ଓଡିଶା

odisha

ETV Bharat / bharat

ପ୍ରବଳ ବର୍ଷା ପରେ ବୈଷ୍ଣୋ ଦେବୀ ମନ୍ଦିରରେ ବନ୍ୟା, ଯାତ୍ରା ସ୍ଥଗିତ - ବୈଷ୍ଣୋ ଦେବୀ

ପ୍ରବଳ ବର୍ଷା ଯୋଗୁଁ ବୈଷ୍ଣୋ ଦେବୀ ମନ୍ଦିରରେ ବନ୍ୟା ପରିସ୍ଥିତି । ଶ୍ରଦ୍ଧାଳୁଙ୍କ ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ । ଅଧିକ ପଢନ୍ତୁ

ପ୍ରବଳ ବର୍ଷା ପରେ ବୈଷ୍ଣୋ ଦେବୀ ମନ୍ଦିରରେ ବନ୍ୟା, ଯାତ୍ରା ସ୍ଥଗିତ
ପ୍ରବଳ ବର୍ଷା ପରେ ବୈଷ୍ଣୋ ଦେବୀ ମନ୍ଦିରରେ ବନ୍ୟା, ଯାତ୍ରା ସ୍ଥଗିତ

By

Published : Aug 20, 2022, 10:56 AM IST

ଶ୍ରୀନଗର:ପ୍ରବଳ ବର୍ଷା ଯୋଗୁଁ ଆଜି ଜମ୍ମୁ-କାଶ୍ମୀରର କତ୍ରାରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ବନ୍ୟା ଆସିଛି । ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ ରଖାଯାଇଛି । ମନ୍ଦିର ନିକଟରେ ପୋଲିସ ଓ CRPF ଯବାନ ମୁତୟନ ହୋଇଛନ୍ତି । ତେବେ ବନ୍ୟା ଯୋଗୁଁ ଏ ଯାଏଁ କୌଣସି ଅଘଟଣ ଘଟିଥିବା ନଥିବା ଶ୍ରୀ ମାତା ବୈଷ୍ଣୋ ଦେବୀ ସାଇନ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର 27,914 ତୀର୍ଥଯାତ୍ରୀ ବୈଷ୍ଣୋ ଦେବୀ ଯାତ୍ରା ପାଇଁ ପଞ୍ଜୀକରଣ କରିଥିଲେ ।

ଗତ ଜୁଲାଇରେ ପବିତ୍ର ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ଆସିଥିଲା । ଏହାଦ୍ବାରା ଅମରନାଥ ମାର୍ଗ ଖରାପ ହୋଇଯିବାରୁ ଯାତ୍ରା କିଛି ସମୟ ସ୍ଥଗିତ ରଖାଯାଇଥିଲା । ସ୍ଥାନୀୟ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବାକୁ ବାୟୁସେନା ହେଲିକପ୍ଟର ନିୟୋଜିତ ହୋଇଥିଲେ । ଗତ ଜୁନ ୨୯ ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା । ଏଥିପାଇଁ ସିଆରପିଏଫ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା ।

ABOUT THE AUTHOR

...view details