ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଡିଡିସି(ଜିଲ୍ଲା ବିକାଶ ପରିଷଦ)ର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି । ସକାଳ 7ଟାରୁ ନିଜ ମତ ସାବ୍ୟସ୍ତ କରୁଛନ୍ତି ଜନତା । ଏହି ଭୋଟଗ୍ରହଣ ଅପରାହ୍ନ 2ଟା ଯାଏଁ ଚାଲିବ । ତେବେ 37ଟି ଡିଡିସି ଆସନ ପାଇଁ ମୋଟ 299 ଜଣ ପ୍ରାର୍ଥୀ ମୈଦାନରେ ରହିଥିବା ଜଣାପଡିଛି ।
37ଟି ଡିଡିସି ଆସନ ମଧ୍ୟରେ ଜମ୍ମୁରୁ 20ଟି ଓ କାଶ୍ମୀରର 17ଟି ଆସନ ରହିଛି । ଜମ୍ମୁର 20ଟି ଆସନ ପାଇଁ 144 ଜଣ ପ୍ରାର୍ଥୀ ଥିବାବେଳେ କାଶ୍ମୀରର 17ଟି ଆସନ ପାଇଁ 155 ଜଣ ପ୍ରାର୍ଥୀ ରହିଛନ୍ତି । ସେହିପରି 58ଟି ସରପଞ୍ଚ ଓ 218ଟି ପଞ୍ଚ ପାଇଁ ମଧ୍ୟ ନିର୍ବାଚନ ହେଉଛି । 58ଟି ସରପଞ୍ଚ ଆସନ ପାଇଁ 175 ଜଣ ପ୍ରାର୍ଥୀ ରହିଥିବାବେଳେ 218ଟି ପଞ୍ଚ ପାଇଁ 527 ଜଣ ପ୍ରାର୍ଥୀ ରହିଛନ୍ତି । ଯେଉଁଥିରେ 137 ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।