୁଆରୀ 21ରେ ହୋଇଥିବା ଟୁଇନ ବୋମା ବିସ୍ଫୋରଣ ମାମଲାରେ ଗିରଫ ହୋଇଛି ।

ଜମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଏକ ପ୍ରେସମିଟ୍‌ରେ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, "ଏହି ଟୁଇନ ବିସ୍ଫୋରଣ ମାମଲାରେ ଆରିଫ ନାମକ ଜଣେ ସନ୍ଦିଗ୍ଧ ଏଲଇଟି ଆତଙ୍କୀକୁ ଗିରଫ କରାଯାଇଥିଲା । ତାକୁ ଜେରା ବେଳେ ତା ନିକଟରେ ଥିବା ଏକ ପରଫ୍ୟୁମ୍‌ ଆକାରର ଆଇଡି ଉଦ୍ଧାର ହୋଇଛି । ଜବତ ସାମଗ୍ରୀଟି ଆକାରରେ ଅବିକଳ ଏକ ପରଫ୍ୟୁମ ବୋତଲ ପରି ହୋଇଥିଲେ ସୁଦ୍ଧା ଏହା ଏକ ଆଇଡି ହୋଇଥିବା ଯାଞ୍ଚରୁ ସ୍ପଷ୍ଟ ହୋଇଛି । ପୋଲିସ ଡିଜି ସିଂ କହିଛନ୍ତି କାଶ୍ମୀରରେ ପୋଲିସ ଓ ସୁରକ୍ଷାବଳ ଅପରେସନ ଇତିହାସରେ ଏପରି ବିରଳ ବିସ୍ଫୋରକ ଜବତ କରାଯାଇନଥିଲା । ଏପରି ଅଭିନବ ବିସ୍ଫୋରକ ଜବତ ହେବା ଘଟଣା ଦେଶରେ ପ୍ରଥମ । ସନ୍ଦେହରୁ ବର୍ତ୍ତିବା ସହ କୌଣସି ସ୍ଥାନକୁ ଏହାକୁ ସହଜରେ ନେଇ ପାରିବା ଉଦ୍ଦେଶ୍ୟରେ ଆତଙ୍କୀ ଗୋଷ୍ଠୀ ଏହାକୁ ପ୍ରସ୍ତୁତ କରିଛନ୍ତି ।"

ତେବେ ଏହାକୁ ପରଫ୍ୟୁମ୍‌ ଭାବି ବ୍ୟବହାର କରିବା ଉଦ୍ଦେଶ୍ୟରେ ପ୍ରେସ କରିବା ମାତ୍ରେ କିମ୍ବା ଚାପ ପଡିବା ପରେ ଏହା ବିସ୍ଫୋରଣ ହୋଇଥାଏ । ଗିରଫ ଆତଙ୍କୀ ଗତବର୍ଷ ଡେସେମ୍ବର ମାସରେ ଏହି ପ୍ରକାରର 3ଟି ବିସ୍ଫୋରକ ଆଣିଥିଲା । ସେଥିମଧ୍ୟରୁ ମାରଓ୍ବାଲ ଏରିଆରେ ହୋଇଥିବା ଦୁଇ ସିରିଜ ବିସ୍ଫୋରଣରେ ଦୁଇଟି ଆଇଡି ବ୍ୟବହାର କରିଥିବା ବେଳେ ଅବଶିଷ୍ଟ ଗୋଟିଏକୁ ନିଜ ନିକଟରେ ରଖିଥିଲା, ଯାହାକୁ ପୋଲିସ ଓ ସୁରକ୍ଷା ବଳ ତା ନିକଟରୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

21 ତାରିଖ ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇ ପୋଲିସ ଡିଜି କହିଛନ୍ତି, "ଜାନୁଆରୀ 20ରେ ଏହି ଆଇଡି ଖଞ୍ଜା ଯାଇଥିଲା । 21 ତାରିଖ ମଧ୍ୟାହ୍ନରେ ମାତ୍ର 20 ମିନିଟ୍‌ ବ୍ୟବଧାନରେ ଦୁଇଟି ସିରିଜ୍‌ ବିସ୍ଫୋରଣ ଘଟିଥିଲା । ଏଥିରେ ମୋଟ 9 ଜଣ ଆହତ ହୋଇଥିଲେ । ଏହି ବିସ୍ଫୋରଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ତଦନ୍ତ କରି ଲସ୍କର ଆତଙ୍କୀ ରସିଦକୁ ଗିରଫ କରିଛି । ତାକୁ ଜେରା ବେଳେ ଏହି ତଥ୍ୟ ସଂଗ୍ରହ କରିବା ସହ ପରଫ୍ୟୁମ ଆଇଡି ଜବତ କରିବାରେ ପୋଲିସ ସଫଳ ହୋଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details